ହଲିଉଡ ଅଭିନେତ୍ରୀ ଆଞ୍ଜଲିନା ଜୋଲିଙ୍କ ଭଏସ ଡବିଂ କରିବେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ଜାଣନ୍ତୁ କାରଣ
2/10/2019 at 2:42 PM

ମୁମ୍ବାଇ୨|୧୦: ହଲିଉଡ ଅଭିନେତ୍ରୀ ଆଞ୍ଜଲିନା ଜୋଲିଙ୍କ ଫିଲ୍ମ “ମେଲଫିସେଣ୍ଟ ଦ ମିଷ୍ଟ୍ରେସ ଅଫ ଏଭିଲ” ରିଲିଜ ହେବାକୁ ଯାଉଛି। ଏଥିରେ ଏଂଜଲିନା ଜୋଲି ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଏକ ବଲିଉଡ କନେକ୍ସନ ମଧ୍ୟ ସାମ୍ନାକୁ ଆସିଛି। ଏହି ଫିଲ୍ମର ହିନ୍ଦି ଭର୍ସନରେ ଅଭିନେତ୍ରୀ ଏଂଜଲିନା ଜୋଲିଙ୍କ ଭଏସ ଡବିଂ କରିବେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ।

ଟ୍ରେଡ ଏନାଲିଷ୍ଟ ତରୁଣ ଆଦର୍ଶ ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଐଶ୍ବର୍ଯ୍ୟା ରାୟ ଏବେ ଡିଜନୀ ୟୁନିଭର୍ସର ସଦସ୍ୟ ହେବାକୁ ଯାଉଛନ୍ତି। ଫିଲ୍ମ “ମେଲଫିସେଣ୍ଟ ଦ ମିଷ୍ଟ୍ରେସ ଅଫ ଏଭିଲ”ର ହିନ୍ଦି ଓ ଇଂରାଜୀ ଭର୍ସନ ଅକ୍ଟୋବର ୧୮ତାରିଖରେ ରିଲିଜ ହେବ।

ଏହି ଫିଲ୍ମର ପ୍ରଥମ ପାର୍ଟ ୨୦୧୪ ମସିହାରେ ରିଲିଜ ହୋଇଥିଲା। ଏଥିରେ ଏଂଜଲିନା ଜୋଲିଙ୍କ ବ୍ୟତୀତ ଏଲେ ଫାନିଙ୍ଗ, ଇମେଲଟା ଷ୍ଟାଉଣ୍ଟନ, ଜୁନୋ ଟେମ୍ପଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ଏକ ଡାର୍କ ଫେଣ୍ଟାସି ଫିଲ୍ମ ଥିଲା। ଫିଲ୍ମରେ ଜଣେ ଏମିତି ପରୀଙ୍କ ବିଷୟରେ କୁହାଯାଇଥିଲା ଯିଏ ଅନେକ ସମୟ ନିଜ କଳ୍ପନାରାଜ୍ୟରେ ବିଚରଣ କରୁଥାନ୍ତି। ପ୍ରଥମ ପାର୍ଟ ରିଲିଜ ହେବାର ୫ ବର୍ଷ ପରେ ଦ୍ବିତୀୟ ପାର୍ଟ ଏବେ ରିଲିଜ ହେବାକୁ ଯାଉଛି।

ଗତ କିଛି ବର୍ଷ ହେଲା ଭାରତରେ ହଲିଉଡ ଫିଲ୍ମର ଦର୍ଶକ ବଢିବାକୁ ଲାଗିଛନ୍ତି। ଏବେ କିଛି ଦିନ ତଳେ ରିଲିଜ ହୋଇଥିବା ଫିଲ୍ମ ଲାୟନ କିଙ୍ଗରେ ମଧ୍ୟ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ନିଜ ଭଏସ ଦେଇଥିଲେ। ସେହିଭଳି ଏବେ ଐଶ୍ବର୍ଯ୍ୟା ରାୟ ଫେମସ ହଲିଉଡ ଅଭିନେତ୍ରୀଙ୍କ ଭଏସ ଦେବାକୁ ଯାଉଛନ୍ତି। ଶେଷ ଥର ପାଇଁ ଐଶ୍ବର୍ଯ୍ୟା ରାୟଙ୍କୁ ଫନ୍ନେ ଖାନ ଫିଲ୍ମରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ଐଶ୍ବର୍ଯ୍ୟାଙ୍କ ବିପକ୍ଷରେ ଅନିଲ କପୁର ଓ ରାଜକୁମାର ରାଓ ଅଭିନୟ କରିଥିଲେ।