ମୁମ୍ବାଇ ୧୯/୯: ବଲିଉଡ୍ ଅଭିନେତ୍ରୀ ଅମିରା ଦସ୍ତୁର ‘ମେଣ୍ଟାଲ୍ ହେ କ୍ୟା’ ଫିଲ୍ମର ସୁଟିଂ ଚାଲିଥିବାବେଳେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ କ୍ଷତ ହୋଇଛି। ସୂଚନା ଅନୁସାରେ ଏହି ଫିଲ୍ମରେ ରାଜକୁମାର ରାଓ ଏବଂ କଙ୍ଗନା ରଣଓ୍ବତ ଅଭିନୟ କରୁଥିବାବେଳେ ଅମିରାଙ୍କର ମୁଖ୍ୟ ଭୂମିକା ରହିଛି।
ଅମିରା ଏବଂ ରାଜକୁମାରଙ୍କୁ ଏକ ସିନ୍ ସୁଟିଂ କରିବାର ଥିଲା ଯେଉଁଠାରେ କିଛି ଇଟା ରଖାଯାଇଥିଲା। ଦୁଇ ଜଣ ଏହି ସିନ୍ କରିବା ପାଇଁ ବହୁତ ଥର ଅଭ୍ୟାସ କରିଥିଲେ ମାତ୍ର ନିର୍ଦ୍ଦେଶକ ଯେତେବେଳେ ଆକ୍ସନ୍ କହିଥିଲେ ସେତେବେଳେ ଅମିରା ଭାରସାମ୍ୟ ହରାଇ ଇଟାଗୁଡ଼ିକ ଉପରେ ପଡ଼ିଯାଇଥିଲେ। ଏହି କାରଣରୁ ତାଙ୍କର ଆଣ୍ଠୁରେ କ୍ଷତ ହୋଇ ରକ୍ତ ବାହାରିଥିଲା। କିନ୍ତୁ ଅମିରା ତାଙ୍କ ସୁଟିଂ ଶେଷ କରିଥିଲେ ଏବଂ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ଯାଇଥିଲେ।