Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପୁଣିଥରେ ବାହା ହେବେ କରିସ୍ମା କପୁର, ବଧୂ ବେଶରେ ନଜର ଆସିବେ

3/11/2019 at 4:22 PM

ମୁମ୍ବାଇ୩|୧୧: ୯୦ ଦଶକର ଚର୍ଚ୍ଚିତା ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ବଲିଉଡରେ ଅଧିକ ନଜର ଆସୁନାହାନ୍ତି ସତ ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ବହୁତ ପୂର୍ବରୁ କରିସ୍ମା କପୁର ଫିଲ୍ମ ସହ ସମ୍ପର୍କ ଭାଙ୍ଗି ସାରିଛନ୍ତି। ଏବେ କିଛି ନା କିଛି କାରଣ ପାଇଁ ସେ ଲାଇମ୍‌ ଲାଇଟରେ ରହୁଛନ୍ତି। ଏବେ କରିସ୍ମା ନିଜ ବିବାହ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି।

୨୦୦୩ ମସିହାରେ କରିସ୍ମାଙ୍କ ବିବାହ ସଞ୍ଜୟ କପୁରଙ୍କ ସହ ହୋଇଥିଲା। ବିବାହର କିଛି ବର୍ଷ ପରେ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ। ବିବାହ ବିଚ୍ଛେଦ ପରେ କରିସ୍ମା କପୁରଙ୍କ ସମ୍ପର୍କ ବିଜନେସମ୍ୟାନ ସନ୍ଦୀପ ତୋଷନୀୱାଲଙ୍କ ସହ ବଢିବାକୁ ଲାଗିଲା। ଅଧିକାଂଶ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କରିସ୍ମାଙ୍କୁ ପ୍ରେମିକ ସନ୍ଦୀପ ମଧ୍ୟ ପୂର୍ବରୁ ବିବାହିତ। ସନ୍ଦୀପ ତାଙ୍କ ପ୍ରଥମ ସ୍ତ୍ରୀ ଅର୍ଷିତାଙ୍କୁ ଛାଡପତ୍ର ଦେଇଥିଲେ। ସୂଚନାଯୋଗ୍ୟ ଯେ, ସନ୍ଦିପ ଓ କରିସ୍ମାଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ। ହେଲେ ଆନୁଷ୍ଠାନିକ ଭାବେ ଏହି ଖବରର ଘୋଷଣା କରାଯାଇନାହିଁ।

 

 

   Related Posts