ବିବାହ କରିବେ 'ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡି' ଅଭିନେତ୍ରୀ ଶ୍ରଦ୍ଧା କପୁର!

Published By : Prameya-News7 Bureau | January 26, 2020 IST

ମୁମ୍ବାଇ୨୬|୬: ନିକଟରେ ଶ୍ରଦ୍ଧା କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡି' ରିଲିଜ ହୋଇଛି। ଫିଲ୍ମରେ ଶ୍ରଦ୍ଧାଙ୍କ ସହ ମୁଖ୍ୟ ଭୂମିକାରେ ବରୁଣ ଧୱନ ଓ ନୋରା ଫତେହି ଅଭିନୟ କରିଛନ୍ତି। ଏବେ ଶ୍ରଦ୍ଧାଙ୍କ ଫ୍ରଫେସନାଲ୍‌ ଲାଇଫ ଖୁବ ଭଲ ଚାଲିଛି। ଗୋଟିଏ ପରେ ଗୋଟିଏ ବଡ ପ୍ରୋଯେକ୍ଟରେ କାମ କରିଚାଲିଛନ୍ତି ଶ୍ରଦ୍ଧା।

{"id":216084,"sizeSlug":"large"}

ବଲିଉଡରେ ରାଜ କରୁଥିବା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରଶଂସକମାନେ ଋଚି ରଖିଥାନ୍ତି। ତେବେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସୂଚନାଯୋଗ୍ୟ ଯେ, ଖୁବ ଶୀଘ୍ର ଶ୍ରଦ୍ଧା ବିବାହ କରିବାକୁ ଯାଉଛନ୍ତି।

{"id":216085,"sizeSlug":"large"}

ଅଧିକାଂଶ ସମୟରେ ଶ୍ରଦ୍ଧାଙ୍କୁ ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠାଙ୍କ ସହ ଦେଖିବାକୁ ମିଳୁଛି। ରୋହନ ଶ୍ରେଷ୍ଠା ଜଣେ ଫଟୋଗ୍ରାଫର।  ଶ୍ରଦ୍ଧା କପୁରଙ୍କ ବାପା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଶ୍ରଦ୍ଧା ଆସନ୍ତା କିଛି ବର୍ଷ ମଧ୍ୟରେ ବିବାହ କରି ନିଜର ସଂସାର କରନ୍ତୁ ବୋଲି ତାଙ୍କର ଇଚ୍ଛା ରହିଛି। ହେଲେ ଶ୍ରଦ୍ଧା ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।

{"id":216086,"sizeSlug":"large"}

ସେ କହିଛନ୍ତି ଯେ,ଏବେ ସେ କେବଳ ନିଜ କାମ ଉପରେ ଫୋକସ୍‌ କରିବାକୁ ଚାହାନ୍ତି। ସେ ବିବାହ କରିବେ ସତ ହେଲେ ଏବେ ନୁହେଁ। ଏହା ପୂର୍ବରୁ 'ଆଶିକ୨' ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ଶ୍ରଦ୍ଧାଙ୍କ ନାଁ ଯୋଡ଼ା ଯାଇଥିଲା। ଏହା ବ୍ୟତୀତ ଫରହାନ୍ ଅଖତରଙ୍କ ସହିତ ମଧ୍ୟ ତାଙ୍କ ନାଁ ଯୋଡ଼ା ଯାଇଥିଲା। ଏବେ ଶ୍ରଦ୍ଧା ତାଙ୍କ ବିବାହ ନେଇ କୌଣସି ଖୁଲାସା କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.