Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୬୪ ବର୍ଷରେ ପାଦ ଦେଲେ ବଲିଉଡର ‘ଭିଡୁ’ : ଇନଷ୍ଟାଗ୍ରାମରେ ଜ୍ୟାକିଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ଦିଶା ପଟାନୀ

1/02/2021 at 6:54 PM

ମୁମ୍ବାଇ ୦୧/୦୨ : ବଲିଉଡ୍‌ର ‘ଭିଡୁ’ ଜ୍ୟାକି ଶ୍ରଫ୍‌ ୬୪ ବର୍ଷରେ ପାଦ ଦେଇଛନ୍ତି । ୯୦ ଦଶକରେ ନିଜର ନିଆରା ଅଭିନୟ ଜରିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜ୍ୟାକି ଶ୍ରଫ୍‌ । ଏହି ଖାସ ଦିନରେ ତାଙ୍କର ପରିବାର ଲୋକଙ୍କ ସମେତ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜ୍ୟାକିଙ୍କ ପତ୍ନୀ ଆୟିଶା ଶ୍ରୋଫ୍‌ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ପତି ଜ୍ୟାକି ଶ୍ରୋଫ୍‌ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ଜ୍ୟାକିଙ୍କ ଫଟୋ ସେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି, ‘ଦୁନିଆର ସବୁଠାରୁ ଭଲ ପିତା ଏବଂ ଦୁନିଆର ସବୁଠୁ ବଡ ହୃଦୟବାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା’ । ଆୟିଶାଙ୍କ ପରେ ପୁଅ ଟାଇଗର ଶ୍ରଫ୍‌ଙ୍କ ଲେଡି ଲଭ୍‌ ଦିଶା ପଟାନୀ  ମଧ୍ୟ ଜ୍ୟାକିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହିତ ଦିଶା ଲେଖିଛନ୍ତି, ‘ହାପି ବାର୍ଥ ଡେ ଅଙ୍କଲ’ ।

ଜ୍ୟାକି ଶ୍ରଫ୍‌, ଦିବଂଗତ ଅଭିନେତା ଦେବ ଆନନ୍ଦଙ୍କ ଚଳଚ୍ଚିତ୍ର ‘ସ୍ବାମୀ ଦାଦା’ ଫିଲ୍ମ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଯାହାକି ୧୯୮୨ ମସିହାରେ ରିଲିଜ ହୋଇଥିଲା । ହିରୋ, ପରିନ୍ଦା, କର୍ମା, ରାମ ଲଖନ୍‌ ଭଳି ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଛନ୍ତି ଜ୍ୟାକି ଶ୍ରଫ୍‌ । ଆଗାମୀ ଫିଲ୍ମ ରାଧେ ଏବଂ ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ସୁଟିଂରେ ବ୍ୟସ୍ତ ଅଛନ୍ତି ଜ୍ୟାକି । ଏହି ଚଳଚ୍ଚିତ୍ରରେ ଦିଶା ପଟାନୀ ଏବଂ ରଣଦୀପ ହୁଡା ମଧ୍ୟ ଅଭିନୟ କରିଛନ୍ତି ।

ପୂର୍ବରୁ ଦିଶା ଏବଂ ଜ୍ୟାକି ଏକାଠି କାମ କରିଥିଲେ, କିନ୍ତୁ ପରସ୍ପର ସହ ସେମାନଙ୍କର କୌଣସି ସିନ୍‌ ନଥିଲା । କିନ୍ତୁ ଏଥର ଦିଶା ଏହି ଫିଲ୍ମରେ ଜ୍ୟାକିଙ୍କ ଭଉଣୀ ଭୂମିକାରେ ଅଭିନୟ କରିବେ । ଦିଶାଙ୍କ ବଡ ଭାଇ ହେବା ବ୍ୟତୀତ ଜ୍ୟାକି ଏହି ଫିଲ୍ମରେ ଏକ ମଜାଦାର ଇନ୍ସପେକ୍ଟର ଭୂମିକାରେ ନଜର ଆସିବେ । ପ୍ରଶଂସକମାନେ ମଧ୍ୟ ଦିଶା ଏବଂ ଜ୍ୟାକିଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି ।

   Related Posts