Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାରଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଶ୍ରଦ୍ଧା କପୁରଙ୍କଠୁ ଆରମ୍ଭ କରି ରବିନା ଟଣ୍ଡନଙ୍କ ପର୍ଯ୍ୟନ୍ତ ବଲିଉଡ ଷ୍ଟାର

3/09/2019 at 2:35 PM

ମୁମ୍ବାଇ୩|୯: ମାୟାନଗରୀ ମୁମ୍ବାଇର ଆରା ଅଞ୍ଚଳରେ ମେଟ୍ରୋ କାର୍‌ ଶେଡ୍‌ ପାଇଁ ୨୭୦୦ ଗଛ କଟାଯିବା ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତିକୁ ଲଗାତାର ବିରୋଧ କରାଯାଉଛି। ଏବେ ପରିବେଶ ପ୍ରେମୀଙ୍କ ସହ ବଲିଉଡ ଷ୍ଟାରମାନେ ମଧ୍ୟ ଗଛ କଟା ନଯିବା ପାଇଁ ଆଗେଇ ଆସିଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା କପୁର, ଦିଆ ମିର୍ଜା ଓ ରବିନା ଟଣ୍ଡନଙ୍କ ସହ ଅନେକ ଷ୍ଟାର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ନିକଟରେ ଶ୍ରଦ୍ଧା କପୁର କିଛି ପରିବେଶ ପ୍ରେମୀଙ୍କ ସହ ରାସ୍ତାକୁ ଓହ୍ଲାଇ ଏହି ମାମଲାର ବିରୋଧ ପ୍ରଦର୍ଶନ କରିଛନ୍ତି।ଗଛ କାଟିବା ଭଳି ଭୁଲ ନିଷ୍ପତ୍ତି ବିରୋଧରେ ହେଉଥିବା ପ୍ରଦର୍ଶନରେ ଶ୍ରଦ୍ଧା ସାମିଲ ହୋଇ କିଛି ଭଲ ପରିଣାମ ଆଶା କରୁଛନ୍ତି ବୋଲି ଶ୍ରଦ୍ଧା କହିଛନ୍ତି। ଏହି ନିଷ୍ପତ୍ତି ବଦଳିଲେ ଅନେକ ଲୋକ ଖୁସି ହେବେ। ଏଭଳି ଆଶ୍ଚର୍ଯ୍ୟକର ନିଷ୍ପତ୍ତି ଜମା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ମୁମ୍ବାଇରେ ପ୍ରଥମରୁ ହିଁ ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ଅନେକ ସମସ୍ୟା ହେଉଛି । ଆଉ ଏବେ ଲୋକଙ୍କ ଫୁସ୍‌ଫୁସ୍‌କୁ କାଟିବାକୁ ସରକାର ଅନୁମତି ଦେଇଛନ୍ତି ବୋଲି ଶ୍ରଦ୍ଧା  କହିଛନ୍ତି।ତେଣୁ ଏହା ଅଟକାଇବା ନିହାତି ଜରୁରୀ।

ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ନିଜ ଭାବନା ଜଣାଇଛନ୍ତି। ସେ ଏଭଳି ନିଷ୍ପତ୍ତି ଶୁଣି ଖୁବ୍‌ ଆଶ୍ଚର୍ଯ୍ୟ ଓ ଏହାକୁ ସେଠାର ଲୋକ ହେବାକୁ ମଧ୍ୟ ଦେଉଛନ୍ତି। ଜନତାଙ୍କ ସ୍ବର କ’ଣ ପାଇଁ ଶୁଣା ଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ନିଜ ଲେଖାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି। ଦିୟା ଲେଖିଛନ୍ତି ଯେ, ସେ ମେଟ୍ରୋ ବିରୋଧରେ ନାହାନ୍ତି ହେଲେ ଲୋକଙ୍କ ଅମୁଲ୍ୟ ସେବା କରୁଥିବା ଗଛଙ୍କୁ ନକାଟି କିଛି ଭଲ ବିକଳ୍ପ ଉପାୟ ଚିନ୍ତା କରିବା ଉଚିତ୍‌ ବୋଲି ସେ କହିଛନ୍ତି।

ଅଭିନେତ୍ରୀ ଈଶା ଗୁପ୍ତା ଲେଖିଛନ୍ତି ଯେ, ଏହା ହାସ୍ୟାସ୍ପଦ। ପରିବେଶକୁ ନେଇ ରାଜନୀତି କରିବା ଅନୁଚିତ୍‌। ଆଗାମୀ ପିଢ଼ି ପାଇଁ କିଛି ଛାଡ଼ିବା ନିହାତି ଜରୁରୀ। ଏହି ନିଷ୍ପତ୍ତି ନବଦଳିଲେ ଆଗକୁ ଗଛ ସବୁଠୁ ଦାମୀ ହେବ। ଏମାନଙ୍କ ବ୍ୟତୀତ କମେଡ଼ି କିଙ୍ଗ୍ କପିଲ୍ ଶର୍ମା, ବଲିଉଡ଼୍ ଗାୟକ ଶାନ୍‌ ଓ ଅନେକ ଷ୍ଟାର୍‌ ଟୁଇଟ୍‌ କରି ଏହାର ବିରୋଧ କରିଛନ୍ତି।

   Related Posts