ରେଖା, ପ୍ରିୟଙ୍କା, ପରେସ ରାୱଲଙ୍କ ସମେତ ଅନେକ ବଲିଉଡ ତାରକା ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି

Published By : Prameya-News7 Bureau | April 29, 2019 IST

ମୁମ୍ବାଇ ୨୯/୪ : ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟା ରୁ ଆରମ୍ଭ ହୋଇଯାଇଛି | ମୁମ୍ବାଇର ଲୋକସଭା ୬ ଆସନ ପାଇଁ ଭୋଟିଂ ଜାରି ରହିଛି | ବଲିଉଡ ତାରକା ମଧ୍ୟ ଏଥିରୁ ପଛରେ ନାହାନ୍ତି | ସକାଳୁ ସକାଳୁ ବଲିଉଡ ତାରକା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି |

{"id":108613,"align":"center","width":558,"height":419}


ମୁମ୍ବାଇ ବାନ୍ଦ୍ରାରୁ ବଲିଉଡ ତାରକା ରେଖା ସକାଳୁ ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି | ରେଖା ପ୍ରତ୍ୟେକଥାର ନିର୍ବାଚନରେ ମତଦାନ କରନ୍ତି | ବଲିଉଡର ହଟ ଅଭିନେତ୍ରୀ ମିରିଆଙ୍କ ଚୋପ୍ରା ଏବେ ମୁମ୍ବାଇରେ ଅଛନ୍ତି | କିଛି ଦିନ ପୂର୍ବରୁ ସେ ଆମେରିକାରୁ ମୁମ୍ବାଇ ଆସିଥିଲେ | ପ୍ରିୟଙ୍କା ନିଜ ମା'ଙ୍କ ସହ ଭୋଟ ଦେଇଛନ୍ତି |

{"id":108614}


ଅଭିନେତା ତଥା ବିଜେପି ନେତା ପରେସ ରାୱଲ ମଧ୍ୟ ଆଜି ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି | ପରେସ ରାୱଲ ନିଜ ପତ୍ନୀଙ୍କ ସହ ଭୋଟ ଦେବାକୁ ଯାଇଥିଲେ | ଭୋଜପୁରୀ ଅଭିନେତା ତଥା ବିଜେପି ପ୍ରାର୍ଥୀ କିଶନ କୁମାର ଗୋରେଗାଓଁରେ ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି | ସେ ଉତ୍ତର ପ୍ରଦେଶ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ଅଛନ୍ତି |

{"id":108615}


ସକାଳୁ ସକାଳୁ ଉର୍ମିଳା ମଧ୍ୟ ଭୋଟ ଦେବା ପାଇଁ ଯାଇଥିଲେ | ସେ କଂଗ୍ରେସ ଟିକେଟରେ ମୁମ୍ବାଇ ଆସନରୁ ଲଢ଼ୁଛନ୍ତି | ପ୍ରସିଦ୍ଧ ଅଭିନେତା ଟାଇଗର ସରାଫ ମଧ୍ୟ ଆଜି ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.