ବଲିଉଡ ତାରକା ଅନ୍ଧ ବିଶ୍ୱାସୀ : ବଚ୍ଚନଙ୍କ ଡବଲ ୱାଚ୍, ସଲମାନଙ୍କ ବ୍ରେସଲେଟ୍, ଏକତାଙ୍କ ମୁଦି, ଏମିତି କେତେ ଉଦାହରଣ...

Published By : Prameya-News7 Bureau | June 07, 2020 IST

ମୁମ୍ବାଇ ୦୭/୦୬ : ଆପଣ ଅଧିକାଂଶ ସମୟରେ ଶୁଣିଥିବେ ଯାହା ଭାଗ୍ୟରେ ଥିବା ତାହା ମିଳିବ | ତେବେ ଏହି ଉକ୍ତିର ସତ୍ୟତା କେତେ ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ | ସମସ୍ତ ଧର୍ମରେ ପୂଜାପାଠ ସହ ତନ୍ତ୍ର ଶାସ୍ତ୍ର ଓ ମୁସଲମାନ ଧର୍ମରେ ଗୁଣି ଗାରେଡି ଦ୍ୱାରା ଭାଗ୍ୟ ପଥରେ ଛିଡା ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇପାରେ ଏବଂ ସୌଭାଗ୍ୟ ବୃଦ୍ଧି କରାଯାଇପାରେ | ଏହିଭଳି କଥାରେ ସାଧାରଣ ଜନତାଙ୍କ ସହ କିଛି ବଲିଉଡ ସେଲିବ୍ରିଟି ମଧ୍ୟ ବିଶ୍ୱାସ କରନ୍ତି | ବଲିଉଡ ତାରକା ମଧ୍ୟ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏମିତି କାମ କରିଥାନ୍ତି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |

୫୫୫ ନମ୍ବରକୁ ଅନେକ ଲୋକ ଲକି ବୋଲି ମାନିଥାନ୍ତି | ଶାହରୁଖ ଖାନ ଏହି ନମ୍ବରକୁ ନିଜ ପାଇଁ ଭାଗ୍ୟଶାଲୀ ବୋଲି ମନେକରନ୍ତି | ଶାହରୁଖଙ୍କ ଅଧିକାଂଶ କାରର ନମ୍ବର ୫୫୫ ଏବଂ ତାଙ୍କ ଫୋନ ନମ୍ବରର ଶେଷ ୩ଟି ଅଙ୍କ ମଧ୍ୟ ୫୫୫ |

{"id":282626,"sizeSlug":"large"}

ସଲମାନ ଖାନଙ୍କ କ୍ୟାରିଅର ଯେତେବେଳେ ଭଲ ନଥିଲା ସେତେବେଳେ ତାଙ୍କ ପିତା ସଲିମ ଖାନ ତାଙ୍କୁ ଏକ ବ୍ରାସଲେଟ ଦେଇଥିଲେ | ଏହି ବ୍ରାସଲେଟରେ ଆକାଶୀ ନୀଳ ରଙ୍ଗର ଏକ ପଥର ଲାଗିଛି | ଏହି ବ୍ରାସଲେଟକୁ ପିନ୍ଧିବା ପରେ ସଲମାନଙ୍କ ସବୁ ଫିଲ୍ମ ହିଟ ହୋଇଥିଲା | ଏହାପରେ ସଲମାନ କେବେ ମଧ୍ୟ ବ୍ରାସଲେଟକୁ ହାତରୁ କାଢି ନାହାନ୍ତି |

{"id":282627,"sizeSlug":"large"}

ଅମୀର ଖାନ ମଧ୍ୟ ସଫଳତା ପାଇଁ ଏହିଭଳି କିଛି କାମ କରିଥାନ୍ତି | ଡିସେମ୍ବର ମାସ ପ୍ରତି ତାଙ୍କର ଦୁର୍ବଳତା ରହିଛି | ସେଥିପାଇଁ ଅମୀର ଖାନଙ୍କ ପ୍ରାୟ ଫିଲ୍ମ ଡିସେମ୍ବରରେ ରିଲିଜ ହୋଇଥାଏ | ଏପରିକି ସେ ନିଜ ପୁଅର ଜନ୍ମ ମଧ୍ୟ ଡିସେମ୍ବର ପାଖାପାଖି ପ୍ଲାନ କରିଥିଲେ |

