ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ଅଭିନେତ୍ରୀ କନିକା କପୁର: ଷଷ୍ଠଥର ପରୀକ୍ଷାରେ ବି ବାହାରିଲା କରୋନା ନେଗେଟିଭ୍

Published By : Prameya-News7 Bureau | April 06, 2020 IST

ମୁମ୍ବାଇ୬/୫: ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ଅଭିନେତ୍ରୀ କନିକା କପୁର। ସେ କରୋନା ଆକ୍ରାନ୍ତରେ ଶିକାର ହୋଇ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଷଷ୍ଠଥର ପରୀକ୍ଷାରେ ବି  ତାଙ୍କର କରୋନା ନେଗେଟିଭ୍ ବାହାରିଛି। ତେଣୁ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି।

wp:core-embed/twitter {"url":"https://twitter.com/ANINewsUP/status/1247018130997575680?s=20","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1247018130997575680?s=20
/wp:core-embed/twitter

ବର୍ତ୍ତମାନ ପର୍ଯ୍ୟନ୍ତ କନିକା କପୁରଙ୍କର ୬ଥର କରୋନା ପରୀକ୍ଷଣ କରାଯାଇଛି । ଗୋଟିଏ ପରୀକ୍ଷା KGMUରେ ହୋଇଥିବାବେଳେ ଅବଶିଷ୍ଟ ୫ଟି ପରୀକ୍ଷା PGIରେ କରାଯାଇଥିଲା । ବର୍ତ୍ତମାନ କରାଯାଇଥିବା ୬ ଷ୍ଠ ପରୀକ୍ଷଣରେ କନିକା କପୁରଙ୍କଠାରେ କରୋନାର କୌଣସି ଲକ୍ଷଣ ମିଳିନାହିଁ । ଯଦି କନିକା କପୁରଙ୍କ ପରବର୍ତ୍ତି ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି।

କିନ୍ତୁ ସେତେବେଳେ କନିକା କପୁରଙ୍କୁ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ତେଣୁ ତାଙ୍କ ପରିବାରଲୋକ ବହୁତ ଚିନ୍ତିତ ଥିଲେ । କିନ୍ତୁ ବର୍ତ୍ତମାନ କନିକା କପୁର ସମ୍ପୂର୍ଣ୍ଣ ସୁସ୍ଥ ଏବଂ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.