Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ସେନା ଦିବସରେ ଭାରତୀୟ ଜବାନଙ୍କ ଦୁଃଶାହସ ଓ ବଳିଦାନକୁ ବଲିଉଡ୍ ସେଲିବ୍ରିଟିଙ୍କ ସାଲ୍ୟୁଟ୍

15/01/2020 at 4:45 PM

ମୁମ୍ବାଇ ୧୫।୧:  ବଲିଉଡ୍ ସେଲିବ୍ରିଟି ସଞ୍ଜୟ ଦତ୍ତ, ସିଦ୍ଧାର୍ଥ ମଲ୍‌ହୋତ୍ରା ଓ ଅନ୍ୟମାନେ ବୁଧବାର ଭାରତୀୟ ସେନା ଦିବସ ଅବସରେ ଟ୍ୱିଟ୍‌ କରି  ଜବାନମାନଙ୍କ ବୀରତା, ଦୁଃଶାସହସ ଓ ବଳିଦାନକୁ ସଲାମ କରିଛନ୍ତି। ସଞ୍ଜୟ ଦତ୍ତ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ ସେନା ଦିବସରେ ଭାରତୀୟ ଜବାନଙ୍କ ବୀରତା, ଶାହସ ଓ ଭାଗ୍ୟକୁ ସାଲ୍ୟୁଟ୍ କରୁଥିବା ଉଲ୍ଲେଖ କରିଥିବା ବେଳେ ଆମେ କଳାକାର ଭାବେ କେବଳ ପରଦାରେ ସେମାନଙ୍କୁ ଚିତ୍ରଣ କରିଥାଉ ବୋଲି ଲେଖିଛନ୍ତି। ତେବେ ଯେଉଁମାନେ ଆମ ସୀମାକୁ ନିଶ୍ୱାର୍ଥପର ଭାବେ ଅହର୍ନିସି ସୁରକ୍ଷା ଦେଇଆସୁଛନ୍ତି ସେହିମାନେ ହିଁ ବାସ୍ତବ ନାୟକ ବୋଲି କହିଛନ୍ତି। ଏଥିଲାଗି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ  ଫିଲ୍ମ ‘ବୋର୍ଡର’ର ଏକ ଛବି ମଧ୍ୟ ପୋଷ୍ଟ କରିଛନ୍ତି।

ସେହିପରି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସେନାକୁ ‘ବିଗ୍ ସାଲ୍ୟୁଟ ’ ଜଣାଇଛନ୍ତି। ସେନା ସମ୍ପର୍କରେ ସେ ଗତବର୍ଷ ପ୍ରଥମ ଥର ଅବଗତ ହେବାକୁ ସୁଯୋଗ ପାଇଥିଲେ ବୋଲି ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିବା ବେଳେ ସେନାକୁ ତାର କାର୍ଯ୍ୟ ଲାଗି ଧନ୍ୟାବାଦ ଏକ ଛୋଟିଆ ଶବ୍ଦ ହୋଇପାରେ ବୋଲି ଲେଖିଛନ୍ତି।

ନିମରତ କୌର, ରନ୍ଦୀପ ହୁଡ୍ଡା ପ୍ରମୁଖ ସେମାନଙ୍କ ଟ୍ୱିଟରରେ ସେନା ଦିବସ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ରନ୍ଦୀପ ତାଙ୍କ ଟ୍ୱିଟରରେ ତାଙ୍କ ସହପାଠୀ ଶହିଦ ରବିନ୍ଦ୍ର ଛିକରାଙ୍କୁ ସ୍ମରଣ କରିବା ସହ ତାଙ୍କ ଶିର୍ଷ ବଳିଦାନ ଲାଗି ଦେଶ କେବେ ତାଙ୍କୁଭୁଲିପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସହିଦ ରବିନ୍ଦ୍ର ଛିକରା ତାଙ୍କ ଅଦମ୍ୟ ଶାହସ ଓ ବଳିଦାନ ଲାଗି କିର୍ତ୍ତି ଚକ୍ର ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

   Related Posts