ପ୍ରିନ୍ସ ନରୁଲାଙ୍କ ରାଣୀ ହେଲେ ବଡ଼ୈାତର ୟୁବିକା ଚୈାଧୁରୀ

Published By : Prameya-News7 Bureau | October 14, 2018 IST

ମୁମ୍ବାଇ ୧୪/୧୦: ଲମ୍ବା ବ୍ୟବଧାନ ପରେ ବାଗପତ ଜିଲ୍ଲାର ବଡ଼ୈାତ ବାସିନ୍ଦା ବଲିଉଡ ଅଭିନେତ୍ରୀ ୟୁବିକା ଚୈାଧୁରୀ ଦାମ୍ପତ୍ୟ ସୂତ୍ରରେ ବାନ୍ଧି ହେଲେ। ବିଗ୍ ବସ୍ ସଂସ୍କରଣ-୯ର ବିଜେତା ପ୍ରିନ୍ସ ନରୁଲାଙ୍କୁ ୟୁବିକା ଗତ ଶୁକ୍ରବାର ରାତିରେ ମୁମ୍ବାଇର ଜୁହୁ ସ୍ଥିତ ସନ୍ ଆଣ୍ଡ ସ୍ୟାଣ୍ଡ୍ ହୋଟେଲରେ ବିବାହ କରିଛନ୍ତି। କେବଳ ପରିବାର ଲୋକମାନେ ଏହି ବିବାହରେ ଯୋଗ ଦେଇଥିଲେ। ବାଗପତର ଫତେପୁର ପୁଟ୍ଟି ଗ୍ରାମର ବାସିନ୍ଦା ବଲିଉଡ୍ ଅଭିନେତ୍ରୀ ୟୁବିକା ଚୈାଧୁରୀଙ୍କ ପରିବାର ବର୍ତ୍ତମାନ ବଡ଼ୈାତର ନଇ ମଣ୍ଡିରେ ରହୁଛନ୍ତି। ତାଙ୍କ ପିତା ରାମନରେଶ ଜଣେ ବ୍ୟବସାୟୀ। ବଡ଼ୈାତରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିବା ୟୁବିକାଙ୍କ ପରିବାର ସହିତ ଅଭିନୟର କୈାଣସି ସମ୍ପର୍କ ନାହିଁ। ୟୁବିକା ସ୍କୁଲରେ ପଢ଼ୁଥିବାବେଳେ ନାଟକରେ ଅଂଶ ଗ୍ରହଣ କରୁଥିଲେ। ଏହା ପରେ ସେ ବିଏସସି କରିବା ପାଇଁ ମିରଟ ଚାଲିଯାଇଥିଲେ। ବାସ୍ ତାପରେ ତାଙ୍କର ବଲିଉଡରେ ଅଭିନୟ କରିବାର ସ୍ବପ୍ନ ପୂରଣ ହୋଇଥିଲା। ମିରଟରେ ପଢ଼ୁଥିବାବେଳେ ସେ ଜି ଟିଭିର ଟ୍ୟାଲେଣ୍ଟ ହଟ୍ ଶୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ସ୍ଥାନ ହାସିଲ କରିବା ପରେ ସେ ଲଖନଉରେ ହେଉଥିବା ଫାଇନାଲ ରାଉଣ୍ଡ ମଧ୍ୟ ଜିତିଥିଲେ। ଏହି ସମୟରେ ସେ ଦିଲ୍ଲୀରେ ଫ୍ୟାସନ୍ ଡିଜାଇନର କୋର୍ସ୍ କରିଥିଲେ ଏବଂ ବଲିଉଡରେ କ୍ୟାରିୟର କରିବା ପାଇଁ ମୁମ୍ବାଇ ପହଞ୍ଚିଥିଲେ। ଅନେକଗୁଡ଼ିଏ ମ୍ୟୁଜିକ୍ ଆଲବମରେ ଅଭିନୟ କରିବାପରେ ‘ଓମ୍ ଶାନ୍ତି ଓମ୍’ରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା। ସେ ଏଥିରେ ଶାହରୁଖ ଖାନଙ୍କ ସହ ଅଭିନେତ୍ରୀ ଭାବରେ କାମ କରିଥିଲେ। ୨୦୧୫ମସିହାରେ ସେ ଟିଭି ଶୋ ବିଗ୍ ବସ୍ ସଂସ୍କରଣ-୯ରେ ପଞ୍ଜାବ ବାସିନ୍ଦା ପ୍ରିନ୍ସ ନରୁଲାଙ୍କୁ ଭେଟିଥିଲେ। ପ୍ରିନ୍ସ ଏହି ସଂସ୍କରଣର ବିଜେତା ହୋଇଥିଲେ। ଚଳିତ ବର୍ଷ ଜାନୁୟାରୀ ମାସରେ ପ୍ରିନ୍ସ ଏବଂ ୟୁବିକା ଏହି ସମ୍ପର୍କକୁ ପ୍ରମାଣିତ କରିବା ସହ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଥିଲେ। ଏହି ଦୁଇ ଯୋଡ଼ିଙ୍କ ରିସେପ୍ସନ୍ ପ୍ରିନ୍ସଙ୍କ ସ୍ଥାନ ଚଣ୍ଡିଗଡ଼ରେ ଆୟୋଜିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.