ପୁରୁଷଙ୍କୁ ନେଇ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ କହିଲେ ଏମିତି କଥା …

Published By : Prameya-News7 Bureau | September 05, 2019 IST

ମୁମ୍ବାଇ୫|୯: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଫିଲ୍ମ ମିଶନ ମଙ୍ଗଲ କିଛି ଦିନ ତଳେ ମୁକ୍ତିଲାଭ କରିଥିଲା, ଯାହା ୫ ଦିନ ମଧ୍ୟରେ ୧୦୦ କୋଟି ଟଙ୍କା ଆୟ କରିଛି। ଫିଲ୍ମରେ ବିଦ୍ୟାଙ୍କ ଅଭିନୟକୁ ଲୋକେ ବେଶ ପ୍ରଶଂସା କରିଛନ୍ତି। ଫିଲ୍ମରେ ବିଦ୍ୟା ଜଣେ ବୈଜ୍ଞାନିକ ଭୂମିକାରେ ଅଭିନୟ କରିଛନ୍ତି ଯିଏ ମଙ୍ଗଲୟାନ ମିଶନ ଟିମ୍‌ର ମହତ୍ବପୂର୍ଣ୍ଣ ସଦସ୍ୟ।

{"id":153415,"width":590,"height":590}

ପ୍ରତିଷ୍ଠିତ ଅଭିନେତ୍ରୀ ବିଦ୍ୟା ଫିଲ୍ମ ମିଶନ ମଙ୍ଗଲର ସଫଳତା ପରେ ଆଗାମୀ ଫିଲ୍ମ ଅପେକ୍ଷାରେ ଅଛନ୍ତି। ବିଦ୍ୟା ନିଜ ବୋଲ୍ଡନେସ୍‌ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି।ବିଦ୍ୟା ପରଦାରେ ଯେବେ ଆସନ୍ତି ଧମାଲ କରନ୍ତି। ତାଙ୍କ ପ୍ରଦର୍ଶନ ଦ୍ବାରା ସେ ଲୋକଙ୍କ ଦିଲ୍‌ ଜିତନ୍ତି।

{"id":153416,"width":564,"height":368}

ନିକଟରେ ଏକ ସାକ୍ଷାତକାରରେ ସେ ଆଶ୍ଚର୍ଯ୍ୟକର ମନ୍ତବ୍ୟ ଦେଇଥିଲେ। ବିଦ୍ୟା କହିଛନ୍ତି ଯେ, ସେ ତାଙ୍କ ନିଜର ହିଁ ବିରୋଧି। ଆଇନା ସାମ୍ନାରେ ନିଜକୁ ଦେଖି ନିଜର ଦୋଷ କାଢନ୍ତି। ସେ ଅନ୍ୟ କାହାକୁ ନିଜ ବିରୋଧୀ ବୋଲି ଭାବନ୍ତି ନାହିଁ।

{"id":153417}

ସେ କେବେ କାହାରି କଥାକୁ ଗୁରୁତ୍ବ ଦିଅନ୍ତି ନାହିଁ। ଯଦି କାହାକୁ ତାଙ୍କର କିଛି ଜିନିଷ ପସନ୍ଦ ନୁହେଁ ତାହେଲେ କିଛି ଅସୁବିଧା ନାହିଁ . କାରଣ ଅନ୍ୟ କିଛି ଲୋକଙ୍କୁ ପସନ୍ଦ ଆସିବ ବୋଲି ସେ କହିଛନ୍ତି।

{"id":153418}

ବିଦ୍ୟା ସବୁ ପ୍ରକାର ଫିଲ୍ମରେ କାମ କରିଛନ୍ତି। ବିଦ୍ୟାଙ୍କୁ ତାଙ୍କ ପ୍ରିୟ ଜନର ବିଷୟରେ ପଚାରାଯାଇଥିବାରୁ ସେ ସମ୍ପୂର୍ଣ୍ଣ ବିନ୍ଦାସ ହୋଇ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୁଷମାନେ ତାଙ୍କୁ ସବୁଠୁ ଅଧିକ ଆକର୍ଷିତ କରନ୍ତି। ଏହା ପରେ ସେ ଟିକେ ସିରିୟସ ହୋଇ କହିଥିଲେ ଯେ, ହରର୍‌ ଫିଲ୍ମ ବ୍ୟତୀତ ତାଙ୍କୁ ସବୁ ପ୍ରକାରର ଫିଲ୍ମ ଭଲ ଲାଗେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.