‘ଫୁଟବଲ୍କୁ କରିଥିଲେ ସୁନ୍ଦର’ ବୋଲି କହିଲେ ଶାହରୁଖ : ଫୁଟ୍ବଲ୍ କିମ୍ବଦନ୍ତୀ ମାରାଡୋନାଙ୍କ ପରଲୋକରେ ବଲିଉଡର ଶୋକ
26/11/2020 at 11:24 AM

ମୁମ୍ବାଇ ୨୬/୧୧: ୨୦୨୦ମସିହାରେ ଅଶୁଭ ଖବର ବନ୍ଦ ହେବାର ନାଁ ନେଉନାହିଁ। ଏବର୍ଷ ଅନେକ ଦିଗ୍ଗଜଙ୍କ ପ୍ରାଣ ଯାଇଛି। ଏବେ ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ ହୋଇଯାଇଛି। ୬୦ବର୍ଷ ବୟସରେ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ଏହି ଖବରରେ ଦେଶବ୍ୟାପି ତାଙ୍କ କୋଟି କୋଟି ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବଲିଉଡରେ ମଧ୍ୟ ଡିଏଗୋଙ୍କ ପ୍ରଶଂସକଙ୍କ ଲମ୍ବା ତାଲିକା ରହିଛି ଏବଂ ସେମାନେ ସମସ୍ତେ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ବଲିଉଡ ସେଲିବ୍ରିଟି ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।
ସ୍କୁଲ୍ କଲେଜ ଟାଇମରେ ଖେଳପ୍ରିୟ ଶାହରୁଖ ଖାନ୍ ମାରାଡୋନାଙ୍କୁ ସ୍ମରଣ କରି ଲେଖିଛନ୍ତି ଯେ ମାରାଡୋନା ଫୁଟବଲକୁ ଏକ ସୁନ୍ଦର ଖେଳ ବନାଇଛନ୍ତି। ତାଙ୍କୁ ସମସ୍ତେ ବହୁତ ମନେ ପକାଇବେ। ଆପଣ ସେହି ଦୁନିଆକୁ ମଧ୍ୟ ସେହିପରି ମନୋରଞ୍ଜିତ କରିବେ ଯେପରି ଏହି ଦୁନିଆକୁ କରିଛନ୍ତି।
ଖେଳରେ ଆଗ୍ରହ ଦେଖାଉଥିବା ଅଭିଷେକ ବଚ୍ଚନ ଫୁଟବଲର ଜବରଦସ୍ତ ଫ୍ୟାନ୍। ଅଭିଷେକ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଲେଖିଛନ୍ତି ଯେ ଆରଆଇପି ଲିଜେଣ୍ଡ। ଏହା ସହିତ ସେ ହ୍ୟାଶଟ୍ୟାଗ୍ GOAT ଲେଖିଛନ୍ତି ଅର୍ଥାତ୍ Greatest Of All Time. ରିତେଶ ଦେଶମୁଖ ମାରାଡୋନାଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଲିଜେଣ୍ଡ ମାଟି ବୋଳା ହୋଇଥିବା ଅବସ୍ଥାରେ ଦେଖାଯାଇଛନ୍ତି। ଏହା ସହିତ ଲେଖିଛନ୍ତି ଯେ ଏହି ଫଟୋ ସବୁ କିଛି କହୁଛି।
କୁନାଲ କପୁର ଲେଖିଛନ୍ତି ଯେ ଯେତେବେଳେ ଆମେ ବଡ଼ ହେଉଥିଲୁ ସେତେବେଳେ ଯେକୌଣସି ଖେଳରେ ସମସ୍ତେ ଜର୍ସି ନମ୍ବର ୧୦ ପାଇଁ ଲଢ଼ୁଥିଲେ। ଆଉ ମୁଁ ଜଣେ ସମସ୍ତଙ୍କ ରୁମରେ ତାଙ୍କ ପୋଷ୍ଟର ରହୁଥିଲା। ମାରାଡୋନାଙ୍କ ଏପରି କରୀଶ୍ମା ଏବଂ ପ୍ରଭାବ ଥିଲା। ରଣବୀର ସିଂହ ମାରାଡୋନାଙ୍କ ଫଟୋ ସେୟାର କରି ଭାଙ୍ଗିଯାଇଥିବା ହୃଦୟର ଇମୋଜୀ କରିଥିଲେ।
ଶେଖର କପୁର ଲେଖିଛନ୍ତି ଯେ ଆରଆଇପି ମାରାଡୋନା। ପେଲେ ପରେ ଫୁଟବଲ୍ ଦୁନିଆରେ ମହାନ୍ ଖେଳାଳି। ମଧୁର ଭଣ୍ଡାକର ଲେଖିଛନ୍ତି ଯେ ଫୁଟବଲ ନିଜର ସବୁଠୁ ମହାନ ଆଇକନକୁ ହରାଇଦେଲା। ବାସ୍ତବରେ କିମ୍ବଦନ୍ତୀ।
ନିମରତ କୌର ଲେଖିଛନ୍ତି ଯେ କିମ୍ବଦନ୍ତୀଙ୍କ ଉତ୍ତରଦାନ ଅମର ରହୁ। ଈଶା ଦେଓଲ୍ ମାରାଡୋନାଙ୍କୁ ନିଜ ପ୍ରେରଣା କହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅନୁରାଗ କଶ୍ୟପ ଭଙ୍ଗା ହୃଦୟର ଇମୋଜୀ କରି ନିଜ ଦୁଃଖ ପ୍ରକାଶ କରିଛନ୍ତି। ଡାଇରେକ୍ଟର ଅନିଲ ଶର୍ମା ଲେଖିଛନ୍ତି ଯେ ଲୋକେ ତାଙ୍କ ପାଇଁ ଫୁଟବଲ୍ ଦେଖୁଥିଲେ। ତାଙ୍କଠୁ ବଡ଼ କେହି ନାହାନ୍ତି।