ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ୟାମୀ ଗୌତମ: ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

Published By : Prameya-News7 Bureau | June 04, 2021 IST

ମୁମ୍ବାଇ ୦୪/୦୬ : ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହର ପ୍ରଥମ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମ 'ଉରୀ'ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ କରିଛନ୍ତି ୟାମୀ । ବିବାହରେ ଉଭୟ ପରିବାର ଲୋକ ହିଁ ଉପସ୍ଥିତ ଥିଲେ ।
ୟାମୀ ବିବାହର ପ୍ରଥମ ଫଟୋ ସେୟାର କରି ଲେଖିଛନ୍ତି, 'ପରିବାରର ଆଶୀର୍ବାଦରେ ଆମେ ଆଜି ବିବାହ କରିଛୁ । ବିବାହରେ କେବଳ ପରିବାର ସଦସ୍ୟ ହିଁ ସାମିଲ ହୋଇଥିଲେ ।'

wp:html
/wp:html

ୟାମୀଙ୍କ ଅଚାନକ ବିବାହ ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାହାଘର ଫଟୋ ସେୟାର କରି ସେ ପ୍ରଶଂସକଙ୍କୁ ସରପ୍ରାଇଜ କରିଦେଇଛନ୍ତି । ୟାମୀ ଓ ଆଦିତ୍ୟଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.