Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଷ୍ଟାରଡମ୍‌ ଛାଡି ହଠାତ୍‌ ଇଣ୍ଡଷ୍ଟ୍ରିରୁ ଦୂରାଇଯାଇଥିଲେ ଅଭିନେତ୍ରୀ ତବ୍ବୁଙ୍କ ଭଉଣୀ ଫରାହ

8/11/2019 at 3:58 PM

ମୁମ୍ବାଇ୮|୧୧: ଅଶୀ ଦଶକର ଏହି ଅଭିନେତ୍ରୀ ନିଜ ସୌନ୍ଦର୍ଯ୍ୟ ଓ ଅଭିନୟ ଯୋଗୁଁ ଦର୍ଶକଙ୍କ ଫେଭରାଇଟ୍‌ ହୋଇଥିଲେ। ଖୁବ ଚର୍ଚ୍ଚାରେ ରହୁଥିଲେ ବଲିଉଡ ଅଭିନେତ୍ରୀ ଫରାହ ନାଜ। ଫରାହଙ୍କ ଘରର ମାହୋଲ ଥିଲା। ତାଙ୍କ ମାଆ ଜଣେ ଶିକ୍ଷତ୍ରୀ ଥିଲେ। ଫରାହଙ୍କ ଜେଜେ ବାପା ପ୍ରଫେସର ଓ ଜେଜେ ମାଆ ଅଧ୍ୟାପିକା ଥିଲେ।

ଥରେ ଫରାହ ଶବାନା ଆଜମୀଙ୍କୁ ଦେଖା କରିବା ପାଇଁ ମୁମ୍ବାଇ ଆସିଥିଲେ। ସେଠାରେ ଫରାହଙ୍କୁ ଦେବ ଦେଖିଥିଲେ ଓ ତାଙ୍କୁ ଅଭିନେତ୍ରୀ ହେବାର ଅଫର ଦେଇଥିଲେ। ସେତେବେଳେ ଫରାହଙ୍କ ମାଆ ତାଙ୍କୁ ଅଭିନେତ୍ରୀ ହେବା ପାଇଁ ମନା କରିଥିଲେ ଓ ଫରାହ ହାଇଦ୍ରାବାଦ ଫେରିଯାଇଥିଲେ। ଫରାହଙ୍କ ସାନ ଭଉଣୀ ତବ୍ବୁଙ୍କୁ ସିନେମାରେ ଶିଶୁ କଳାକାର ଭାବେ ଅଭିନୟ କରିବାକୁ ଦେବ ପରାମର୍ଶ ଦେଇଥିଲେ।

ଅବଶ୍ୟ ସେତେବେଳେ ମଧ୍ୟ ତାଙ୍କ ମାଆ ମନା କରିଥିଲେ। ପରେ ଶବାନା ଆଜମୀ ତାଙ୍କ ମାଆଙ୍କୁ ବୁଝାଇଥିଲେ। ଅପରପକ୍ଷରେ ୟଶ ଚୋପଡା ନିଜ ଫିଲ୍ମ ଫାସଲେ ପାଇଁ ନୂଆ ଅଭିନେତ୍ରୀ ଖୋଜୁଥିଲେ। ୟଶ ନିଜ ଫିଲ୍ମ ପାଇଁ ଫରାହଙ୍କୁ ବାଛିଥିଲେ। ୟଶ ଚୋପଡାଙ୍କ ଫିଲ୍ମ ଫାସଲେରେ ଅଭିନୟ କରି ଫରାହ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ।

ହେଲେ ଫିଲ୍ମଟି ଫ୍ଲପ୍‌ ହୋଇଥିଲା। କିନ୍ତୁ ଏହି ଫିଲ୍ମ ଫରାହଙ୍କ ପାଇଁ ଖୁବ ଶୁଭ ଥିଲା। ଫାସଲେରେ ଅଭିନୟ କରିବା ପରେ ତାଙ୍କ ଜୀବନ ବଦଳିଯାଇଥିଲା। ଅନେକ ବଡ ବଡ ଫିଲ୍ମରୁ ତାଙ୍କୁ ଅଫର ଆସୁଥିଲା। ଏହା ପରେ ତାଙ୍କ ମାଆ ମଧ୍ୟ ମୁମ୍ବାଇରେ ଆସି ଫରାହଙ୍କ ସହ ରହିଥିଲେ। ଫରାହ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି।

୯୦ ଦଶକରେ ଫରାହଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ତାଙ୍କ ଫିଲ୍ମ କିଛି ଖାସ କମାଲ କରିଲା ନାହିଁ। ୨୦୦୦ ଓ ୨୦୦୨ ମସିହାରେ ତାଙ୍କୁ କୌଣସି ଫିଲ୍ମ ଅଫର ମିଳିଲା ନାହିଁ। ଲଗାତାର ଫ୍ଲପ୍‌ ଫିଲ୍ମ କରିବା ପରେ ଫରାହ ବିବାହ କରିଥିଲେ। ଫରାହ ଇଣ୍ଡଷ୍ଟ୍ରିର ବିନ୍ଦୁ ଦାରା ସିଂହଙ୍କୁ ବିବାହ କରିଥିଲେ। ହେଲେ ତାଙ୍କ ବୈବାହିକ ଜୀବନ ମଧ୍ୟ ସଫଳ ହୋଇନଥିଲା।

ଦାରା ଓ ଫରାହଙ୍କ ସନ୍ତାନ ଫତେ ରନ୍ଧାୱା ଜନ୍ମ ହେବା ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ୨୦୦୩ ମସିହାରେ ଫରାହ ଟିଭି ଅଭିନେତା ସୁମୀତ ସହଗଲଙ୍କୁ ବିବାହ କରିଥିଲେ। ଫିଲ୍ମରେ ଅସଫଳତା ଓ ଦାରାଙ୍କଠାରୁ ଅଲଗା ହେବା ପରେ ଫରାହ ସିନେମା ଜଗତରୁ ଦୂରାଇଯାଇଥିଲେ। 

ହଠାତ୍‌ ଗାୟବ ହୋଇଥିବାରୁ ଫରାହଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ବଡ ଝଟ୍‌କା ଲାଗିଥିଲା। ଅନେକ ସମୟ ପରେ ଫରାହଙ୍କୁ ଫିଲ୍ମ ହୈଦରର ଟ୍ରେଲର ଲଂଚରେ ସ୍ପଟ୍‌ କରାଯାଇଥିଲା। ଏହି ଫିଲ୍ମରେ ଫରାହଙ୍କ ଭଉଣୀ ତବ୍ବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଫରାହ ଲାଇମ୍‌ଲାଇଟ୍‌ରୁ ଦୂରରେ ଅଛନ୍ତି ସତ ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ଖୁବ ସୁଖମୟ ଅଛି।

 

   Related Posts