Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଦେହ ବ୍ୟବସାୟରେ ଲିପ୍ତ କୋରିଓଗ୍ରାଫର ଗିରଫ: ସଲମାନ ଖାନ ଏବଂ ସୁଶାନ୍ତ ସିଂଙ୍କୁ ଶିଖେଇଥିଲେ ଡ୍ୟାନ୍ସ

17/11/2018 at 4:34 PM

ମୁମ୍ବାଇ ୧୭/୧୧ : ମଡେଲ ଏବଂ ବଲିଉଡର ହିରୋ ହିରୋଇନଙ୍କୁ ଡ୍ୟାନ୍ସ ଶିଖାଉଥିବା ଜଣେ କୋରିଓଗ୍ରାଫରଙ୍କୁ ସେକ୍ସ ରାକେଟ ମାମଲାରେ ଗିରଫ କରିଛି ପୋଲିସ | ଏହି ମହିଳା କୋରିଓଗ୍ରାଫର ଯୁବତୀମାନଙ୍କୁ ଆଫ୍ରିକୀୟ ଦେଶକୁ ଚାଲାଣ କରୁଥିବା ଅଭିଯୋଗ ଆସିଛି | ମହିଳା ଜଣକ ହେଲେ ୫୬ ବର୍ଷ ବୟସ୍କା ଇଗ୍ନେସ ହେମିଲଟନ |

ସୂଚନାଯୋଗ୍ୟ ଯେ, ମୁମ୍ବାଇ ପୋଲିସ ଇଗ୍ନେସ ହେମିଲଟନ ଗୁରୁବାର ଦିନ ଗିରଫ କରିଛି | ଗିରଫ ଇଗ୍ନେସ ହେମିଲଟନ କହିଛନ୍ତି ଯେ, ସେ ସଲ୍ମାନ ଖାନଙ୍କ ଠୁ ଆରମ୍ଭ କରି ସୁଶାନ୍ତ ସିଂଙ୍କୁ ମଧ୍ୟ ନାଚ ଶିଖେଇଛନ୍ତି | ସେ ଆହୁରି କହିଛନ୍ତି ଯେ, ପ୍ରଭୁଦେବାଙ୍କ ଏବଂ ଡ୍ୟାନ୍ସ ମାଷ୍ଟର ଗଣେଶ ଆଚାର୍ଯ୍ୟଙ୍କୁ ମଧ୍ୟ ସେ ଅଭିନେତା କରେଇଛନ୍ତି | ଇଗ୍ନେସ ହେମିଲଟନ ମୁମ୍ବାଇରେ ନିଜର ଡ୍ୟାନ୍ସ କ୍ଲାସ କରାନ୍ତି | ତେବେ ବଲିଉଡର ବହୁ ଚର୍ଚ୍ଚିତ ଅଭିନେତା ଅଭିନେତ୍ରୀ ଏଠାକୁ ଆସୁଥିବା ଚର୍ଚ୍ଚା ହୋଇଛି | ଇଗ୍ନେସ ହେମିଲଟନଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ତାଙ୍କ ପାଖକୁ ଡ୍ୟାନ୍ସ ଶିଖିବାକୁ ଆସୁଥିବା ଯୁବତୀମାନଙ୍କୁ ସେ ତାଙ୍କ ପାଇଁ ପାଇଁ କାମ କରିବାକୁ ବାଧ୍ୟ କରୁଥିଲେ | ଏପରିକି ଯୁବତୀମାନଙ୍କୁ ପ୍ରତିଯୋଗିତା ନାଁରେ ମିଛ କହି ବିଦେଶକୁ ପଠେଇ ଦେଉଥିଲେ ଏବଂ ସେଠାରେ ଯୁବତୀମାନଙ୍କ ଦ୍ୱାରା ଜବରଦସ୍ତି ଦେହ ବ୍ୟବସାୟ କରାଉଥିଲେ | ପୋଲିସ ମହିଳାଙ୍କ ଘରୁ କିଛି ଆପତ୍ତିଜନକ ଜିନିଷ ଜବତ କରିବା ସହ ମାମଲାର ଅଧିକ ତଦନ୍ତ ଜାରି ରଖିଛି |

