Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଧ୍ୟ ବାଧକତାରେ ଏହି ବଲିଉଡ ଅଭିନେତ୍ରୀମାନେ ବି ଗ୍ରେଡ ଫିଲ୍ମରେ କରିଥିଲେ କାମ, ଜାଣନ୍ତୁ କଣ ଥିଲା ଘଟଣା

ମୁମ୍ୱାଇ୨୨|୪: ପ୍ରାୟତଃ ସିନେ ଓ ଟେଲି ଅଭିନେତ୍ରୀ ନିଜ ଫେମ୍‌ ପାଇଁ ଚର୍ଚ୍ଚାରେ ଥାନ୍ତି। ଆଜିକାଲି ସମସ୍ତେ ସବୁ ସେଲିବ୍ରିଟିଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଆଗ୍ରହୀ । କାରଣ ମନୋରଞ୍ଜନ ଦର୍ଶକଙ୍କୁ ଯେତିକି ଆକୃଷ୍ଟ କରାଏ ତାଠୁ ଅଧିକ କଳାକାରଙ୍କ ବ୍ୟକ୍ତିଗତ ଜୀବନ । ଇଣ୍ଡଷ୍ଟ୍ରୀରେ ବି ଗ୍ରେଡ ପିଲ୍ମ କରିଥିବା ଅଭିନେତ୍ରୀଙ୍କ ପ୍ରତି ଦର୍ଶକଙ୍କ ମନରେ ଏକ ଅଲଗା ଧାରଣା ଓ ଉତ୍ସୁକତା ରହିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ବି ଗ୍ରେଡ ଫିଲ୍ମରେ କେଉଁ ପରିସ୍ଥିତିରେ କାମ କରିଛନ୍ତି।

ସନା ଖାନ-

୨୦୧୨ ମସିହାରେ  ସନା ଖାନ ରିଆଲିଟି ସୋ ବିଗ୍‌ବସ୍‌ରେ ପ୍ରତିଯୋଗିତା ଭାବେ ଭାଗ ନେଇଥିଲେ। ସନା ଜଣେ ମଡେଲ, ଡାନସର ଓ ଅଭିନେତ୍ରୀ। ଫିଲ୍ମରେ କାମ କରିବା ପୂର୍ବରୁ ସେ ଅନେକ ବିଜ୍ଞାପନରେ ଦେଖିବାକୁ ମିଳିଥିଲେ। ଏହା ପରେ ସେ ଟିଭି ସୋ ଓ ମଡେଲିଂ କରୁଥିଲେ। ବଲିଉଡ ସହ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି ସନା। ଗୋଟେ ସମୟରେ ସନାଙ୍କ ପାଖରେ କୌଣସି ଫିଲ୍ମ ବା ଟିଭି ସୋର ଅଫର ନଥିଲା। ସେହି ସମୟରେ ସେ ବାଧ୍ୟ ହୋଇ ବି ଗ୍ରେଡ ଫିଲ୍ମରେ ଅଭିନୟ କରିଥିଲେ।

ନେହା ଧୂପିଆ-

ନେହା ଧୂପିଆ ଜଣେ ନାମି ଦାମୀ ଅଭିନେତ୍ରୀ। ଆଜିକାଲି ଫିଲ୍ମରେ କମ ଓ ରିଆଲିଟି ସୋକୁ ହୋଷ୍ଟ କରିବାରେ ଅଧିକ ଦେଖାଯାଉଛନ୍ତି ନେହା। ୨୦୦୨ ମସିହାର ଫେମିନା ମିସ ପେଜିଏଣ୍ଟର ମୁକୁଟ ହାସଲ କରିଥିଲେ ନେହା । ଫିଲ୍ମ ଜଗତରେ ପାଦ ଦେବା ପୂର୍ବରୁ ନେହା ଅନେକ ସଂଘର୍ଷ କରିଥିଲେ । ହିନ୍ଦି, ପଞ୍ଜାବୀ, ତେଲୁଗୁ ଓ ମଲାୟଲମ ଭାଷାର ଫିଲ୍ମରେ ଅଭିନୟ କରିଛନ୍ତି ନେହା। କ୍ୟାରିଅର ସଂଘର୍ଷ ସମୟରେ ସେ ମଧ୍ୟ ଅନ୍ୟ ଉପାୟ ନପାଇ ବି ଗ୍ରେଡ ଫିଲ୍ମରେ ଅଭିନୟ କରିଥିଲେ।

ଦିଶା ଭକାନୀ-

ଟେଲି ଅଭିନେତ୍ରୀ ଦିଶା ଭକାନୀ ବେଶ ଚର୍ଚ୍ଚାରେ ରୁହନ୍ତି। “ତାରକ ମେହତା କେ ଉଲ୍‌ଟା ଚଷମା” ଧାରାବାହିକରେ ଦୟା ଭାବି ଚରିତ୍ରର ଭୂମିକାରେ ଅଭିନୟ କରିଥିବା ଦିଶା ଭକାନୀ ମଧ୍ୟ ବି ଗ୍ରେଡ ଫିଲ୍ମରେ ଅଭିନୟ କରିଛନ୍ତି। ଦିଶା ଟିଭି ଧାରାବାହିକ ସହ ଅନେକ ବଲିଉଡ ସିନେମାରେ ସହଯୋଗୀ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି।

ଦିପୀକା ଚିଖାଲିଆ-

ଦୀପିକା ଟିଭି ସିରିଏଲରେ ଅଭିନୟ କରିବା ପୂର୍ବରୁ ବି ଗ୍ରେଡ ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଅଭିନେତ୍ରୀ ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଚରିତ୍ରରେ ଅଭିନୟ କରିଥିଲେ। ଦିପୀକା ବି ଗ୍ରେଡରେ କାମ କରୁଥିବା ବେଳେ ଦର୍ଶକ ଏହା ପସନ୍ଦ କରୁନଥିଲେ। ହେଲେ ରାମାୟଣରେ ୍ଭିନୟ କରିବା ପରେ ସେ ଆଉ କେବେ ବି ଗ୍ରେଡ ଫିଲ୍ମରେ ଅଭିନୟ କରିନାହାନ୍ତି ।

ଅର୍ଚ୍ଚନା ପୂରଣ ସିଂ-

ଅର୍ଚ୍ଚନା ଏବେ କପିଲ ଶର୍ମାଙ୍କ କମେଡି ସୋରେ ଜଜ୍ ଭାବେ ଦେଖାଯାଆନ୍ତି। ଏହା ପୂର୍ବରୁ ସେ ସୋନୀ ଚ୍ୟାନେଲରେ ପ୍ରସାରିତ ହେଉଥିବା କମେଡି ସୋରେ ଜଜ୍‌ ଥିଲେ। ଅନେକ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ମଧ୍ୟ ଗୋଟେ ସମୟରେ ବି ଗ୍ରେଡ ଫିଲ୍ମରେ କାମ କରୁଥିଲେ। କିନ୍ତୁ ମେନ ଷ୍ଟ୍ରିମ ଫିଲ୍ମରେ ସେ କେବେ ସଫଳତା ହାସଲ କରିନାହାନ୍ତି ।

536 Views

   ସମ୍ବନ୍ଧିତ ଖବର