Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ବଲିଉଡର ଏହି ସେଲିବ୍ରିଟିମାନେ ସମଲିଙ୍ଗୀ ବୋଲି ସାଧାରଣରେ ଘୋଷଣା କରିବାକୁ କେବେ ବି କରିନାହାନ୍ତି ସଂକୋଚ…

22/08/2019 at 11:45 AM

ମୁମ୍ବାଇ୨୨|୮: ସମଲିଂଗୀ, ଗେ’, ଲେସ୍‌ବିୟାନ ଭଳି ଶବ୍ଦ ଆଜିକାଲି ସାଧାରାଣ ହୋଇଯାଇଛି। ଏହି ଶବ୍ଦକୁ ନେଇ ଆଉ ହୀନମନ୍ୟତା ନାହିଁ । ଜଣେ ପୁରୁଷ ଆଉ ଜଣେ ପୁରୁଷ ସହ ସମ୍ବନ୍ଧ ରଖିବା ବା ଜଣେ ନାରୀ ଆଉ ଜଣେ ନାରୀ ସହ ସମ୍ବନ୍ଧ ରଖିବା ଆଜିକାଲି ପିଢୀ ପାଇଁ କୌଣସି ବଡ କଥା ନୁହେଁ। ହେଲେ କିଛି ବର୍ଷ ପୂର୍ବରୁ ଏହାକୁ ସମାଜ ଗ୍ରହଣ କରୁନଥିଲା ଓ ଏହା ଅପରାଧ ବୋଲି ଲୋକଙ୍କ ବିଶ୍ବାସ ଥିଲା। ଏହାକୁ ଅପ୍ରାକୃତିକ ବୋଲି ମଧ୍ୟ କୁହାଯାଉଥିଲା ।

କିନ୍ତୁ ଏବେ ସମୟ ବଦଳିଯାଇଛି। ଧୀରେ ଧୀରେ ଏଭଳି ସମ୍ପର୍କକୁ ଲୋକେ ସ୍ବୀକାର କରିବାରେ ଲାଗିଲେଣି।ଅବଶ୍ୟ ଏ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେବେ ଏମିତି କିଛି ବଲିଉଡ ସେଲିବ୍ରିଟି ଅଛନ୍ତି ଯିଏ ସର୍ବସାଧାରଣରେ ଘୋଷଣା କରିଛନ୍ତି ଯେ, ସେମାନେ ସମଲିଂଗୀ। କିଏ ଏହି ସେଲିବ୍ରିଟିମାନେ ତା ଉପରେ ପକାନ୍ତୁ ନଜର-

ବବି ଡାର୍ଲିଂ

ପଙ୍କଜ ଶର୍ମା ତଥା ବବି ଡାର୍ଲିଂଙ୍କ ମାଆ ତାଙ୍କ ପିଲାବେଳୁ ତାଙ୍କୁ ଛାଡିଚାଲିଯାଇଥିଲେ। ତାଙ୍କର ଦେହାନ୍ତ ହୋଇଯାଇଥିଲା। ଘରେ ସମସ୍ତେ ତାଙ୍କୁ ଖରାପ ନଜରରେ ଦେଖୁଥିଲେ। ହେଲେ ସେ କେବେ ହାର ମାନିନଥିଲେ। ନିଜେ ସମଲିଂଗୀ ହୋଇଥିବାରୁ ବବି ସମଲିଂଗି ଅଧିକାର ପାଇଁ ବହୁତ ଲଢିଛନ୍ତି। ସେ ସମଲିଂଗୀ ବୋଲି କେବେ ସଂକୋଚ କରି ଏହାକୁ ଲୁଚାଇ ନାହାଁନ୍ତି । ୨୦୦୬ ମସିହାରେ ବବି ଡାର୍ଲିଂ ଟେଲିଭିଜନ୍‌ର ବହୁ ପ୍ରତିକ୍ଷିତ ସୋ ବିଗବସ୍‌ରେ ନଜର ଆସିଥିଲେ। ୨୩ ବର୍ଷ ବୟସ ସୁଦ୍ଧା ସେ ୧୮ଥର ସମଲିଂଗିର ଭୂମିକା କରିବାର ରେକର୍ଡ କରିଛନ୍ତି ।  

