ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀଙ୍କ ବିରୋଧରେ ଦୁଷ୍କର୍ମ ଆରୋପ : ମୁମ୍ବାଇ ଥାନାରେ ମଡେଲ୍ ଦେଲେ ଏଫଆଇଆର , ଯୋଗିତା ବାଲିଙ୍କ ବିରୋଧରେ ପୁଅକୁ ସହଯୋଗର ଅଭିଯୋଗ

Published By : Prameya-News7 Bureau | October 17, 2020 IST

 ନୂଆଦିଲ୍ଲୀ ୧୭/୧୦ : ବଲିଉଡର ଦିଗ୍ଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପରିବାର ଅଡ଼ୁଆରେ ପଡ଼ିଛନ୍ତି। ମିଥୁନଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ପୁଣି ଥରେ ସମସ୍ୟା ଘେରରେ ଆସିଛନ୍ତି। ମହାକ୍ଷୟ ଏବଂ ତାଙ୍କ ମାଆ ଯୋଗିତା ବାଲିଙ୍କ ବିରୋଧରେ ଜଣେ ଅଭିନେତ୍ରୀ-ମଡେଲ୍ ମୁମ୍ବାଇର ଓଶିଓ୍ବାରା ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରାଇଛନ୍ତି। ମହିଳା ଏମାନଙ୍କ ବିରୋଧରେ ଓଶିଓ୍ବାରା ପୋଲିସ୍ ଥାନାରେ ଦୁଷ୍କର୍ମ କରିବା ଏବଂ ଜବରଦସ୍ତି ଗର୍ଭପାତ କରିବାର ମାମଲା ରୁଜୁ କରିଛନ୍ତି।

{"id":345992,"sizeSlug":"large"}

ସୂଚନା ଅନୁଯାୟୀ ଏହି ଅଭିନେତ୍ରୀ-ମଡେଲ୍ ମହାକ୍ଷୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ସେ ବିବାହ ପ୍ରଲୋଭନ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ପୀଡ଼ିତା ନିଜ ଅଭିଯୋଗରେ କହିଛନ୍ତି ଯେ ସେ ଏବଂ ମହାକ୍ଷୟ ୨୦୧୫ମସିହାରୁ ରିଲେସନଶିପରେ ଥିଲେ। ମହାକ୍ଷୟ ତାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ।

{"id":345993,"sizeSlug":"large"}

ମହାକ୍ଷୟ ଏହା ପରେ ପାଖାପାଖି ୪ବର୍ଷ ଯାଏଁ ପୀଡ଼ିତାଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସିଥିଲେ। ଏହା ସହିତ ସେ ପୀଡ଼ିତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ। ପୀଡ଼ିତାଙ୍କ କହିବା ଅନୁସାରେ ୨୦୧୫ମସିହାରେ ମହାକ୍ଷୟ ପୀଡ଼ିତାଙ୍କୁ ଘରକୁ ଡାକିଥିଲେ ଏବଂ ତାଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ଏହି ସମୟରେ ମହାକ୍ଷୟ ପୀଡ଼ିତାଙ୍କ ବିନା ସହମତିରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଏବଂ ପରେ ଅନେକ ଥର ବିବାହ କରିବା କଥା କହିଥିଲେ। ସେଠାରେ ମହାକ୍ଷୟ ତାଙ୍କୁ ଥରେ ନୁହେଁ ବରଂ ଅନେକ ଥର ଦୁଷ୍କର୍ମ କରିଥିଲେ।

{"id":345995,"sizeSlug":"large"}

ପୀଡ଼ିତା ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗିତା ବାଲିଙ୍କ ବିରୋଧରେ ଧମକାଇବା ଏବଂ ମାମଲାକୁ ରଫାଦଫା କରିବାର ଅଭିଯୋଗ କରିଛନ୍ତି। ମହାକ୍ଷୟ ଏବଂ ଯୋଗିତା ବାଲିଙ୍କ ବିରୋଧରେ ଧାରା ୩୭୬(୨),୩୨୮,୪୧୭,୫୦୬,୩୧୩ ଏବଂ ଧାରା ୩୪ ଅନୁସାରେ ମାମଲା ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.