Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଶାନ୍ତ ସ୍ବଭାବର ଅଭିନେତ୍ରୀଙ୍କ ବାପା ଥିଲେ ଫିଲ୍ମି ଜଗତର ସବୁଠୁ ବଡ ଖଳନାୟକ

ମୁମ୍ବାଇ୧୭|୯: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ପରିଶ୍ରମ ଦ୍ବାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି। ଆଶିକି-୨ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପରେ ସେ ବେଶ ପ୍ରତିଷ୍ଠା ଲାଭ କରିଥିଲେ। ଏହି ଫିଲ୍ମ ନିଜ ଗୀତ ପାଇଁ ବ୍ଲକ୍‌ବଷ୍ଟର ହିଟ୍‌ ହୋଇଥିଲା। ୨୦୧୦ ମସିହାରେ ତିନ ପତି ନାମକ ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ଡେବ୍ୟୁ କରିଥିଲେ।ବଲିଉଡରେ ସବୁଠୁ ଶାନ୍ତ ସ୍ବଭାବ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରଦ୍ଧା କପୁର।
ତାଙ୍କ ଅଭିନୟ ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଏବେ ବଲିଉଡର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ଶ୍ରଦ୍ଧାଙ୍କ ଗଣତି ହେଉଛି। ଆଜିକାଲି ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମ ଅଫର ମିଳୁଛି।ତେବେ ଶ୍ରଦ୍ଧା କପୁରଙ୍କୁ ଦେଖି କେହି କହି ପାରିବେନି ଯେ, ତାଙ୍କ ବାପା ବଲିଉଡର ସବୁଠୁ ଭୟଙ୍କର ଖଳନାୟକ ଥିଲେ।
ଫିଲ୍ମ ଇଣ୍ଡଷ୍ଟ୍ରିରେ ଶକ୍ତି କପୁର ପ୍ରସିଦ୍ଧ ଖଳନାୟକ ଭାବେ ପରିଚିତ। ନେଗେଟିଭ ରୋଲ ବ୍ୟତୀତ ସେ ଅନେକ ଫିଲ୍ମରେ ପଜିଟିଭ୍‌ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି।ଶ୍ରଦ୍ଧା କପୁରଙ୍କୁ ସୋସିଆଲ ୱାର୍କ କରିବା ବହୁତ ପସନ୍ଦ। ଗଛକୁ ସେ ବେଶ ଭଲ ପାଆନ୍ତି। ତାଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ମେନ୍‌ଟେନ କରି ରଖିବା ଭଲ ଲାଗେ।           

399 Views

   ସମ୍ବନ୍ଧିତ ଖବର