କରୋନା ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଫିଲ୍ମ ଷ୍ଟାର : ଦେଲେ ଏତେ ଟଙ୍କା

Published By : Prameya-News7 Bureau | March 27, 2020 IST

ମୁମ୍ବାଇ ୨୭/୩ : କରୋନା ଭାଇରସ୍ ସମଗ୍ର ବିଶ୍ବକୁ ଭୟଭୀତ କରିଛି। ଲୋକେ ଏହି ପ୍ରାଣଘାତୀ ଭାଇରସ୍ ଯୋଗୁଁ ନିଜ ଜୀବନ ତ ହରାଉଛନ୍ତି,ଏହା ବ୍ୟତୀତ ଅର୍ଥବ୍ୟବସ୍ଥାକୁ ମଧ୍ୟ ଜୋରସୋରରେ ଝଟକା ଲାଗିଛି। ଏପରି ପରିସ୍ଥିତିରେ ଗରିବ,ଶ୍ରମିକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି। ଏପରି କ୍ଷେତ୍ରରେ ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଫିଲ୍ମ ଷ୍ଟାର। ବଲିଉଡ ସହ ଟଲିଉଡ ସମସ୍ତେ ହୃଦୟ ଖୋଲି ଦାନ କରୁଛନ୍ତି। ଆସନ୍ତୁ ଜାଣିବା ଏହି କଳାକାରମାନଙ୍କ ବିଷୟରେ

{"id":244932,"sizeSlug":"large"}

୧.ପଓ୍ବନ କଲ୍ୟାଣ : ଦକ୍ଷିଣର ସୁପରଷ୍ଟାର ପଓ୍ବନ କଲ୍ୟାଣ କରୋନା ପରିସ୍ଥିତିରେ ମନ ଖୋଲି ଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ୧କୋଟି ଟଙ୍କା ଦେଇଛନ୍ତି। କେବଳ ଏତିକି ନୁହେଁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପାଇଁ ମଧ୍ୟ ୫୦-୫୦ଲକ୍ଷ ଟଙ୍କା ଦାନ କରିଛନ୍ତି। ପଓ୍ବନ କଲ୍ୟାଣ ମୋଟ ୨କୋଟି ଟଙ୍କା ସାହାଯ୍ୟ କରିଛନ୍ତି।

{"id":244934,"sizeSlug":"large"}

୨. ରାମ ଚରଣ : ଦକ୍ଷିଣର ଆଉ ଜଣେ ସୁପରଷ୍ଟାର ରାମ ଚରଣ ମଧ୍ୟ ପଓ୍ବନ କଲ୍ୟାଣଙ୍କଠୁ ପ୍ରେରଣା ନେଇଛନ୍ତି। ସେ ନିଜ ଟ୍ବିଟରରେ ଏବିଷୟରେ ସୂଚନା ଦେଇଛନ୍ତି। ରାମ ଚରଣ ୭୦ଲକ୍ଷ ଟଙ୍କାର ସହାୟତା କରିଛନ୍ତି।

{"id":244936,"sizeSlug":"large"}

୩. କମଲ ହାସନ : ଅଭିନେତା ଏବଂ ରାଜନେତା କମଲ ହାସନ ଏହି ସଙ୍କଟମୟ ପରିସ୍ଥିତିରେ ବହୁତ ବଡ଼ ସାହାଯ୍ୟ କରିଛନ୍ତି। ସେ ଟଙ୍କା ପରିବର୍ତେ ନିଜ ଘରକୁ ହସ୍ପିଟାଲ ଆକାରରେ ଦେବାକୁ ଅପିଲ କରିଛନ୍ତି। ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ଘରକୁ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରାଯାଉ।

{"id":244938,"sizeSlug":"large"}

୪.ମହେଶ ବାବୁ : ସରିଲେରୁ ନିକେଭାରୁ ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିବା ମହେଶ ବାବୁ ମଧ୍ୟ ଏହି ମହାମାରୀରୁ ବର୍ତ୍ତିବା ପାଇଁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ସେ ଏକ କୋଟି ଟଙ୍କାର ସହାୟତା ରାଶି ଦାନ କରିଛନ୍ତି।

{"id":244940,"sizeSlug":"large"}

୫. ପ୍ରଭାସ : ବାହୁବଳି ଫେମ୍ ପ୍ରଭାସ ଫିଲ୍ମରେ ନିଜ କାମ ଦ୍ବାରା ଲୋକଙ୍କୁ ଇମ୍ପେସ୍ କରିଥାଆନ୍ତି ଏହା ବ୍ୟତୀତ ସେ ସମାଜସେବା ମଧ୍ୟ ବହୁତ କରନ୍ତି। ସେ ଏକ କୋଟି ଟଙ୍କା ଦେବାକୁ କହିଛନ୍ତି।

{"id":244942,"sizeSlug":"large"}

୬. କପିଲ ଶର୍ମା : କମେଡ଼ି କିଙ୍ଗ୍ କପିଲ ଶର୍ମା ମଧ୍ୟ ଏହି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। କପିଲ ୫୦ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":244943,"sizeSlug":"large"}

୭. ହ୍ରିତିକ ରୋଶନ୍ : ବଲିଡଡ ଅଭିନେତା ହ୍ରିତିକ ରୋଶନ୍ ବିଏମସି ଲୋକଙ୍କୁ ମାସ୍କ ଦେବାକୁ କହିଛନ୍ତି। ସେ N95 ଏବଂ FFP3 ମାସ୍କ ବାଣ୍ଟିବେ।

{"id":244945,"sizeSlug":"large"}

୮. କରଣ ଜୋହର : ଫିଲ୍ମମେକର କରଣ ଜୋହର ମଧ୍ୟ ଏକ ସଂସ୍ଥା ସହ ସାମିଲ ହୋଇ ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.