ବଲିଉଡ୍‌କୁ ଆଉ ଏକ ଝଟ୍‌କା : ଆରପରିରେ ଫିଲ୍ମ ନିର୍ଦେଶକ ରଜତ ମୁଖାର୍ଜୀ

Published By : Prameya-News7 Bureau | July 19, 2020 IST

ମୁମ୍ବାଇ ୧୯/୦୭ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଏକ ବଡ ଝଟକା ଲାଗିଛି | ଜଣାଶୁଣା ଫିଲ୍ମ ନିର୍ଦେଶକ ରଜତ ମୁଖାର୍ଜୀଙ୍କ ନିଧନ ହୋଇଛି | ଶନିବାର ରାତିରେ ଜୟପୁରରେ ତାଙ୍କର ନିଧନ ହୋଇଛି | ଗତ ଏପ୍ରିଲ ମାସରୁ ତାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ରହିଥିଲା | ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିଡନୀ ସହ ତାଙ୍କର ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡିଛି | ନିର୍ଦେଶକଙ୍କ ମୃତ୍ୟୁ ଖବରରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି | ରଜତ ମୁଖାର୍ଜୀଙ୍କ ମୃତ୍ୟୁ ଖବର ଶୁଣି ଅଭିନେତା ମନୋଜ ବାଜପାୟୀ ଗଭୀର ଶୋକ ପ୍ରକାଶ କରିଛନ୍ତି | ସେ ଟ୍ୱିଟର ମାଧ୍ୟମରେ ରଜତ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି |

wp:core-embed/twitter {"url":"https://twitter.com/BajpayeeManoj/status/1284695025842978816","type":"rich","providerNameSlug":"twitter","className":""}
https://twitter.com/BajpayeeManoj/status/1284695025842978816
/wp:core-embed/twitter

ରଜତ ମୁଖାର୍ଜୀ ମୁମ୍ବାଇରେ ରହୁଥିଲେ | କିନ୍ତୁ ଲକଡାଉନ ହେବାପରେ ସେ ନିଜ ସହର ଜୟପୁରକୁ ଚାଲି ଯାଇଥିଲେ | ଜୟପୁରରେ ସେ ଶନିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ସେ ପ୍ୟାର ତୁନେ କ୍ୟା କିୟା, ରୋଡ଼, ଲଭ ଇନ ନେପାଳ ଭଳି ଅନେକ ଫିଲ୍ମ ନିର୍ଦେଶନା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.