ଏକତା କପୁର ଜଣାଶୁଣା ନିର୍ଦେଶକ ଓ ପ୍ରଯୋଜକ | ସେ ସୁଟିଂ ତାରିଖରୁ ଆରମ୍ଭ କରି ଜାଗା, ଓ ଫିଲ୍ମ ରିଲିଜ ତାରିଖ ସମ୍ପର୍କରେ ଜ୍ୟୋତିଷଙ୍କ ସହ ପରାମର୍ଶ କରିଥାନ୍ତି | ସେ ଭିନ୍ନ ଭିନ୍ନ ପ୍ରକାର ମୁଦି ମଧ୍ୟ ଧାରଣ କରିଛନ୍ତି |

{"id":282628,"sizeSlug":"large"}

କରନ ଜୋହର ବିଶ୍ୱାସ କରନ୍ତି ଯେ, କ ଅକ୍ଷରରୁ ଆରମ୍ଭ ହେଉଥିବା ଫିଲ୍ମ ହିଟ ହୋଇଥାଏ | ସେଥିପାଇଁ ତାଙ୍କର ଅଧିକାଂଶ ଫିଲ୍ମର ଟାଇଟଲ କ ଅକ୍ଷରରୁ ଆରମ୍ଭ ହୋଇଥାଏ |

ରତିକ ରୋଶନଙ୍କ ବାମ ହାତରେ ୬ଟି ଆଙ୍ଗୁଠି ଅଛି | ଏହି ଆଙ୍ଗୁଠିକୁ ଅପରେସନ କରି ହଟାଇ ଦେବାକୁ ତାଙ୍କୁ କୁହାଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ | ଏହି ଆଙ୍ଗୁଠିକୁ ସେ ନିଜ ପାଇଁ ଲକି ବୋଲି ମାନନ୍ତି | 

{"id":282629,"sizeSlug":"large"}

ଅମିତାଭ ବଚ୍ଚନଙ୍କର ମଧ୍ୟ କିଛି ଅନ୍ଧ ବିଶ୍ୱାସ ରହିଛି | ସେ କେବେ ହେଲେ ଭାରତୀୟ କ୍ରିକେଟ ଟିମର ଲାଇଭ ମ୍ୟାଚ ଦେଖାନ୍ତିନି | ସେ ଲାଇଭ ମ୍ୟାଚ ଦେଖିଲେ ଭାରତ ମ୍ୟାଚ ହାରିଯାଏ ବୋଲି ସେ ବିଶ୍ୱାସ କରନ୍ତି | ସେ ଜ୍ୟୋତିଷଙ୍କୁ ପରାମର୍ଶ କରି କିଛି ମୁଦି ମଧ୍ୟ ପିନ୍ଧିଛନ୍ତି | ସେ ଦୁଇ ହାତରେ ଦୁଇଟି ଘଣ୍ଟା ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳେ | ତେବେ ସେ କୁହନ୍ତି ଗୋଟିଏ ହାତରେ ନିଜ ପାଇଁ ଓ ଅନ୍ୟ ହାତରେ ଅଭିଷେକଙ୍କ ପାଇଁ ଘଣ୍ଟା ପିନ୍ଧିଥାନ୍ତି |

{"id":282630,"sizeSlug":"large"}

ଅକ୍ଷୟ କୁମାର ବିଶ୍ୱାସ କରନ୍ତି ଯେ, ତାଙ୍କ ଫିଲ୍ମ ରିଲିଜ ହେବା ସମୟରେ ସେ ଭାରତରେ ଉପସ୍ଥିତ ଥିଲେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ଅଧିକ ରୋଜଗାର କରେନି | ସେଥିପାଇଁ ସେ ଅଧିକାଂଶ ସମୟରେ ନିଜ ଫିଲ୍ମ ରିଲିଜ ହେବାବେଳେ ବିଦେଶରେ ଥାଆନ୍ତି | 

ରଣବୀର ସିଂହ ପିଲାଦିନେ ସବୁବେଳେ ଅସୁସ୍ଥ ହୋଇପଡୁଥିଲେ | ସେଥିପାଇଁ ତାଙ୍କ ମା ତାଙ୍କ ଗୋଡରେ ଏକ କଳା ସୁତା ବାନ୍ଧି ଦେଇଥିଲେ | ଏବେ ମଧ୍ୟ ତାଙ୍କ ଗୋଡରେ କଳା ସୁତା ରହିଛି |

