ଲିଭ-ଇନରେ ଥିଲେ ଏହି ସବୁ ବଲିଉଡ ଷ୍ଟାର୍ : କିଏ ବିବାହ କଲେ ତ କାହାର ହୋଇଗଲା ବ୍ରେକ୍ଅପ୍

Published By : Prameya-News7 Bureau | August 05, 2020 IST

ମୁମ୍ବାଇ ୭/୮: ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରି ଭାରତରେ ମଧ୍ୟ ଲିଭ-ଇନ-ରିଲେସନଶିପ୍ ସାଧାରଣ ହୋଇଯାଇଛି। ମେଟ୍ରୋ ସିଟିରେ ଅନେକ ଲୋକ ବିବାହ ପୂର୍ବରୁ ଲିଭ-ଇନରେ ରହୁଛନ୍ତି। ଯେଉଁଠାରେ କିଛି ଲୋକ ଲିଭ-ଇନ ରିଲେସନ ପରେ ବିବାହ କରି ନେଇଛନ୍ତି ତ କିଛି ଅଲଗା ହୋଇ ଯାଇଛନ୍ତି। ଆସନ୍ତୁ ଜାଣିବା ବଲିଉଡର କପଲ୍ସଙ୍କ ବିଷୟରେ ଯେଉଁମାନେ ବିବାହ ପୂର୍ବରୁ ଲିଭ-ଇନରେ ରହି ସାରିଛନ୍ତି।

{"id":310184,"sizeSlug":"large"}

୧. ଜନ୍ ଆବ୍ରାହମ୍ -ବିପାଶା ବାସୁ : ଜନ୍ ଏବଂ ବିପାଶାଙ୍କ ଆଫେୟାର ଖବର ଏକ ସମୟରେ ଖୁବ୍ ଚର୍ଚ୍ଚାରେ ଥିଲା। ଦୁହେଁ ଏକଥା ପବ୍ଲିକଲି ବହୁତ ଥର ସ୍ବୀକାର କରିଛନ୍ତି। ଉଭୟେ ୯ବର୍ଷ ଯାଏଁ ଲିଭ-ଇନ ରିଲେସନଶିପରେ ରହିଥିଲେ। କିନ୍ତୁ ଏତେ ବର୍ଷ ରହିବା ପରେ ବି ଦୁହେଁ ପରସ୍ପରଠୁ ଅଲଗା ହୋଇଯାଇଥିଲେ। ଏବେ ଜନ,ପ୍ରିୟା ରୁଞ୍ଚାଲ ସହ ଏବଂ ବିପାଶା,କରଣ ସିଂହ ଗ୍ରୋଭରଙ୍କ ସହ ବୈବାହିକ ଜୀବନରେ ଖୁସି ଅଛନ୍ତି।

{"id":310185,"sizeSlug":"large"}

୨. ରାହୁଲ ଦେବ-ମୁଗ୍ଧା ଗଡସେ : ରାହୁଲ ଦେବ ଏବଂ ମୁଗ୍ଧା ଗଡସେ ନିଜ ରିଲେସନଶିପକୁ ନେଇ ଲାଇମଲାଇଟରେ ରୁହନ୍ତି। ୨୦୦୯ରେ ପତ୍ନୀ ରୀନାଙ୍କୁ ହରାଇବା ପରେ ରାହୁଲ ୧୪ବର୍ଷ ସାନ ମୁଗ୍ଧାଙ୍କ ସହ ସମ୍ପର୍କରେ ଆସିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଏବଂ ସେମାନେ ଲିଭ-ଇନରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ବି ସେମାନେ ଲିଭ-ଇନରେ ରହୁଛନ୍ତି ଏବଂ ଆଜି ସୁଦ୍ଧା ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ମନାନ୍ତର ହୋଇନାହିଁ।

{"id":310186,"sizeSlug":"large"}

୩. ସୁଶାନ୍ତ ସିଂହ ରାଜପୁତ-ରିୟା ଚକ୍ରବର୍ତ୍ତୀ : ସୁଶାନ୍ତ ସିଂହ ରାଜପୁତ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଲିଭ-ଇନ ରିଲେସନଶିପରେ ଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ରିୟା ତାଙ୍କ ଘର ଛାଡ଼ି ଦେଇଥିଲେ ଏବଂ ନିଜ ଘରକୁ ଶିଫ୍ଟ ହୋଇଯାଇଥିଲେ। ନିକଟରେ ପୋଲିସ ପଚରାଉଚୁରା କରିବାରୁ ରିୟା ସୁଶାନ୍ତ ସହ ଳିଭ-ଇନରେ ରହିବା କଥା ସ୍ବୀକାର କରିଥିଲେ।

