୮ ବର୍ଷ ପରେ ହୋଇଥିଲା ବିବାହ ବିଚ୍ଛେଦ, ଜଣେ ଝିଅର ମାଆ ହେଉଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ
27/10/2019 at 4:10 PM

ମୁମ୍ବାଇ୨୭|୧୦: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ସଫଳତା ହାସିଲ କରିବା ପାଇଁ କଠିନ ପରିଶ୍ରମ କରନ୍ତି। କଠିନ ପରିଶ୍ରମ ପରେ ମଧ୍ୟ ଫିଲ୍ମି ଦୁନିଆରେ ନିଜର ପରିଚୟ ସୃଷ୍ଟି କରିପାରନ୍ତି ନାହିଁ। ତେବେ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ନିଜ ପ୍ରଥମ ଫିଲ୍ମ ପରଠୁ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ହେଲେ ଏବେ ସେ ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରାଇ ଯାଇଛନ୍ତି।

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ନାଁ ହେଉଛି ମହିମା ଚୌଧୁରୀ। ମହିମା ନିଜ ପ୍ରଥମ ଫିଲ୍ମ ପରଠୁ ସୁପରହିଟ୍ ହୋଇଥିଲେ। ହେଲେ ବର୍ତ୍ତମାନ ସମୟରେ ସେ ବଲିଉଡର କୌଣସି ଫିଲ୍ମରେ ନଜର ଆସୁନାହାନ୍ତି।

୧୯୯୭ ମସିହାରେ ରିଲିଜ ହୋଇଥିବା ଫିଲ୍ମ ପରଦେଶରେ ଅଭିନୟ କରି ମହିମା ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ମହିମାଙ୍କ ବ୍ୟତୀତ ଅମରିଶ ପୁରୀ, ଶାହରୁଖ ଖାନ ଓ ଅପୂର୍ବ ଅଗ୍ନିହୋତ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ମହିମା ରାତାରାତି ଷ୍ଟାର ହୋଇଥିଲେ। ଏହି ଫିଲ୍ମରେ ସେ ଗଙ୍ଗା ଭୂମିକାରେ ଅଭିନୟ କରିଥିଲେ।

ଏବେ ମହିମାଙ୍କ ବୟସ ହେଉଛି ୪୫। ୨୦୦୬ ମସିହା ମହିମା ଜଣେ ବିଜ୍ନେସମ୍ୟାନ ବବି ମୁଖର୍ଜିଙ୍କୁ ବିବାହ କରିଥିଲେ। ହେଲେ ୨୦୧୩ ମସିହାରେ କୌଣସି କାରଣ ଯୋଗୁଁ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା ଓ ଦୁହେଁ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ।

ମହିମା ଚୌଧୁରୀଙ୍କ ଝିଅ ସୌନ୍ଦର୍ଯ୍ୟ ମାମଲାରେ ତାଙ୍କ ମାଆଙ୍କଠାରୁ ଆଗୁଆ ଅଛନ୍ତି। ସ୍ବାମୀଙ୍କଠୁ ଅଲଗା ହେବା ପରେ ମହିମା ଏକା ନିଜ ଝିଅଙ୍କର ଦେଖାରଖା କରିଛନ୍ତି।