କେମିତି ଖୋଲିଥିଲା ଇଗ୍ନେସ ହେମିଲଟନଙ୍କ ମୁଖା ?: ଇଗ୍ନେସ ହେମିଲଟନ ଅଧିକାଂଶ ସମୟରେ ଭରତ ଏବଂ ମାଲେସିୟା ଯିବାଆସିବା କରିଥାନ୍ତି | ମାଲେସିୟାରେ କିଛି ବିଦେଶୀ ନେଟୱାର୍କ ସହିତ ତାଙ୍କର ମିଟିଂ ହୋଇଥାଏ | ଲୋକଙ୍କ ପସନ୍ଦ ମୁତାବକ ସେ ଯୁବତୀମାନଙ୍କୁ ମୁମ୍ବାଇରୁ ବିଦେଶକୁ ଚାଲାଣ କରୁଥିଲେ | ଏହି କାରବାର ଚାଲିଥିବା ବେଳେ କେନିଆ ସରକାର ଏକ ମୁମ୍ବାଇର ମଡେଲଙ୍କୁ ଭରତଙ୍କୁ ପଠେଇଥିଲା | ଉକ୍ତ ମଡେଲ ମୁମ୍ବାଇ ପୋଲିସରେ ଇଗ୍ନେସ ହେମିଲଟନ ବିରୋଧରେ ଅଭିଯୋଗ କରିଥିଲେ | ମଡେଲ କହିଥିଲେ ଯେ, ଇଗ୍ନେସ ହେମିଲଟନ ଉକ୍ତ ମଡେଲଙ୍କୁ କେନିଆରେ ଏକ ଡ୍ୟାନ୍ସ ଶୋରେ ଭାଗ ନେବା ପାଇଁ ପଠେଇଥିଲେ | କେନିଆ ପହଂଚିବା ପରେ ରଜିଆ ପଟେଲ ନାମକ ଜଣେ ମହିଳା ମଡେଲଙ୍କୁ ନାଇରବି ନେଇକି ଯାଇଥିଲେ | ରଜିଆ ପଟେଲ ସେଠାରେ ଏକ ଡ୍ୟାନ୍ସ କ୍ଲବ ଚଳାଉଥିଲେ | ମଡେଲଙ୍କୁ ସେ ମାସିକ ଦେଢ଼ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ |କିନ୍ତୁ ସେହି ଡ୍ୟାନ୍ସ କ୍ଲବରେ ମଡେଲ ଏବଂ ଅନ୍ୟ ଯୁବତୀମାନଙ୍କୁ ରାତି ୮ଟା ରୁ ସକାଳ ୪ଟା ଯାଏଁ ଡ୍ୟାନ୍ସ କରିବାକୁ ପଡୁଥିଲା | ଡ୍ୟାନ୍ସ ସରିବା ପରେ ଯୁବତୀମାନଙ୍କୁ ଜବରଦସ୍ତି ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଥିଲା | ଏହିସବୁ ଘଟଣା ସମ୍ପର୍କରେ କାହାକୁ କହିଲେ ମଡେଲଙ୍କୁ ନାରକୋଟିକ୍ସ ମାମଲାରେ ଜଡିତ ଥିବା ନେଇ ଫସେଇଦେବେ ବୋଲି ଧମକାଇଥିଲେ | ଯୁବତୀମାନଙ୍କ ପାସ୍ପୋର୍ଟ ମଧ୍ୟ ଜବତ କରିନେଇଥିଲେ କ୍ଲବର ମାଲିକ | ଏଭଳି ସ୍ଥିତିରେ ଦିନେ କେନିଆ ପୋଲିସ ସେହି ଡ୍ୟାନ୍ସ କ୍ଲବରେ ଚଢ଼ାଉ କରିଥିଲା | ଚଢ଼ାଉରେ ଉଦ୍ଧାର ହୋଇଥିବା ଭାରତୀୟ ଯୁବତୀମାନଙ୍କୁ ମୁମ୍ବାଇକୁ ପଠାଇ ଦିଆଯାଇଥିଲା | ମୁମ୍ବାଇ ଆସି ଯୁବତୀ ସମସ୍ତ ଘଟଣା ପରିବାରଲୋକଙ୍କୁ ଜଣେଇଥିଲେ | ଏହା ପରେ ସହାର ପୋଲିସ ଷ୍ଟେସନରେ ଇଗ୍ନେସ ହେମିଲଟନଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ | କ୍ରାଇମବ୍ରାଞ୍ଚର ୟୁନିଟ-୫ ସେକ୍ସ ରାକେଟ ଚଳାଉଥିବା ଏହି ମହିଳାଙ୍କ ପତା ଲଗାଇ ଗୁରୁବାର ତାଙ୍କୁ ଗିରଫ କରିଥିଲା |

 

   Related Posts