{"id":310187,"sizeSlug":"large"}

୪.  ରଣବୀର ଶୋରେ-କୋଙ୍କଣା ସେନ ଶର୍ମା: ରଣବୀର ଶୋରେ ଏବଂ କୋଙ୍କଣା ଅନେକ ଷ୍ଟେରିଓଟାଇପ୍ସ ଭାଙ୍ଗିଛନ୍ତି। ଡେଟିଂରୁ ଆରମ୍ଭ କରି ଲିଭ-ଇନ ଯାଏଁ ତାଙ୍କ ଖବର ସବୁବେଳେ ଛାଇ ରହୁଥିଲା। ଗର୍ଭବତୀ ହେବା ପରେ ଦୁହେଁ ବିବାହ କରିଥିଲେ କିନ୍ତୁ ୨୦୧୫ମସିହାରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଭିନ୍ନ ହୋଇଯିବା ପରେ ମଧ୍ୟ ସେମାନେ ତାଙ୍କ ପିଲାଙ୍କ ଲାଳନପାଳନ କରୁଛନ୍ତି।

{"id":310188,"sizeSlug":"large"}

୫.ଟ୍ୟୁଲିପ ଜୋଶୀ-ବିନୋଦ ନାୟର : ମେରେ ୟାର କି ଶାଦି ହେ ଫିଲ୍ମରୁ ପରିଚିତ ହୋଇଥିବା ଅଭିନେତ୍ରୀ ଟ୍ୟୁଲିପ ଜୋଶୀ ମଧ୍ୟ ବିବାହ ପୂର୍ବରୁ ଳିଭ-ଇନ ରିଲେସନଶିପରେ ଥିଲେ। କ୍ୟାପଟେନ୍ ବିନୋଦ ନାୟାରଙ୍କ ସହ ଡେଟିଂ ପରେ ଦୁହେଁ ଏକାଠି ରହିଥିଲେ। ଏକ ସାକ୍ଷାତକାରରେ ଟ୍ୟୁଲିପ ମଧ୍ୟ କହିଥିଲେ ଯେ କାହା ସହ ସମ୍ପର୍କ ଯୋଡ଼ିବା ପାଇଁ କମିଟମେଣ୍ଟ ଅଧିକ ଜରୁରୀ। ଉଭୟଙ୍କର ଏବେ ବିବାହ ହୋଇସାରିଛି ଏବଂ ସେମାନେ ନିଜ ଦାମ୍ପତ୍ୟ ଜୀବନକୁ ନେଇ ଖୁସି ଅଛନ୍ତି।

{"id":310189,"sizeSlug":"large"}

୬. ସୁଶାନ୍ତ ସିଂହ ରାଜପୁତ-ଅଙ୍କିତା ଲୋଖଣ୍ଡେ : ସୁଶାନ୍ତ ସିଂହ ରାଜପୁତ ନିଜ ଏକ୍ସ-ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ଲିଭ-ଇନ ରିଲେସନଶିପରେ ରହି ସାରିଛନ୍ତି। ପବିତ୍ର ରିସ୍ତା ଧାରାବାହିକ ସେଟରେ ଆରମ୍ଭ ହୋଇଥିବା ତାଙ୍କ ପ୍ରେମ ଲୋକଙ୍କ ପାଇଁ କପଲ୍ ଗୋଲ୍ ହୋଇ ସାରିଥିଲା। ୬ବର୍ଷ ସମ୍ପର୍କ ପରେ ଦୁହେଁ ଅଲଗା ହୋଇଯାଇଥିଲେ।

{"id":310190,"sizeSlug":"large"}

୭. ଲାରା ଦତ୍ତ – କେଲି ଦୋରଜୀ : ଲାରା ଦତ୍ତା ଏବଂ ଅଭିନେତା-ମଡେଲ୍ କେଲି ଦୋରଜୀ ମଧ୍ୟ ଲିଭ-ଇନ ରିଲେସନଶିପରେ ରହି ସାରିଛନ୍ତି। ଦୁହେଁ ଅଧିକାଂଶ ସମୟରେ ଏକାଠି ନଜର ଆସୁଥିଲେ। କିନ୍ତୁ ପାଖାପାଖି ୧୦ବର୍ଷ ରିଲେସନ ପରେ ଦୁହେଁ ଅଲଗା ହୋଇଯାଇଥିଲେ।

{"id":310191,"sizeSlug":"large"}

୮. ରାଜେଶ ଖାନ୍ନା-ଅନିତା ଆଡଭାନି : ଅନିତା ଆଡଭାନି ସହ ରାଜେଶ ଖାନ୍ନାଙ୍କ ଲିଭ-ଇନ ରିଲେନର ଖୁଲାସା ରାଜେଶଙ୍କ ମୃତ୍ୟୁ ପରେ ହୋଇଥିଲା। ଅନିତା ଏସବୁ କଥା ସ୍ବୀକାର କରିଥିଲେ।

