Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବରୁଣ-କଙ୍ଗନା twitter ୱାର,’ସ୍ୱାଧୀନତା’ ସମ୍ପର୍କରେ ବଲିଉଡ ଅଭିନେତ୍ରୀଙ୍କ ଅଜବ ମତକୁ ନେଇ ଉଠିଲା ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି

11/11/2021 at 9:07 PM

ନୂଆଦିଲ୍ଲୀ ୧୧।୧୧: କଙ୍ଗନାଙ୍କୁ ପଦ୍ମପୁରସ୍କାର  ୨ ଦିନ ବିତିନି ତାଙ୍କଠୁ ପୁରସ୍କାର ପ୍ରତ୍ୟାହାର ଦାବି ହେଲାଣି। ୨ ଦିନ ପୂର୍ବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶୀର୍ଷ ନାଗରିକ ସମ୍ମାନ ପଦ୍ମପୁରସ୍କାରରେ ସମ୍ବର୍ଦ୍ଧିତ କରିଥିଲେ। ତେବେ ୧୯୪୭ ଦେଶ ସ୍ୱାଧୀନତା ଓ ହିଂସା ସମ୍ପର୍କରେ ସେ ଏକ ଘରୋଇ ଇଂରାଜୀ ଗଣମାଧ୍ୟମରେ ଦେଇଥିବା ହିନ୍ଦୀ ବୟାନକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ କହିଥିଲେ ଯେ ‘୧୯୪୭ରେ ମିଳିଥିବା ସ୍ୱାଧୀନତା ଭିକ ଥିଲା,ବାସ୍ତବ ସ୍ୱାଧୀନତା ୨୦୧୪ରେ ମିଳିଛି’।

ଟେଲିଭିଜନ କାର୍ଯ୍ୟକ୍ରମରେ କଙ୍ଗନାଙ୍କ ଏହି ବୟାନକୁ ବିଜେପିର ପିଲଭିତ ସାଂସଦ ବରୁଣ ଗାନ୍ଧି ଟ୍ୱିଟ୍‌ କରି ‘ତାଙ୍କର ଏପରି ବିଚାରକୁ ‘ପାଗଳାମୀ’ ନା ‘ଦେଶଦ୍ରୋହ’ କହିବି’ ବୋଲି ଉଲ୍ଲେଖ କରିଥିଲେ। ପରେ କଙ୍ଗନା ଇଂଷ୍ଟାରେ ବରୁଣଙ୍କ ପୋଷ୍ଟକୁ ଉଲ୍ଲେଖ କରି ‘ଜା ଔର ରୋ ଅବ..’ ପୋଷ୍ଟ କରିବା ଏବେ ତାଙ୍କ ବିରୋଧରେ ଜନତାଙ୍କ ପ୍ରତିକ୍ରିୟାକୁ ତୀବ୍ର କରିଛି। ଏହି ପୋଷ୍ଟ ପରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ସଭାପତି ଜିତେନରାମ ମାଁଝୀ ‘କଙ୍ଗନାଙ୍କ ଠାରୁ ପଦ୍ମପୁରସ୍କାର ପ୍ରତ୍ୟାହାର କରିନେବା ଦରକାର’ ବୋଲି କହିଛନ୍ତି।

ଏ ନେଇ ଜିତେନ ରାମ ମାଁଝୀ ରାଷ୍ଟ୍ରପତି ଭବନକୁ ଟ୍ୟାଗ୍‌ କରି ଏକ ଟ୍ୱିଟ୍‌ କରିଥିବା ବେଳେ ‘ଅବିଳମ୍ବେ କଙ୍ଗନା ରନାଉତଙ୍କ ଠାରୁ ପଦ୍ମଶ୍ରୀ ପ୍ରତ୍ୟାହାର କରିନେବା ଆବଶ୍ୟକ। ନ ହେଲେ ଦୁନିଆ ଭାବିବ ଗାନ୍ଧି, ନେହେରୁ, ଭଗତସିଂହ, ସର୍ଦ୍ଦାର ପଟେଲ, କଲାମ, ମୁଖାର୍ଜୀ ଓ ବୀର ସାବରକର ଭିକରେ ମାଗିବାରୁ ସ୍ୱାଧୀନତା ମିଳିଛି’। ଏପରି ବୟାନ ଲାଗି କଙ୍ଗନା କ୍ଷମା ଯାଚନା କରନ୍ତୁ ବୋଲି ସେ ଦାବି କରିଥିବା ବେଳେ କଙ୍ଗନାଙ୍କୁ ଗଣମାଧ୍ୟମମାନେ ବହିଷ୍କାର କରନ୍ତୁ ବୋଲି ଅପିଲ ମଧ୍ୟ କରିଛନ୍ତି।

