ବଲିଉଡ ଷ୍ଟାରଙ୍କ ସିକ୍ରେଟ୍ ଲଭ୍ : ଯାହାକୁ ଏକତରଫା ଭଲ ପାଆନ୍ତି ଆପଣଙ୍କ ମନପସନ୍ଦ ଷ୍ଟାରମାନେ

Published By : Prameya-News7 Bureau | April 05, 2020 IST

ମୁମ୍ବାଇ ୫/୪: ବଲିଉଡରେ ଏପରି ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କୁ ସମସ୍ତେ ପସନ୍ଦ କରନ୍ତି,ଯେଉଁମାନଙ୍କୁ ସମସ୍ତେ ଫଲୋ କରନ୍ତି। ଲୋକେ ତାଙ୍କୁ ଫିଲ୍ମ ଜରିଆରେ ପସନ୍ଦ କରନ୍ତି ଏବଂ ଅନେକ ସମୟରେ ତାଙ୍କୁ ନିଜ ଜୀବନର କ୍ରଶ୍ ମାନି ନିଅନ୍ତି। କିନ୍ତୁ ଯେଉଁ ଷ୍ଟାରଙ୍କୁ ଆପଣ ଏତେ ପସନ୍ଦ କରନ୍ତି ସେମାନେ ଅନ୍ୟଙ୍କୁ ନିଜ ଜୀବନର କ୍ରଶ୍ କରିଛନ୍ତି। ଆସନ୍ତୁ ଜାଣିବା ଆପଣଙ୍କ ପସନ୍ଦର କ୍ରଶ୍ ବିଷୟରେ

{"id":249233,"sizeSlug":"large"}

ରଣବୀର କପୁର : ରଣବୀର କପୁର ବଲିଉଡରେ ଏପରି ଷ୍ଟାର ଯାହାଙ୍କ ଉପରେ ଅନେକ ଝିଅ ଫିଦା। କିନ୍ତୁ ରଣବୀର କପୁର ବଲିଉଡର ଧକ୍ ଧକ୍ ଗାର୍ଲଙ୍କୁ ନିଜ କ୍ରଶ୍ ମାନନ୍ତି। ଆମେ କଥା ହେଉଛୁ ମାଧୁରୀ ଦିକ୍ଷୀତଙ୍କ ବିଷୟରେ ଯାହାଙ୍କ ବହୁତ ବଡ଼ ଫ୍ୟାନ୍ ହେଲେ ରଣବୀର କପୁର। ଯେତେବେଳେ ମାଧୁରୀ ବିବାହ କଲେ ରଣବୀର କପୁର ନିରାଶ ହୋଇଯାଇଥିଲେ।

{"id":249235,"sizeSlug":"large"}

ରକୁଲପ୍ରୀତ ସିଂହ : ଦେ ଦେ ପ୍ୟାର ଦେ ଫେମ୍ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ କ୍ରଶ୍ ହେଉଛନ୍ତି ରଣବୀର ସିଂହ। ସେ କୁହନ୍ତି ଯଦି ରଣବୀର ସିଂହ ଦୀପିକାଙ୍କୁ ବିବାହ କରିନଥାନ୍ତେ ତେବେ ସେ ତାଙ୍କ ସହ ବିବାହ କରିଥାଆନ୍ତେ। ରଣବୀରଙ୍କ ଏନର୍ଜି ମଧ୍ୟ ରକୁଲଙ୍କୁ ବହୁତ ପସନ୍ଦ। ତାଙ୍କ ଆକ୍ଟିଭ ନେଚର ରକୁଲଙ୍କୁ ଭଲ ଲାଗିଥାଏ।

{"id":249237,"sizeSlug":"large"}

ଅର୍ଜୁନ କପୁର : ଅଭିନେତା ଅର୍ଜୁନ କପୁରଙ୍କ କ୍ରଶ୍ ହେଲେ କରୀନା କପୁର। ଅର୍ଜୁନଙ୍କ କରୀନାଙ୍କ ପ୍ରତି ପ୍ରେମ ନୂଆ ନୁହେଁ। ସେ ବହୁତ ଦିନୁ ଏହା କହି ଆସୁଥିଲେ। ଅର୍ଜୁନ କରୀନାଙ୍କ ସହ ଫିଲ୍ମ ‘କି ଆଣ୍ଡ କା’ରେ ଅଭିନୟ କରିଥିଲେ।

