କୋଟି କୋଟି ସମ୍ପତ୍ତିର ମାଲିକାଣି ଥିଲେ ଏହି ବଲିଉଡ ଅଭିନେତ୍ରୀମାନେ, ହେଲେ ସ୍ବାମୀଙ୍କ ମୃତ୍ୟୁ ପରେ ଏମିତି ହେଲା ଅବସ୍ଥା
26/11/2019 at 12:45 PM

ମୁମ୍ବାଇ୨୬|୧୧: ୧୯୮୧ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ “ଲଭ ଷ୍ଟୋରୀ”ର ଅଭିନେତ୍ରୀ ବିଜେତା ପଣ୍ଡିତ ଅନେକ ଲୋକଙ୍କ ଦିଲରେ ରାଜ କରୁଥିଲେ। ଏହି ଫିଲ୍ମରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏହା ସହ ତାଙ୍କୁ ବଲିଉଡରେ ବଡ ବ୍ରେକ୍ ମଧ୍ୟ ମିଳିଥିଲା।

ପ୍ୟାର କା ତୁଫାନ, ଜିତେ ହୈଁ ଶାନ ସେ, ଜଲଜଲା, ଦିୱାନା ତେରେ ନାମ କା ଭଳି ଫିଲ୍ମରେ ଅଭିନୟ କରି ଖୁବ ପ୍ରତିଷ୍ଠା ଲାଭ କରିଥିଲେ ବିଜେତା। ଏହି ଫିଲ୍ମର ଅଭିନେତା କୁମାର ଗୌରବ ନାୟକ ଭୂମିକାରେ ଥିଲେ। ଏବେ ଉଭୟ ଅଭିନେତା ଓ ଅଭିନେତ୍ରୀ ଫିଲ୍ମ ଜଗତରୁ ଦୂରାଇ ଅଛନ୍ତି।

ଦେଶର ବଡ ସଂଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ ଅଭିନେତ୍ରୀ ବିଜେତା। ବିବାହ ପରେ ବିଜେତା ଫିଲ୍ମ ଜଗତରୁ ଦୂରାଇ ଯାଇଥିଲେ। ଏବେ ବିଜେତା ଆର୍ଥିକ ସମସ୍ୟାର ଶିକାର ହୋଇଛନ୍ତି। ତାଙ୍କ ପରିସ୍ଥିତି ବହୁତ ଖରାପ ଅଛି। ୨୦୧୫ ମସିହାରେ ବିଜେତାଙ୍କ ସ୍ବାମୀ ଆଦେଶଙ୍କ ମୃତ୍ୟୁ ହୋଇଥିଲା।

ଆଦେଶ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିଲେ। ଏବେ ବିଜେତାଙ୍କ ଉପରେ ତାଙ୍କ ୨ ପୁଅଙ୍କ ଦେଖାରଖାର ଦାୟିତ୍ବ ରହିଛି। ଯାହା ଏକା ତାଙ୍କ ପାଇଁ ଖୁବ କଷ୍ଟକର ହୋଇଛି। ଏହା ସହ ଆଦେଶଙ୍କ ବଡ ଭଉଣୀ ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି। ୨ ପୁଅଙ୍କ ସହ ନିଜ ନଣନ୍ଦଙ୍କ ଦାୟିତ୍ବ ଏବେ ବିଜେତାଙ୍କୁ ସମ୍ଭାଳିବାକୁ ହେଉଛି।