ଗଣମାଧ୍ୟମରେ କଙ୍ଗନାଙ୍କ ବୟାନକୁ ବିଜେପି ପିଲଭିତ ସାଂସଦ ବରୁଣ ଗାନ୍ଧି ପ୍ରଥମେ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଥିଲେ। ଉଲ୍ଲେଖ କରିଥିଲେ ଯେ ଦେଶର ସ୍ୱାଧୀନତା ଲାଗି ଲକ୍ଷଲକ୍ଷ ଲୋକେ ବଳିଦାନ ଦେଇଥିଲେ। ଲକ୍ଷଲକ୍ଷ ପରିବାର ସ୍ୱାଧୀନତା ଲାଗି ଆନ୍ଦୋଳନ ଓ ଲଢେଇରେ ବର୍ବାଦ ହୋଇଯାଇଥିଲେ। ଲକ୍ଷଲକ୍ଷ ଶିଶୁ, ମହିଳା ଓ ବୃଦ୍ଧଙ୍କୁ ଏହାର ମୂଲ୍ୟ ଦେବାକୁ ପଡିଥିଲା। ତେବେ କଙ୍ଗନାଙ୍କ ବୟାନକୁ ‘ଦାୟିତ୍ୱହୀନତା’ରେ ଦିଆଯାଇଥିବା ବୟାନ କହି ଖାରଜ କରାଯାଇନପାରେ। ଏହା ସିଧାଶଳଖ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ଅପମାନ, ଯେଉଁମାନେ ଦେଶ ଲାଗି ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ। ଏହା ସିଧାଶଳଖ ‘ଦେଶଦ୍ରୋହ’ର ମାମଲା ବୋଲି ବରୁଣ ଉଲ୍ଲେଖ କରିଥିଲେ। କଙ୍ଗନାଙ୍କ ବୟାନକୁ ‘ଦେଶଦ୍ରୋହ’ କୁହାନଗଲେ ସ୍ୱାଧୀନତା ସଂଗ୍ରାମରେ ଜୀବନ ଉତ୍ସର୍ଗ କରିଦେଇଥିବା ଲୋକଙ୍କ ପ୍ରତି ଅପମାନ ହେବ ବୋଲି ସେ କହିଥିଲେ।

ତେବେ କଙ୍ଗନା ବରୁଣଙ୍କ ଟ୍ୱିଟ୍‌ ସ୍କ୍ରିନସଟ୍ ତାଙ୍କ ଇଂଷ୍ଟାରେ ପୋଷ୍ଟ କରି ଏଥିରେ ସେ ଦେଶର ୧୮୫୭ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମଧ୍ୟ ଉଲ୍ଲେଖ କରିଥିବାର କହିଛନ୍ତି, ଯାହା ବିଫଳ ହୋଇଯାଇଥିଲା। ଯେଉଁଥି ପାଇଁ ଦେଶରେ ବ୍ରିଟିଶ ଅତ୍ୟାଚାର ଓ କ୍ରୁରତା ଅଧିକ ବଢ଼ି ଯାଇଥିଲା। ତେବେ ପ୍ରାୟ ୧୦୦ ବର୍ଷ ପରେ ଗାନ୍ଧିଜୀ ଭିକ ମାଗିବାରୁ ସ୍ୱାଧୀନତା ମିଳିଥିଲା। ଜା ଔର ରୋ ଅବ… ବୋଲି ଉଲ୍ଲେଖ କରିଥିଲେ।