ଅଜୟ ଦେବଗନଙ୍କ ଫିଲ୍ମ ଫ୍ଲପ ହେବାପରେ ଜ୍ୟୋତିଷ ତାଙ୍କ ସରନେମରୁ ଏକ ଏ ହଟାଇବାକୁ କହିଥିଲେ | ଗୋଟିଏ ଏ ହଟାଇ ଦେବାପରେ ତାଙ୍କ ଫିଲ୍ମ ହିଟ ହୋଇଥିଲା |

ଦୀପିକା ନିଜ ଅଭିନୟ ଦକ୍ଷତାରେ ନିଜକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାପିତ କରିଛନ୍ତି | ଦୀପିକା ପାଦୁକୋନ ନିଜର ସବୁ ଫିଲ୍ମ ରିଲିଜ ହେବା ପୂର୍ବରୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ଦର୍ଶନ କରିଥାନ୍ତି | 

{"id":282631,"sizeSlug":"large"}

କ୍ୟାଟ୍ରିନା କୈଫ ନିଜ ଫିଲ୍ମ ସୁଟିଂ ପୂର୍ବରୁ ଅଜମେର ସରିଫ ଦରଗାହ ନିଶ୍ଚୟ ଯାଆନ୍ତି | ଅଜମେର ସରିଫରେ ତାଙ୍କର ବହୁତ ବିଶ୍ୱାସ ରହିଛି | ବିପଶା ବାସୁ ପ୍ରତି ଶନିବାର ଲେମ୍ବୁ-ଲଙ୍କା କିଣି କାରରେ ବାନ୍ଧିଥାନ୍ତି | ଲେମ୍ବୁ-ଲଙ୍କା ଲଗାଇଲେ ଖରାପ ଦୃଷ୍ଟି ପଡ଼େନି ବୋଲି ସେ ବିଶ୍ୱାସ କରନ୍ତି |

{"id":282632,"width":567,"height":425,"sizeSlug":"large"}

ବିଦ୍ୟା ବାଲନ ପାକିସ୍ତାନୀ କମ୍ପାନୀର ଏକ ଖାସ କାଜଲ ବ୍ୟବହାର କରନ୍ତି | ସେହି କାଜଲ ତାଙ୍କ ପାଇଁ ବହୁତ ଲକି ବୋଲି ସେ ବିଶ୍ୱାସ କରନ୍ତି | ପ୍ରତ୍ୟେକ ଫିଲ୍ମରେ ସେ ଥରେ ହେଲେ ନାଲି ରଙ୍ଗର ଡ୍ରେସ ପିନ୍ଧିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି |

କରିନା କପୁର ସେପ୍ଟେମ୍ବର ୨୧ ତାରିଖରେ ଜନ୍ମ ହୋଇଛନ୍ତି | ସେଥିପାଇଁ ୩ ଅଙ୍କ ତାଙ୍କ ପାଇଁ ଲକି ବୋଲି ସେ ବିଶ୍ୱାସ କରନ୍ତି | ଟଙ୍କା କାର ନମ୍ବରର ଅଙ୍କ ମିଶାଇଲେ ମଧ୍ୟ ୩ ହୋଇଥାଏ |

{"id":282633,"sizeSlug":"large"}

ଶିଳ୍ପ ସେଟ୍ଟୀ କୁନ୍ଦ୍ରା ହାତର ଛୋଟ ଆଙ୍ଗୁଠିରେ ପନ୍ନା ଜଡିତ ମୁଦି ପିନ୍ଧିଛନ୍ତି | ଯେତେବେଳେ ତାଙ୍କ ବ୍ୟକ୍ତିଗତ ଓ ପ୍ରଫେସନାଲ ଜୀବନରେ ସମସ୍ୟା ଚାଲିଥିଲା ସେତେବେଳେ ସେ ଏହି ମୁଦି ପିନ୍ଧିଥିଲେ | ତାଙ୍କର ସବୁ ସମସ୍ୟା ଦୂର ହୋଇଯାଇଥିଲା | ଏହାଛଡା ଆଇପିଏଲ ସମୟରେ ନିଜ ଟିମ ରାଜସ୍ତାନ ରୋୟାଲ ମ୍ୟାଚ ବେଳେ ସେ ଦୁଇ ହାତରେ ଦୁଇଟି ଘଣ୍ଟା ପିନ୍ଧିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.