ପାକିସ୍ତାନୀ ସେନାଙ୍କ କବଜାରେ ଥିବା ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ବଲିଉଡ଼ କଳାକାର କଲେ ପ୍ରାର୍ଥନା

Published By : Prameya-News7 Bureau | February 27, 2019 IST

ମୁମ୍ବାଇ ୨୭/୨- ଭାରତ-ପାକିସ୍ତାନ ମୁହାଁମୁହିଁ ଯୁଦ୍ଧ ପରିସ୍ଥିତିରେ ଆଜି ବାୟୁସେନାର ଜଣେ କମାଣ୍ଡରକୁ ଅପହରଣ କରିନେଇଛି ପାକିସ୍ଥାନ । ନିଜର ବୀରତ୍ଵର ପରାକାଷ୍ଠା ଦେଖାଇ ଲଢ଼େଇ କରିଥିବା କମାଣ୍ଡରଙ୍କ ପାଇଁ ବଲିଉଡ଼ କଳାକାର ନିରାପଦରେ ଫେରିଆସିବାକୁ କରିଛନ୍ତି ପ୍ରାର୍ଥନା ।

wp:core-embed/twitter {"url":"https://twitter.com/AnupamPKher/status/1100730901552599041","type":"rich","providerNameSlug":"twitter","className":""}
https://twitter.com/AnupamPKher/status/1100730901552599041
/wp:core-embed/twitter

ଆଜି ସକାଳେ ଭାରତର ବାୟୁସେନା  ବାୟୁସେନା ଓ୍ଵିଙ୍ଗ୍ କମାଣ୍ଡର ପାକିସ୍ତାନୀ ସେନାଙ୍କ ଦ୍ଵାରା ଗିରଫ ହୋଇଥିଲେ । ପାକିସ୍ତାନ ବିପକ୍ଷରେ ଆକାଶମାର୍ଗରେ  ବାୟୁସେନାର ଓ୍ଵିଙ୍ଗ କମାଣ୍ଡରଭାବେ ଜବାବ ଦେଉଥିଲେ ଅଭିନନ୍ଦନ । ଏହି ସମୟରେ ପାକିସ୍ତାନୀ ବାୟୁସେନା ବିମାନକୁ ମାଡ଼ କରିବାସହ ଅଭିନନ୍ଦନଙ୍କୁ ନିଜ କବଜାକୁ ନେଇଯାଇଥିଲେ ।  ପାକିସ୍ତାନ ଗଣମାଧ୍ୟମକୁ ସୂଚନା ଦେଇ ଅଭିନନ୍ଦନ ତାଙ୍କ କବଜାରେ ଥିବାକଥା କହିଥିଲା । ଏହି କଥାକୁ ଭାରତ ପ୍ରଥମେ ଅସ୍ଵୀକାର କଲେ ମଧ୍ୟ ପରେ ମାନିଥିଲା ।

ଦେଶପାଇଁ ନିଜ ଜୀବନକୁ ପାଣି ଛଡ଼େଇ  ଲଢ଼େଇକରୁଥିବା ଅଭିନନ୍ଦନ ନିରାପଦରେ ଫେରିଆସିବାକୁ ବଲିଉଡ଼ କଳାକାର କରିଛନ୍ତି ପାର୍ଥନା । ସୋସିଆଲ ମିଡ଼ିଆରେ ନିଜର ପ୍ରତିକ୍ରୟା ରଖି ଅଭିନନ୍ଦନଙ୍କ ସୁରକ୍ଷା ପାଇଁ ଲେଖିଛନ୍ତି ବାର୍ତ୍ତା ।

ଅନୁପମ ଖେର ନିଜର ଚାରିଧାଡ଼ି କବିତା ମାଧ୍ୟମରେ ଅଭିନନ୍ଦନଙ୍କ ବୀରତ୍ଵକୁ ପ୍ରଂଶସା କରିବା ସହ ନିରାପଦରେ ଫେରିଆସିବାକୁ ଲେଖିଛନ୍ତି ବାର୍ତ୍ତା ।  ଏଇ ମାଟିର ମଣିଷ କେବେ ମାନିବନି ହାର୍ , ତୋପାନକୁ ନାବିକ ଥାଏ ଯେମିତି ବେଫିକର... ଅନୁପମ ଖେର୍ ଏହି ପଙକ୍ତିରେ ଉତ୍ସାହିତ କରିବା ସହ ନିରାପଦଭାବେ ଫେରିବାକୁ ପ୍ରାର୍ଥନା କରିଛନ୍ତି ।

ସେହିପରି ମଧୁ ଭଣ୍ଡାରକର, ହ୍ୟୁମା କ୍ୟୁରେସି, ଫରହାନ ଅଖତର, ନିମରାତ କୌର, ନିଖିଲ ଆଡ଼ଭାନୀ ନିଜର ଟ୍ଵିଇଟ୍  କମାଣ୍ଡର ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ  ରଖିଛନ୍ତି  । ନିରାପଦରେ ଫେରିଆସିବାକୁ ସମସ୍ତେ କରିଛନ୍ତି  ପ୍ରାର୍ଥନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.