Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

କୋରିଓଗ୍ରାଫର୍ ଫରାହ ଖାନଙ୍କ ଜନ୍ମଦିନରେ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ସୋନୁ ସୁଦ୍ ଓ ଅନ୍ୟ ସେଲିବ୍ରିଟି

9/01/2021 at 12:53 PM

ମୁମ୍ବାଇ ୦୯/୦୧ : ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ ଖାନ ଜାନୁଆରୀ ୯ ତାରିଖରେ ନିଜର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୬୫ ମସିହା ଜାନୁଆରୀ ୯ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଫରାହ ଖାନ। ଜନ୍ମଦିନରେ ବଲିଉଡ ସେଲିବ୍ରିଟି ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଜନ୍ମଦିନରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ସୋସିଆଲ ମିଡ଼ିଆରେ ଫରାହ ଖାନଙ୍କୁ ଖାସ ଅନ୍ଦାଜରେ ଶୁଭକାମନା ଜଣାଇଛନ୍ତି।

ସୋନୁ ସୁଦ ନିଜ ଇନଷ୍ଟାଗ୍ରାମ୍ ପେଜରେ ନିଜର ଓ ଫରାହ ଖାନଙ୍କ ଫଟୋ ସେୟାର କରି ଲେଖିଛନ୍ତି, “ମୋ ବନ୍ଧୁ, ମୋ ଭଉଣୀ, ମୋ ପରିବାର ଓ ମୋର ସବୁକିଛି, ଜନ୍ମଦିନର ଶୁଭେଚ୍ଛା। ତୁମ ଭଳି ଆଉ କେହି ନାହାନ୍ତି। ତମ ପାଇଁ ବହୁତ ସ୍ନେହ”

https://www.instagram.com/p/CJzzeqOApfR/

ବଲିଉଡରେ ଅନେକ ସଂଘର୍ଷ କରି ଫରାହ ଖାନ ସଫଳତା ହାସଲ କରିଛନ୍ତି। ସେ ଅନେକ ସୁପରଷ୍ଟାରଙ୍କୁ ଡ୍ୟାନ୍ସ ଶିଖାଇଛନ୍ତି। ସେ ବଲିଉଡରେ ୧୦୦ ରୁ ଅଧିକ ଗୀତ ପାଇଁ କୋରିଓଗ୍ରାଫି କରି ସାରିଛନ୍ତି। ଫରାହ ଖାନଙ୍କ ପିତା କାମରାନ ଖାନ ଜଣେ ଅଭିନେତା ଓ ନିର୍ଦ୍ଦେଶକ ଥିଲେ। ତାଙ୍କ ଫିଲ୍ମ ଫ୍ଲପ୍ ହେବାପରେ ପରିବାର ଋଣ ବୋଝରେ ଲଦି ହୋଇଯାଇଥିଲା। ଋଣ ସୁଝିବାକୁ ଫରାହ ଖାନଙ୍କ ପିତାଙ୍କୁ ଘରର ମୂଲ୍ୟବାନ ଜିନିଷ ବିକ୍ରି କରିବାକୁ ପଡିଥିଲା। ଫରାହଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ପିତାଙ୍କ ନିଧନ ପରେ ପରିବାରର ସବୁ ଦାୟିତ୍ତ୍ୱ ଫରାହ ଖାନଙ୍କ ଉପରେ ପଡିଲା।

ଘର ଚଳାଇବାକୁ ସେ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିବା ଆରମ୍ଭ କଲେ। ସେ କଳାକାରଙ୍କୁ ନୂଆ ନୂଆ ସ୍ଟେପ ଶିଖାଉଥିଲେ। ୧୯୯୩ ତାଙ୍କ ପାଇଁ ବହୁତ ଲକି ଥିଲା। ସେ ଫିଲ୍ମ ‘ଜୋ ଜିତା ୱହି ସିକନ୍ଦର’ର ଗୀତ ‘ପହଲା ନାଶ ପହଲା ଖୁମାର’ର କରିଓଗ୍ରାଫି କରିଥିଲେ। ଏହି ଗୀତ ବହୁତ ହିଟ ହୋଇଥିଲା। ଏହାପରେ ତାଙ୍କ ଜୀବନରେ ସଫଳତା ସିଢି ଚଢିବା ଆରମ୍ଭ କଲେ। ଏହାପରେ ସେ ଶାହରୁଖ ଖାନଙ୍କ ‘କଭି ହାଁ କଭି ନା’ର ଗୀତ କୋରିଓଗ୍ରାଫ କରିଥିଲେ ଏବଂ ଏହାପରେ ଶାହରୁଖଙ୍କ ସହ ବନ୍ଧୁତା ହୋଇଯାଇଥିଲା।  

୨୦୦୪ ରେ ସେ ଶାହରୁଖ ଖାନଙ୍କୁ ନେଇ ଫିଲ୍ମ ‘ମେଁ ହୁଁ ନା’ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା ଏବଂ ଏହାପରେ ସେ ବଲିଉଡର ଜଣେ ବଡ ନିର୍ଦ୍ଦେଶକ ହୋଇଗଲେ। ଏହି ଫିଲ୍ମ ସେଟ୍ରେ ଶିରୀଶ କୁନ୍ଦରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଶିରୀଶଙ୍କୁ ୨୫ ବର୍ଷ ବୟସ ହୋଇଥିବାବେଳେ ଫରାହଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପକ ଗଢି ଉଠିଥିଲା। ଶିରୀଶ ଫରାହଙ୍କୁ ପ୍ରପୋଜ କଲେ ଓ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ତାଙ୍କର ୩ ସନ୍ତାନ ଅଛନ୍ତି। ଫରାହ ଓ ଶିରୀଶ ମିଶି ଅନେକ ବଡ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି।

ଫରାହ ଖାନଙ୍କୁ ସର୍ବୋତ୍ତମ କୋରିଓଗ୍ରାଫି ପାଇଁ ୫ଟି ଆୱାର୍ଡ ମିଳିଛି। ସେ ଅନେକ ରିଆଲିଟି ଶୋ’ରେ ଜଜ ମଧ୍ୟ ହୋଇଛନ୍ତି। ଫରାହ ଖାନ ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ବିଗ ବସ ମଧ୍ୟ ହଷ୍ଟ କରିଛନ୍ତି।

   Related Posts