Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଳିତ ବର୍ଷ ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଅଭିନେତ୍ରୀ

28/07/2019 at 9:01 AM

ମୁମ୍ବାଇ୨୮|୭: ବଲିଉଡ୍‌ରେ ବିବାହ ଦିବସ ସରିବାର ନାଁ ନଉନି। ଜଣେ ପରେ ଜଣେ ବଲିଉଡ ଷ୍ଟାର୍‌ ବିବାହ ବନ୍ଧନରେ ବାନ୍ଧି ହୋଇ ଚାଲିଛନ୍ତି । ଏବେ ଏହି ତାଲିକାରେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ନାଁ ସାମିଲ ହୋଇଛି। ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସୁସ୍ମିତା ୧୯୯୪ ମସିହାରେ ମିସ୍ ୟୁନିଭର୍ସର କ୍ରାଉନ୍‌ ଜିତିଥିଲେ।ଏହା ପରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ। ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବା ପରେ ସେ ଲାଇମ୍‌ଲାଇଟ୍‌ରେ ବେଶ ଚର୍ଚ୍ଚାରେ ରୁହନ୍ତି।

ଅନେକ ଜଣଙ୍କୁ ଡେଟ୍‌ କରିବା ପରେ ଏବେ ସେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଭାଇ ରାଜୀବ ସେନଙ୍କ ବିବାହ ପରେ ସୁସ୍ମିତା ନିଜ ପ୍ରେମିକ ରୋହମାନ୍‌ ସଲ୍‌ଙ୍କୁ ବିବାହ କରିବେବୋଲି ଚର୍ଚ୍ଚା ହେଉଛି। ସୁସ୍ମିତାଙ୍କୁ ୪୨ ବର୍ଷ ହୋଇଥିବା ବେଳେ ରୋହମାନଙ୍କୁ ୨୭ ବର୍ଷ। ନିଜଠାରୁ ୧୫ ବର୍ଷ କମ ବୟସ୍କ ରୋହମାନ୍‌ଙ୍କୁ ବିବାହ କରିବେ ମିସ୍‌ ୟୁନିଭର୍ସ।

ରୋହମାନ ଓ ସୁସ୍ମିତାଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ରହେ। ଉଭୟଙ୍କ ଡେଟ୍‌ କରିବାଠୁ ନେଇ ବୁଲାବୁଲି ଯାଏଁ ସବୁ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ। ଶେଷରେ ଅନେକ ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ରିପୋର୍ଟ  ଅନୁସାରେ ସୁସ୍ମିତା ଆଗାମୀ ନଭେମ୍ବର ମାସରେ ପ୍ରେମିକ ରୋହମନଙ୍କୁ ବିବାହ କରିବେ।

କିନ୍ତୁ ଆନୁଷ୍ଠାନିକ ଭାବେ ଏହି ଯୋଡି ନିଜ ବିବାହ ବିଷୟରେ କହିନାହାନ୍ତି। ହେଲେ ଖୁବ୍‌ ଶୀଘ୍ର  ସେମାନେ ନିଜ ବିବାହର ତାରିଖ ଘୋଷଣା କରିବେ। କିଛି ଦିନ ତଳେ ସୁସ୍ମିତାଙ୍କର ରୋହମାନଙ୍କ ସହ ବ୍ରେକ୍‌-ଅପ୍‌ ହୋଇ ଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା। ମାତ୍ର ସୁସ୍ମିତା ନିଜେ ସେହି ଖବରକୁ ଗୁଜବ ବୋଲି ଏକ ସାକ୍ଷାତକାରରେ  କହିଥିଲେ। ସୂଚନାଯୋଗ୍ୟ ଯେ, ସୁସ୍ମିତା ସେନ୍‌ଙ୍କ ପ୍ରେମ କାହାଣୀ ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା । ତେବେ ଉଭୟଙ୍କ ବିବାହକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।

   Related Posts