ବିଶ୍ବର ସୁରକ୍ଷା ପାଇଁ ବଲିଉଡ ଅଭିନେତ୍ରୀମାନେ ସୋସିଆଲ ମିଡିଆ ମାଧ୍ୟମରେ କଲେ ସମସ୍ତଙ୍କୁ ଅନୁରୋଧ

Published By : Prameya-News7 Bureau | April 22, 2020 IST

ମୁମ୍ବାଇ ୨୨/୪: କରୋନା ଭାଇରସ୍ ଭୟାବହତା ଯୋଗୁଁ ଆଜି ପୂରା ବିଶ୍ବ ଘରେ ବସି ୫୦ତମ ଅର୍ଥ ଡେ ପାଳନ କରୁଛି। ସମସ୍ତେ ଏହି ଦିନକୁ ଅନଲାଇନ୍ ସେଲିବ୍ରେଟ୍ କରୁଛନ୍ତି। ଏବର୍ଷ ଅର୍ଥ ଡେ ଅତ୍ୟନ୍ତ ଖାସ୍ ରହିବ କାରଣ ଅଧିକାଂଶ ଲୋକଙ୍କ ମତରେ ଏହି ଲକଡାଉନ୍ ପୃଥିବୀ ପାଇଁ ଔଷଧର କାମ କରୁଛି। ଏହି ଖାସ୍ ଅବସରରେ ବଲିଉଡ ସେଲିବ୍ରିଟି ମଧ୍ୟ ଡିଜିଟାଲ୍ ‘ଅର୍ଥ ଡେ’ ସେଲିବ୍ରେଟ୍ କରୁଛନ୍ତି।

wp:core-embed/instagram {"url":"https://www.instagram.com/p/B_PtIPKJ15c/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_PtIPKJ15c/?utm_source=ig_embed
/wp:core-embed/instagram

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଅର୍ଥ ଡେ ରେ ପୃଥିବୀର ସୁନ୍ଦର ଫଟୋ ସେୟାର କରିଛନ୍ତି ,ଯେଉଁଥିରେ ସେ ଏକ ସୁନ୍ଦର କବିତା ଲେଖିଛନ୍ତି। ସେ ଲେଖିଛନ୍ତି ଯେ ‘ପ୍ରକୃତି ମାଙ୍କୁ କୃତଜ୍ଞତା ଏବଂ ପ୍ରଶଂସା ସହ ହ୍ୟାପି ଅର୍ଥ ଡେ,ପ୍ରକୃତି ମାଙ୍କୁ ଧନ୍ୟବାଦ,ଷ୍ଟେ ହୋମ୍,ଷ୍ଟେ ପଜିଟିଭ’।

wp:core-embed/twitter {"url":"https://twitter.com/MadhuriDixit/status/1252830022039072769","type":"rich","providerNameSlug":"twitter","className":""}
https://twitter.com/MadhuriDixit/status/1252830022039072769
/wp:core-embed/twitter

ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ଏହି ଦିନ ଆଭାର ବ୍ୟକ୍ତ କରିବାର ନିଆରା ଉପାୟ ଅବଲମ୍ବନ କରିଛନ୍ତି। ସେ ଭିଡିଓ ସେୟାର କରି ଲେଖିଛନ୍ତି ଯେ ‘୫୦ତମ ଅର୍ଥ ଡେ ରେ ଆମେ ସମସ୍ତେ ଗଛ ଲଗାଇବା,ଇନ୍ଧନ ଏବଂ ପାଣିର ଉପଯୋଗ ଆବଶ୍ୟକତା ହେଲେ କରିବା। ପୂରାପୂରି ଆମେ ଏକ ଉନ୍ନତ ବିଶ୍ବର ନିର୍ମାଣ କରିପାରିବା,ଆମେ ସମସ୍ତେ ଗର୍ବିତ।’

wp:core-embed/instagram {"url":"https://www.instagram.com/p/B_Rb1XJDSHm/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_Rb1XJDSHm/?utm_source=ig_embed
/wp:core-embed/instagram

ଅଭିନେତ୍ରୀ ରିଚା ଚଡ୍ଢା ଏବଂ ଅଲାୟା ଫର୍ଣ୍ଣିଚରଓ୍ବାଲା ପୋଷ୍ଟ ଜରିଆରେ ନିଜ କଳାତ୍ମକ ଝଲକ ଦେଖାଇଛନ୍ତି।

wp:core-embed/instagram {"url":"https://www.instagram.com/p/B_PlGi-hTF4/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_PlGi-hTF4/?utm_source=ig_embed
/wp:core-embed/instagram

ଏମାନଙ୍କ ସହ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା,ମଲାଇକା ,ଦିୟା ମିର୍ଜା,ସୋନମ୍ କପୁର,ଜୋୟା ଅଖତର ଏବଂ ପ୍ରତୀକ ବବ୍ବର ମଧ୍ୟ ଅର୍ଥ ଡେ ରେ ପୋଷ୍ଟ ସେୟାର କରିଛନ୍ତି,ଯାହା ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହୋଇଛି।

wp:core-embed/instagram {"url":"https://www.instagram.com/p/B_RdoLXlo6f/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_RdoLXlo6f/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.