ମହେଶ ଭଟ୍ଟଙ୍କ ଫିଲ୍ମର ଏହି ହୀରୋଇନ ଏବେ ଗୁଗୁଲ ଇଣ୍ଡିଆରର ଇଣ୍ଡଷ୍ଟ୍ରୀ ହେଡ୍, ଅଭିନୟକୁ କରିଛନ୍ତି ବାଏ ବାଏ
4/04/2019 at 5:29 PM

ମୁମ୍ବାଇ ୪/୩: ୧୯୯୬ମସିହାରେ ନିର୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ପାପା କେହତେ ହେଁ’ ଆପଣଙ୍କ ମନେ ଥିବ। ଏହି ଫିଲ୍ମର କାହାଣୀ ଯେତିକି ଦମଦାର ଥିଲା ଏହି ଫିଲ୍ମର ଗୀତ ମଧ୍ୟ ସେତିକି ପ୍ରସିଦ୍ଧ। ଏହି ଫିଲ୍ମର ଗୀତ ‘ଘର ସେ ନିକଲତେ ହି ’ ଗୀତ ପ୍ରତ୍ୟେକ ଲୋକଙ୍କ ମୁହଁରେ ଥିଲା। ଏହି ଫିଲ୍ମର ଅଭିନେତ୍ରୀ ମୟୁରୀ କାଙ୍ଗୋଙ୍କ ନିରୀହ ଚେହେରା ସମସ୍ତଙ୍କ ମନ ଚୋରି କରିଥିଲା। ଏହି ଫିଲ୍ମରୁ ମୟୁରୀ କାଙ୍ଗୋଙ୍କୁ ସେପରି କିଛି ଖାସ ପରିଚୟ ମିଳିନଥିଲା। ଏହି ଫିଲ୍ମର କିଛି ଦିନ ପରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ।

ଅଭିନୟ ଛାଡ଼ିବା ପରେ ମୟୁରୀ କାଙ୍ଗୋ ଏନଆରଆଇ ଆଦିତ୍ୟ ଧିଲୋନଙ୍କୁ ବିବାହ କରିଥିଲେ ଏବଂ ଆମେରିକା ଚାଲି ଯାଇଥିଲେ। ଆମେରିକାରେ ମୟୁରୀ ମାର୍କେଟିଙ୍ଗ୍ ଏଣ୍ଡ ଫାଇନାନ୍ସରେ ଏମବିଏ କରିଥିଲେ। କିଛି ଦିନ ପରେ ମୁମ୍ବାଇ ଫେରି ଗୁଡ଼ଗାଓଁରେ ସିଫ୍ଟ ହୋଇଯାଇଥିଲେ। ଏବେ ସୂଚନା ମିଳିଛି ଯେ ମୟୁରୀ କାଙ୍ଗୋ ଗୁଗଲ ଇଣ୍ଡିଆର ଏଜେନ୍ସି ବିଜନେସରେ ଇଣ୍ଡଷ୍ଟ୍ରି ହେଡ୍ ଭାବେ କାମ କରୁଛନ୍ତି।

ମୟୁରୀ କାଙ୍ଗୋ ଗୁଗଲରେ ଜଏନ କରିବା ପୂର୍ବରୁ ୩ବର୍ଷ ପର୍ଯ୍ୟନ୍ତ ଫ୍ରେଞ୍ଚ ଗ୍ରୃପ ପବ୍ଲିସିଜର ଡିଜିଟାଲ୍ ମିଡିଆ ଏଜେନ୍ସି ପରଫରମିକ୍ସର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଥିଲେ। ଏହା ପୂର୍ବରୁ ସେ ୭ବର୍ଷ ଯାଏଁ ଜେନିଥଅପ୍ଟିମିଡିଆରେ ଚିଫ ଡିଜିଟାଲ ଅଫିସର ଭାବେ କାମ କରିଛନ୍ତି।
