Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ପ୍ରସିଦ୍ଧ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ପରଲୋକ

4/10/2020 at 5:32 PM

ବେଙ୍ଗାଲୁରୁ ୪।୧୦: ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ପୁଣି ଆଉ ଏକ ଦୁଃଖଦ ଖବର । ୨୭ ବର୍ଷ ବୟସ୍କା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ପରଲୋକ ହୋଇଛି । ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ଶୁକ୍ରବାର ଦିନ ବେଙ୍ଗାଲୁରୁର ଏକ ନର୍ସିଂହୋମ୍ ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କିଡନୀ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବିକ ମିଷ୍ଟି ବହୁ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ । ସେଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ମାତ୍ର ସବୁ ପ୍ରୟାସ ବିଫଳ ହୋଇଛି ।

କୁହାଯାଉଛି ଯେ, ଅଭିନେତ୍ରୀ ମିଷ୍ଟି କିଟୋ ଡାଏଟ୍ ନେଉଥିଲେ । ଏହାଦ୍ବାରା ଲିଭର ଏବଂ କିଡନୀ ଉପରେ ପ୍ରଭାବ ପଡିଥାଏ । ଶୁଣିବାକୁ ମିଳୁଛି ଯେ, ତାଙ୍କର ପୂର୍ବରୁ ହିଁ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିଲା । ଯେବେଠାରୁ ସେ କିଟୋ ଡାଏଟ ନେବା ଆରମ୍ଭ କରିଥିଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା ।

ଅଭିନେତ୍ରୀ ମିଷ୍ଟି ବେଙ୍ଗଲୀ ଫିଲ୍ମ ସହ ଅନ୍ୟ ଭାଷାର ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ମୈ କ୍ରିଷ୍ଣା ହୁଁ, ଲାଇଫ୍ କି ତୋ ଲଗ୍ ଗୟି ଭଳି ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ତାଙ୍କୁ ଅନେକ ଫିଲ୍ମରେ ଆଇଟମ୍ ଡ୍ୟାନ୍ସର ଭାବେ ଦେଖିବାକୁ ମିଳିଥିଲା । ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି ।

   Related Posts