କଙ୍ଗନାଙ୍କ ଉପରେ ବର୍ଷିଲେ ବଲିଉଡ ସେଲିବ୍ରିଟି : ଟ୍ବିଟ୍ କରି ଦେଲେ ଉଚିତ୍ ଜବାବ
4/09/2020 at 5:02 PM

ମୁମ୍ବାଇ ୪/୯: ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନେଇ ସିବିଆଇ ଯାଞ୍ଚ ଜାରି ରହିଛି। ନିକଟରେ ଏହି ମାମଲାକୁ ନେଇ କଙ୍ଗନା କହିଥିଲେ ଯେ ତାଙ୍କୁ ମୁମ୍ବାଇ ପୋଲିସଠୁ ବିପଦ ରହିଛି। ଯାହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଜବାବ ଦେଇ କହିଥିଲେ ଯେ ଯଦି ବିପଦ ରହିଛି ତେବେ ମୁମ୍ବାଇ ନ ଆସ। ଏହା ପରେ କଙ୍ଗନା ନିଜ ଜବାବରେ ସଞ୍ଜୟ ରାଉତଙ୍କ ଉପରେ ଧମକ ଦେବାର ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ମୁମ୍ବାଇ ପିଓକେ ଭଳି କାହିଁକି ଲାଗୁଛି? କଙ୍ଗନାଙ୍କ ଏହି ବୟାନ ପରେ ବଲିଉଡର କେତେକ ସେଲିବ୍ରିଟି ମୁମ୍ବାଇ ସମର୍ଥନରେ ଆସିଛନ୍ତି ଏବଂ ଟ୍ବିଟ୍ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି।

କଙ୍ଗନା ରଣଓ୍ବତ ଟ୍ବିଟ୍ କରିଛନ୍ତି ଯେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲା ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କୁ ମୁମ୍ବାଇ ଫେରିବା କଥା ନୁହେଁ। ପ୍ରଥମେ ମୁମ୍ବାଇ ରାସ୍ତାରେ ସ୍ବାଧୀନତାର ସ୍ଳୋଗାନ ବାଜିଥିଲା ଏବଂ ଏବେ ଖୋଲା ଧମକ ମିଳୁଛି। ଏହି ମୁମ୍ବାଇ ପାକିସ୍ତାନ ଅଧିକୃତ କାଶ୍ମୀର ଭଳି କାହିଁକି ଲାଗୁଛି?
କଙ୍ଗନାଙ୍କ ଏହି ବୟାନରେ ରିତେଶ ଦେଶମୁଖ ଟ୍ବିଟ୍ କରିଛନ୍ତି ଯେ ,‘ମୁମ୍ବାଇ ହିନ୍ଦୁସ୍ତାନ’।
ସ୍ବରା ଭାସ୍କର ଲେଖିଛନ୍ତି,‘ଜଣେ ଆଉଟସାଇଡର,ସ୍ବତନ୍ତ୍ର କର୍ମଜୀବି ମହିଳା ଏବଂ ପାଖାପାଖି ୧୦ବର୍ଷ ହେବ ମୁମ୍ବାଇରେ ରହିବା ଦୃଷ୍ଟିରୁ ସେ ଏହା କହିବାକୁ ଚାହୁଁଛନ୍ତି ଯେ ବମ୍ବେ ସବୁଠୁ ନିରାପଦ ଏବଂ ସହଜ ସହର ମଧ୍ୟରେ ଗୋଟିଏ। ଯେଉଁଠି ଆମେ କାମ କରି ପାରିବା। ଧନ୍ୟବାଦ ମୁମ୍ବାଇ ପୋଲିସ୍,ଆମ ମୁମ୍ବାଇକୁ ସୁରକ୍ଷିତ ରଖିବା ପାଇଁ ।’
ସେହିପରି ସୋନୁ ସୁଦ ମଧ୍ୟ ଟ୍ବିଟ୍ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି ଯେ ‘ମୁମ୍ବାଇ,ଏହି ସହର ଭାଗ୍ୟ ବଦଳିଥାଏ। ସଲାମ କରିବ ଯଦି ସଲାମି ମିଳିବ। ’
ଦିୟା ମିର୍ଜା ଜବାବ ଦେଇ ଲେଖିଛନ୍ତି ଯେ ‘ ମୁମ୍ବାଇ ମୋ ଜୀବନ,ଏଠାରେ ପାଖାପାଖି ୨୦ବର୍ଷ ରହି କାମ କରୁଛି। ଏଠାରେ ମୁଁ କେବଳ ୧୯ବର୍ଷରୁ ଆସିଯାଇଥିଲି। ଏହି ସହର ମୋତେ ଖୋଲାଖୋଲି ସ୍ବୀକାର କରିଥିଲା ଏବଂ ତାଙ୍କୁ ସୁରକ୍ଷିତ ରଖିଥିଲା।’