{"id":310192,"sizeSlug":"large"}

୯. ରଣବୀର କପୁର-କାଟ୍ରିନା କୈଫ : ରଣବୀର କପୁର ଏବଂ କାଟ୍ରିନା କୈଫଙ୍କ ଲିଭ-ଇନ୍ ରିଲେସନଶିପ ବିଷୟରେ କେବେ କିଛି ଅଫିସିଆଲ ଷ୍ଟେଟମେଣ୍ଟ ଆସିନାହିଁ,କିନ୍ତୁ ଦୁହେଁ ଅନେକ ଥର ଏକାଠି ଘରୁ ବାହାରୁଥିବା ଦେଖା ଯାଇଛି। ଯେତେବେଳେ ତାଙ୍କ ଲିଭ-ଇନ ଖବର ପରେ ବିବାହ ଚର୍ଚ୍ଚା ହୋଇଥିଲା ସେତେବେଳେ ସେମାନଙ୍କ ବ୍ରେକଅପ୍ ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା।

{"id":310193,"width":581,"height":691,"sizeSlug":"large"}

୧୦. ସୋହା ଅଲ୍ଲୀ ଖାନ୍-କୁନାଲ ଖେମୁ : ସୋହା ଅଲୀ ଖାନ୍ ଏବଂ କୁନାଲ ଖେମୁ ମଧ୍ୟ ଲିଭ-ଇନ ରିଲେସନଶିପରେ ରହି ସାରିଛନ୍ତି।

{"id":310194,"sizeSlug":"large"}

୧୧.ସୈଫ-ଅଲୀ ଖାନ୍-କରୀନା କପୁର: ସୈଫ ଅଲୀ ଖାନ ଏବଂ କରୀନା କପୁରଙ୍କ ଆଫେୟାର ଖୁବ୍ ଚର୍ଚ୍ଚାରେ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ଦୁହେଁ ବିବାହ ପୂର୍ବରୁ ଲିଭ-ଇନ ରିଲେସନଶିପରେ ଥିଲେ।

{"id":310195,"sizeSlug":"large"}

୧୨.ଆମୀର ଖାନ୍-କିରଣ ରାଓ : ଆମୀର ଖାନ୍ ଏବଂ ତାଙ୍କ ପତ୍ନୀ କିରଣ ରାଓ ମଧ୍ୟ ଲିଭ-ଇନରେ ରହି ସାରିଛନ୍ତି। ଏକ ସାକ୍ଷାତକାରରେ ଦୁହେଁ ଏବିଷୟରେ ଖୁଲାସା କରିଛନ୍ତି।

{"id":310196,"sizeSlug":"large"}

୧୩. ଅନୁରାଗ କଶ୍ୟପ-କଲ୍କି କୋଚଲିନ : ଡାଇରେକ୍ଟର ଅନୁରାଗ କଶ୍ୟପ ଏବଂ ଅଭିନେତ୍ରୀ କଲ୍କି କୋଚଲିନଙ୍କ ଆଫେୟାର ମଧ୍ୟ ଚର୍ଚ୍ଚାରେ ରହିଥିଲା। ଦୁହେଁ ଡେଟିଂ ପରେ ଲିଭ-ଇନରେ ରହିବା ଆରମ୍ଭ କରିଥିଲେ। ୨୦୧୧ମସିହାରେ ସେମାନେ ବିବାହ କରିଥିଲେ କିନ୍ତୁ ୨୦୧୩ମସିହାରେ ଉଭଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା।

{"id":310197,"sizeSlug":"large"}

୧୪. ବୋନି କପୁର-ଶ୍ରୀଦେବୀ : ବୋନି କପୁର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚାରେ ରହିଥିଲା। ଶ୍ରୀଦେବୀ ବିବାହ ପୂର୍ବରୁ ମା ହୋଇଯାଇଥିଲେ ଯାହା ପରେ ସେ ବୋନିଙ୍କ ଘରକୁ ଆସି ଯାଇଥିଲେ। ପରେ ସେମାନଙ୍କ ବିବାହ ହୋଇଯାଇଥିଲା। ସେତେବେଳେ ବୋନି ନିଜ ପ୍ରଥମ ପତ୍ନୀ ମୋନା ଏବଂ ପିଲାଙ୍କଠୁ ଅଲଗା ହୋଇଯାଇଥିଲେ।

{"id":310198,"width":588,"height":520,"sizeSlug":"large"}

୧୫. ଅଭୟ ଦେଓଲ-ପ୍ରୀତି ଦେଶାଇ : ଏକ ଟକ୍ ଶୋରେ ଅଭିନେତା ଅଭୟ ଦେଓଲ ପୂର୍ବତନ ମିସ୍ ଗ୍ରେଟ ବ୍ରିଟେନ ପ୍ରୀତି ଦେଶାଇଙ୍କ ସହ ଲିଭ-ଇନ ରିଲେସନଶିପରେ ରହିବା କଥା କହିଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କ ବେଶୀ ଦିନ ଚାଲିଲା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.