{"id":249239,"width":581,"height":779,"sizeSlug":"large"}

ପରିଣିତି ଚୋପ୍ରା : ପରିଣିତି ଚୋପ୍ରା ବଲିଉଡର ନବାବ ସୈଫ ଅଲ୍ଲୀ ଖାନଙ୍କୁ ନିଜ କ୍ରଶ ମାନନ୍ତି। ପରିଣିତି ତ ଏପରି ବି କହିଥିଲେ ଯେ ଯଦି ତାଙ୍କୁ କେବେ ସୁଯୋଗ ମିଳେ ତେବେ ସେ ସୈଫଙ୍କୁ କିଡନ୍ୟାପ୍ କରିଦେବେ। କିନ୍ତୁ ସେ ସୈଫଙ୍କ ସାମନାରେ ନର୍ଭସ୍ ହୋଇଯାଆନ୍ତି।

{"id":249243,"width":580,"height":580,"sizeSlug":"large"}

ଆୟୁଷ୍ମାନ୍ ଖୁରାନା : ବଲିଉଡରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଉଥିବା ଆୟୁଷ୍ମାନ ଖୁରାନାଙ୍କ ବିବାହ ହୋଇଯାଇଥିବା ସତ୍ବେ ଆଜି ମଧ୍ୟ ତାଙ୍କର ପ୍ରୀତି ଜିଣ୍ଟାଙ୍କ ପ୍ରତି ପ୍ରେମ କମି ନାହିଁ। ସେ ପ୍ରୀତିଙ୍କୁ ନିଜ କ୍ରଶ୍ ମାନିଥାଆନ୍ତି। ଯେତେବେଳେ ଆୟୁ​‌ଷ୍ମାନ୍ ଭିଜେ ଥିଲେ ସେତେବେଳେ ସେ ସବୁଠୁ ଆଗେ ପ୍ରୀତି ଜିଣ୍ଟାଙ୍କ ସାକ୍ଷାତକାର ନେଇଥିଲେ। ସେ ପିଲାଦିନୁ ପ୍ରୀତିଙ୍କୁ ଫଲୋ କରି ଆସୁଛନ୍ତି।

{"id":249244,"width":579,"height":496,"sizeSlug":"large"}

ଶ୍ରଦ୍ଧା କପୁର : ବଲିଉଡର ଗ୍ରୀକ୍ ଗଡ୍ ଭାବେ ଜଣା ଯାଉଥିବା ହ୍ରିତିକ ରୋଶନଙ୍କ ତ ହଜାରେ ଫ୍ୟାନ୍ ଅଛନ୍ତି କିନ୍ତୁ ବଲିଉଡରେ ମଧ୍ୟ ତାଙ୍କ ଲୋକପ୍ରିୟତା କମ୍ ନୁହେଁ। ଶ୍ରଦ୍ଧା କପୁରଙ୍କ ଜୀବନରେ ହ୍ରିତିକ ରୋଶନଙ୍କ ପାଇଁ ଖାସ୍ ଗୁରୁତ୍ବ ରହିଛି। ସେ ତାଙ୍କୁ ସବୁଠୁ ବଡ଼ କ୍ରଶ୍ ମାନନ୍ତି। ସେ ତାଙ୍କ କହୋ ନା ପ୍ୟାର ହେ କୁ ବହୁତ ପସନ୍ଦ କରନ୍ତି। ତାଙ୍କ ପାଖରେ ହ୍ରିତିକ ରୋଶନଙ୍କ ଫଟୋର ବହୁତ ବଡ଼ କଲେକ୍ସନ୍ ରହିଛି।

{"id":249245,"sizeSlug":"large"}

ଆଲିୟା ଭଟ୍ଟ : ଆଲିୟା ଭଟ୍ଟ କମ୍ ସମୟରେ ଲୋକଙ୍କ ମନରେ ନିଜର ଖାସ୍ ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କ ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥାଏ। ରଣବୀର କପୁରଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ। କିନ୍ତୁ ଏକଥା ବହୁତ କମ୍ ଲୋକ ଜାଣନ୍ତି ଯେ ଆଲିୟାଙ୍କ କ୍ରଶ୍ ହେଲେ ଶାହିଦ କପୁର। ସେ ଶାହିଦଙ୍କ ଫିଲ୍ମ ଇସ୍କ ଭିସ୍କ ଫିଲ୍ମକୁ ବହୁତ ପସନ୍ଦ କରନ୍ତି।

{"id":249246,"sizeSlug":"large"}

ସଲମାନ ଖାନ୍ : ସଲମାନ ଖାନଙ୍କ ଲୋକପ୍ରିୟତା ସମୟ ସହିତ ବଢ଼ିଛି। ସେ ଅନେକ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି,ତାଙ୍କ ଆଫେୟାର ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ସଲମାନ ଖାନଙ୍କ କ୍ରଶ୍ ଅନ୍ୟ କେହି ଥିଲେ। ସଲମାନ ପିଲାଦିନୁ ହେମା ମାଳିନୀଙ୍କୁ ନିଜ କ୍ରଶ୍ ମାନୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.