ସୁନ୍ଦରୀ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଗର୍ଲ କ୍ରସ୍ କିଏ ଜାଣନ୍ତୁ…

Published By : Prameya-News7 Bureau | December 15, 2019 IST

ମୁମ୍ବାଇ୧୫|୧୨: ବଲିଉଡର ହଟ୍‌ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। କିଆରାଙ୍କ ଫିଲ୍ମ କବୀର ସିଂହ ବକ୍ସଅଫିସ୍‌ରେ ଧମାଲ କରିବା ପରେ ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଏମ୍‌ଏସ୍‌ ଧୋନୀ ଫିଲ୍ମରେ ଅଭିନୟ କରି କିଆରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଖୁବ କମ ସମୟରେ କିଆରା ବଲିଉଡରେ ନିଜର ପରିଚୟ ତିଆରା କରିବାରେ ସଫଳ ହୋଇଛନ୍ତି।

{"id":197888,"sizeSlug":"large"}

ଚଳିତ ମାସ ୨୭ ତାରିଖରେ କିଆରାଙ୍କ ବଲିଉଡ୍‌ ଫିଲ୍ମ 'ଗୁଡ୍‌ ନ୍ୟୁଜ୍‌' ମୁକ୍ତିଲାଭ କରିବ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ କରୀନା କପୁର, ଅକ୍ଷୟ କୁମାର, ଦିଲ୍‌ଜିତ୍‌ ଏବଂ କିଆରା ଆଡ଼ଭାନୀ ଅଭିନୟ କରିଛନ୍ତି । ଫିଲ୍ମର ଟ୍ରେଲର ଦର୍ଶକ ଖୁବ ପସନ୍ଦ କରିଛନ୍ତି। ଏବେ ଏହି ଫିଲ୍ମର ପ୍ରମୋସନ୍‌ ଜୋରସୋରରେ ଚାଲିଛି । ଫିଲ୍ମ ରିଲିଜ୍‌ ହେବାକୁ ନେଇ ଦର୍ଶକ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । ଏଥିପାଇଁ ପୂରା ଷ୍ଟାର୍‌ କାଷ୍ଟ୍‌ ଏବେ ଏହାର ପ୍ରୋମୋସନ୍‌ରେ ବ୍ୟସ୍ତ ଅଛନ୍ତି।

{"id":197889,"sizeSlug":"large"}

ନିକଟରେ ଫିଲ୍ମର ପ୍ରୋମୋସନ୍ ପାଇଁ କିଆରା ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ।ସେଠାରେ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କର କିଛି ସିକ୍ରେଟ୍‌ ପ୍ରକାଶ କରିଛନ୍ତି। କଥାବାର୍ତ୍ତା କରୁଥିବା ସମୟରେ କିଆରା ତାଙ୍କର ସିକ୍ରେଟ୍‌ କ୍ରସ୍‌ କଥା କହିଥିଲେ। ସେ କହିଥିଲେ ଯେ କରୀନା ହେଉଛନ୍ତି ତାଙ୍କର କ୍ରସ୍‌। କରୀନାଙ୍କୁ ସେ ବହୁତ ପସନ୍ଦ କରନ୍ତି। କେବଳ ସେତିକି ନୁହେଁ କରୀନା ସବୁବେଳେ ତାଙ୍କର 'ଗର୍ଲ କ୍ରସ୍‌' ହୋଇ ରହିବେ।

{"id":197890,"sizeSlug":"large"}

କିଆରା କହିଥିଲେ ଯେ, ତାଙ୍କର ସିନେମା ଜଗତକୁ ଆସିବାର କାରଣ ହେଉଛନ୍ତି କରୀନା। ତାଙ୍କ ଷ୍ଟାଇଲ୍ ଓ ନିଆରା ଅନ୍ଦାଜ୍ କିଆରାଙ୍କୁ ବହୁତ ପସନ୍ଦ। 'କଭି ଖୁସି କଭି ଗମ୍‌'ରେ 'ପୂଜା'ର ଚରିତ୍ର ହେଉ ବା 'ଜବ୍‌ ଉଇ ମେଟ୍‌'ରେ ଗୀତ୍‌ର ଭୂମିକା, ସବୁଥିରେ ସେ ପର୍‌ଫେକ୍ଟ ଅଭିନୟ କରିଛନ୍ତି ।କରୀନା କେବଳ ତାଙ୍କର ନୁହେଁ ସମସ୍ତଙ୍କର ପସନ୍ଦ ବୋଲି କିଆରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.