ରୋହିତ ବହଲ

ଭାରତର ପ୍ରସିଦ୍ଧ ଫ୍ୟାସନ ଡିଜାଇନରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ବହଲ। ଜାମ୍ମୁ କାଶ୍ମୀର ଶ୍ରୀନଗରରେ ତାଙ୍କ ଜନ୍ମ ହୋଇଥିଲା। ମିଡିଆ ଓ ସର୍ବସାଦାରଣରେ ମଧ୍ୟ ସେ ବରାବର ଘୋଷଣା କରି ଆସିଛନ୍ତି ଯେ, ସେ ସମଲିଂଗି ।

ମନୀଷ ମଲ୍‌ହୋତ୍ରା

ଚର୍ଚ୍ଚିତ ଡିଜାଇନର ମନୀଷ ନିଜ ଫ୍ୟାସନ ପାଇଁ ଅନେକ ପୁରସ୍କାର ହାସଲ କରିଛନ୍ତି। ସେ  ସମଲିଂଗୀ ବୋଲି ବହୁଦିନରୁ ଚର୍ଚ୍ଚା ଚାଲିଥିଲା। ଏହି ଡିଜାଇନର ବଲିଉଡର ଅଧିକାଂଶ ଅଭିନେତ୍ରୀ ପାଇଁ ପୋଷାକ ଡିଜାଇନ୍‌ କରିଛନ୍ତି। ସେ ସମଲିଂଗୀ ବୋଲି ନିଜେ ସ୍ବୀକାର କରିଛନ୍ତି।

ଶ୍ରୀଧର ରେଙ୍ଗୟନ

ଶ୍ରୀଧର ଜଣେ ଭାରତୀୟ ଫିଲ୍ମ ନିର୍ମାତା। ସେ ଏମିତି ଫିଲ୍ମ ନିର୍ମାଣ କରନ୍ତି ଯାହା ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ।  ସେ ମଧ୍ୟ ନିଜକୁ ଗ’ ବୋଲି କହିବାକୁ କେବେ ସଂକୋଚ କରି ନାହାନ୍ତି . ବରଂ ଏଥିପାଇଁ ଗର୍ବିତ ବୋଲି କହିଆସିଛନ୍ତି ।

କରନ ଯୋହାର

ଚର୍ଚ୍ଚିତ ଧର୍ମା ପ୍ରଡକ୍ସନ୍‌ ହାଉସର ମାଲିକ ଓ ନିର୍ଦ୍ଦେଶକ କରନ ମଧ୍ୟ ସମସ୍ତଙ୍କ ସାମ୍ନାରେ ସମଲିଂଗୀ ହେବା ନେଇ ସ୍ବୀକାର କରିଛନ୍ତି।  ଅନେକ ଷ୍ଟେଜ୍‌ ସୋ’ରେ ସେ ତାଙ୍କ ସମଲିଂଗୀ ସ୍ବଭାବକୁ ନେଇ ଅତି ସାଧାରଣଭାବେ ଥଟ୍ଟାମଜା ମଧ୍ୟ କରିଥାନ୍ତି । ସେ ଗେ’  ବୋଲି ସେହି ଅନୁସାରେ ତାଙ୍କ ସହ ଅନ୍ୟ କଳାକାର ମାନେ ଥଟ୍ଟା ମଜା କଲାବେଳେ ସେ ତାକୁ ଅତି ସ୍ବଭାବିକବାବେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ସବ୍ୟସାଚୀ ମୁଖର୍ଜି

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଓ ରାନୀ ମୁଖର୍ଜିଙ୍କ ପୋଷାକ ଡିଜାଇନ କରୁଥିବା ଡିଜାଇନର ସବ୍ୟସାଚୀ ମଧ୍ୟ ସାଧାରଣରେ ସମଲିଂଗୀ ହୋଇଥିବା ନେଇ ସ୍ବୀକାର କରିଛନ୍ତି।

   

   Related Posts