ବୟାନକୁ ନେଇ ଦିଗ୍ଗଜ ରାଜନୈତିକ ନେତା, ଖେଳ ଓ ଫିଲ୍ମ ଜଗତରୁ ବି ଆସିଲା ପ୍ରତିକ୍ରିୟା
କଙ୍ଗନାଙ୍କ ବିବାଦୀୟ ବୟାନ କେବଳ ବରୁଣ, ଜିତେନରାମ ମାଁଝୀଙ୍କ ମଧ୍ୟରେ ଏବେ ସୀମିତ ନାହିଁ। ଇତିହାସକାର ଇର୍ଫାନ ହବିବ, ଅଭିନେତ୍ରୀ ସ୍ୱରା ଭାସ୍କରା, ଫିଲ୍ମନିର୍ମାତା ଓନିର, ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା, ରେଡିଓ ଜକି ସାଇମା, ୱକିଲ ଅମନ ବାଦୁଦ, ୟସ୍ମିନ କିଦୱାଇ ଓ ଆମଆଦମୀ ପାର୍ଟି ନେତ୍ରୀ ପ୍ରିତିଶର୍ମା ମେନନ ପ୍ରମୁଖ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମେନନ୍‌ କଙ୍ଗନାଙ୍କ ରାଜଦ୍ରୋହ ଭାଷଣକୁ ନେଇ ମୁମ୍ବାଇ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦେଶରେ ଶାନ୍ତି ଭଙ୍ଗଲାଗି ଜାଣିଶୁଣି ଏହା ଅପମାନ ବୋଲି ପ୍ରିତିଶର୍ମା ମେନନ ଉଲ୍ଲେଖ କରିଛନ୍ତି। ମେନନ୍ ତାଙ୍କ ଟ୍ୱିଟ୍‌ ମହାରାଷ୍ଟ୍ର ପୋଲିସ ମହାନିର୍ଦ୍ଦେଶକ ଓ ମୁମ୍ବାଇ ପୋଲିସ କମିସନରଙ୍କୁ ତାଙ୍କ ଟ୍ୱିଟ୍‌ ଟ୍ୟାଗ୍‌ କରିଛନ୍ତି। ସେହିପରି ଫିଲ୍ମ ନିର୍ମାତା ଓନିର ଆମେକଣ ଏବେ ନୂଆ ସ୍ୱାଧୀନତା ଦିବସ ପାଳନ କରିବା କି ବୋଲି ଉଲ୍ଲେଖ କରିଥିବା ବେଳେ ସ୍ୱରା ଭାସ୍କର କଙ୍ଗନାଙ୍କ ଭାଷଣରେ ତାଳି ବଜାଇଥିବା ଲୋକଙ୍କ ଉପରେ ପ୍ରଶ୍ନ କରିଛନ୍ତି। ତାଳିବଜାୁଥିବା ବୋକାମାନେ କିଏ ମୋତେ ସେମାନଙ୍କ ସମ୍ପର୍କରେ ଜାଣିବାର ଅଛି ବୋଲି ଉଲ୍ଲେକ କରିଛନ୍ତି।

ସେହିପରି ୟସ୍ମିନ କିଦୱାଇ ଆଜି ମୌଲାନା ଆବୁଲ କାଲାମ ଆଜାଦଙ୍କ ଜୟନ୍ତୀ ବୋଲି ଉଲ୍ଲେଖ କରିଛନ୍ତି। ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ କଲାମ। ତାଙ୍କ ସ୍ମୃତିରେ ଆଜି ଦେଶ ଶିକ୍ଷାଦିବସ ପାଳନ କରୁଥିବା ବେଳେ ଆଜିର ଦିନରେ ଶିକ୍ଷା ଜୋକର କଙ୍ଗନା ରନାଉତ ମୁହଁରୁ ଏହା ଶୁଣିବାକୁ ପଡିଲା ବୋଲି ଉଲ୍ଲେଖ କରିଛନ୍ତି।  ସେହିପରି ଇତିହାସକାର ହବିବ ବେଲଜ୍ୟାର ସୀମା ପାର ବୋଲି ଉଲ୍ଲେଖ କରିଛନ୍ତି। ତେବେ ୱକିଲ ଅମନ ଭାଦୁଦ ଏହା ଏକ ବୁଝିବିଚାରି ଦିଆଯାଇଥିବା ମନ୍ତବ୍ୟ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନ ଉପରେ ଆକ୍ରମଣ ଲାଗି ପ୍ଲଟ ତିଆରି କରାଯାଉଛି। ଏଣୁ ଏହାକୁ ପୃଥକ ପଢିବାର ଭୁଲ କରନ୍ତୁନି ବୋଲି ସେ କହିଛନ୍ତି।  

   Related Posts