Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପୁଲଓ୍ବାମାରେ ସହିଦ ହୋଇଥିବା ଯବାନଙ୍କ ପିଲାଙ୍କ ଶିକ୍ଷା ଦାୟିତ୍ବ ନେଲେ ରବିନା ଟଣ୍ଡନ

22/02/2019 at 8:36 AM

ମୁମ୍ବାଇ ୨୨/୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କ ସାହାଯ୍ୟ ପାଇଁ ବଲିଉଡର କେତେକ ନାମୀଦାମୀ ଷ୍ଟାର ଆଗେଇ ଆସିଛନ୍ତି। ଅମିତାଭ ବଚ୍ଚନ,ଅକ୍ଷୟ କୁମାର,ସଙ୍ଗୀତ ନିର୍ଦ୍ଦେଶକ ଖୟାମ ସାହେବ ଏବଂ ସଲମାନ ଖାନଙ୍କ ସହିତ ଅନ୍ୟ କେତେକ ବଡ଼ ଷ୍ଟାର ସାହାଯ୍ୟ ପାଇଁ ଘୋଷଣା କରିଛନ୍ତି। ଏବେ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ସହିଦ ଯବାନଙ୍କ ପିଲାଙ୍କ ଶିକ୍ଷାର ଭାର ନେଇଛନ୍ତି। ମୁମ୍ବାଇର ଏକ ଇଭେଣ୍ଟରେ ମିଡିଆ ସହ କଥା ହେଉଥିବାବେଳେ ରବିନା କହିଛନ୍ତି ସହିଦଙ୍କ ପିଲାଙ୍କ ଶିକ୍ଷା ପାଇଁ ସେ ପୂରା ଭଲ ଭାବେ ଦୃଷ୍ଟି ଦେଉଛନ୍ତି।

ରବିନା କହିଥିଲେ ଯେ ତାଙ୍କ ଏନଜିଓ ସହିଦଙ୍କ ପିଲାଙ୍କ ଶିକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି। ଜମ୍ମୁ କଶ୍ମୀରର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ସଂସ୍ଥା ଅଲ ଇଣ୍ଡିଆ ସିନେ ଓ୍ବାରକରସ୍ ପାକିସ୍ତାନୀ ଅଭିନେତା ଏବଂ ଭାରତୀୟ ଉଦ୍ୟୋଗରେ କାମ କରୁଥିବା କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତିକୁ ନେଇ ରବିନା କହିଛନ୍ତି-‘ମୁଁ ନିଶ୍ଚିତ ଭାବେ ତାଙ୍କ ନିଷ୍ପତ୍ତି ସପକ୍ଷରେ ଅଛି। କାରଣ ଏହା ସାଂସ୍କୃତିକ ଆଦାନ ପ୍ରଦାନର ସମୟ ନୁହେଁ। ଆମେ ସମସ୍ତେ ଏହି ଆକ୍ରମଣ ଯୋଗୁଁ ଚିନ୍ତିତ ଅଛୁ’।

   Related Posts