ଅକ୍ଷୟ କୁମାରଙ୍କ ମା'ଙ୍କୁ ଅନ୍ତିମ ବିଦାୟ ଦେବାକୁ ଶ୍ମଶାନ ଘାଟରେ ପହଞ୍ଚିଲେ ଅନେକ ସେଲିବ୍ରିଟି

Published By : Prameya-News7 Bureau | September 08, 2021 IST

ମୁମ୍ବାଇ ୦୮/୦୯ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା' ଅରୁଣା ଭାଟିଆଙ୍କ ବୁଧବାର ଦିନ ଦେହାନ୍ତ ହୋଇଛି। ଗତ କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ତାଙ୍କୁ ମୁମ୍ବାଇ ସ୍ଥିତ ହୀରାନନ୍ଦାନି ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅକ୍ଷୟ କୁମାର ସୋସିଆଲ ମିଡ଼ିଆ ଜରିଆରେ ମା'ଙ୍କ ଦେହାନ୍ତ ଖବର ଦେଇଛନ୍ତି। ତାଙ୍କର ଅନ୍ତିମ ଦର୍ଶନ ପାଇଁ ଏବଂ ଅକ୍ଷୟଙ୍କୁ ସାନ୍ତ୍ୱନା ଦେବା ପାଇଁ ଅନେକ ବଲିଉଡ ସେଲିବ୍ରିଟି ଅରୁଣା ଭାଟିଆଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଛନ୍ତି।

{"id":508197,"sizeSlug":"full","linkDestination":"none"}

ଅକ୍ଷୟ କୁମାରଙ୍କ ମା'ଙ୍କ ଅନ୍ତିମ ସଂସ୍କାର ପାଇଁ ପତ୍ନୀ ଟ୍ୱିଙ୍କଲ ଖାନ୍ନାଙ୍କ ସହ ପହଞ୍ଚିଛନ୍ତି। ଅରୁଣା ଭାଟିଆଙ୍କ ଅନ୍ତିମ ସଂସ୍କାର ମୁମ୍ବାଇ ଜୁହୁ ସ୍ଥିତ ପବନହଂସ ଶ୍ମଶାନ ଘାଟରେ ହୋଇଛି। ଶ୍ମଶାନ ଘାଟରୁ ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନ୍ନାଙ୍କ ଫଟୋ ସାମ୍ନାକୁ ଆସିଛି। ଉଭୟଙ୍କ ମୁହଁରେ ନିରାଶା ସ୍ପଷ୍ଟ ବାରି ହୋଇପଡୁଛି।

{"id":508203,"sizeSlug":"full","linkDestination":"none"}

ଶ୍ମଶାନ ଘାଟରେ ଅନେକ ବଲିଉଡ କଳାକାର ନଜର ଆସିଛନ୍ତି। ସାଜିଦ ଖାନ, ରିତେଶ ଦେଶମୁଖ, ପ୍ରଯୋଜକ ରମେଶ ତେରାନି, ରୋହିତ ସେଟ୍ଟୀ, ଚଙ୍କି ପାଣ୍ଡେ ଅରୁଣା ଭାଟିଆଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.