Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବଲିଉଡର ଏହି ୪ ଜଣ ସେଲିବ୍ରିଟି କମ୍‌ ବୟସରେ କରିଥିଲେ ବିବାହ…

17/01/2020 at 12:22 PM

ମୁମ୍ବାଇ୧୭|୧: ବଲିଉଡରେ ଏମିତି ଅନେକ ଷ୍ଟାର ଅଛନ୍ତି ଯିଏ ବିବାହ କରିବା ପରେ ସଫଳ ହୋଇପାରିଥିଲେ। ତେବେ ଏହି ୪ ଜଣ ଟପ୍‌ ଅଭିନେତାଙ୍କ ବିଷୟରେ ଜାଣନ୍ତୁ ଯିଏ କମ୍‌ ବୟସରେ ବିବାହ କରିଥିଲେ ଓ ଆଜି ସେମାନେ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି।

ଶାହରୁଖ ଖାନ ଓ ଗୌରୀ ଖାନ- ଛୋଟ ପରଦାରେ ନିଜ କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ଶାହରୁଖ ଖାନ ବଲିଉଡର କିଙ୍ଗ ଖାନ ଭାବେ ପରିଚିତ। କଠିନ ପରିଶ୍ରମ କରିବା ପରେ ସେ ବଲିଉଡରେ ସଫଳତା ହାସଲ କରିଥିଲେ। ପରଦାରେ ତାଙ୍କ ପ୍ରଦର୍ଶନ ଦର୍ଶକ ବହୁତ ପସନ୍ଦ କରନ୍ତି। ନିଜ କ୍ୟାରିଅରରେ ଶାହରୁଖ ଏଯାଏଁ ଅନେକ ଫିଲ୍ମ କରିଛନ୍ତି। ତେବେ ବଲିଉଡର ବାଦଶାହ ନିଜ ବୈବାହିକ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ୧୯୯୧ ମସିହାରେ ଶାହରୁଖ ନିଜ ପିଲା ବେଳର ପ୍ରେମିକା ଗୌରୀ ଖାନଙ୍କୁ ବିବାହ କରିଥିଲେ। ମାତ୍ର ୨୫ ବର୍ଷ ବୟସରେ ଶାହରୁଖ ବିବାହ କରି ଅନେକ ଜଣଙ୍କ ପାଇଁ ଉଦ୍‌ହାରଣ ପାଲଟିଛନ୍ତି।

ଶୈଫ ଅଲ୍ଲୀ ଖାନ- ଶୈଫ ଅଲ୍ଲୀ ଖାନ ଇଣ୍ଡଷ୍ଟ୍ରିର ବହୁତ ହି ସୁନ୍ଦର ଅଭିନେତ୍ରୀ ତଥା ନିଜଠୁ ୧୨ ବର୍ଷ ବଡ ଅଭିନେତ୍ରୀ ଅମୃତା ସିଂହଙ୍କୁ ୧୯୯୧ ମସିହାରେ ବିବାହ କରିଥିଲେ। ସେତେବେଳେ ଶୈଫଙ୍କୁ ମାତ୍ର ୨୧ ବର୍ଷ ବୟସ ଥିଲା। ସାରା ଓ ଇବ୍ରାହିମ୍‌ଙ୍କ ଜନ୍ମ ହେବା ପରେ ୨୦୦୪ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହା ପରେ ୨୦୧୨ ମସିହାରେ ଶୈଫ କରୀନାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ଏବେ ଶୈଫ ନିଜ ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି।

ଆମୀର ଖାନ- ଆମୀର ଖାନ ବଲିଉଡର ମିଷ୍ଟର ପର୍ଫେକ୍ଟ ଭାବେ ପରିଚିତ। ନିଜ କ୍ୟାରିଅରରେ ଭିନ୍ନ ଭିନ୍ନ ଅନ୍ଦାଜରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଆମୀର। ଆମୀର ପ୍ରଥମେ ରିନା ଦତ୍ତଙ୍କୁ ୧୯୮୬ ମସିହାରେ ପ୍ରେମ ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା ଏବଂ ୨୦୦୨ ମସିହାରେ ଉଭୟେ ପରସ୍ପରଙ୍କୁ ଛାଡ଼ପତ୍ର ଦେଇଥିଲେ। ୨୦୦୫ ମସିହାରେ ଆମୀର ନିର୍ଦ୍ଦେଶକ କିରନ ରାୱଙ୍କୁ ଦ୍ବିତୀୟ ବିବାହ କରିଥିଲେ।

ଋତୀର ରୋଶନ- ୨୬ ବର୍ଷ ବୟସରେ ଋତୀକ ରୋଶନ ସଞ୍ଜୟ ଖାନଙ୍କ ଝିଅ ସୁଜୈନ ଖାନଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ୧୪ ବର୍ଷ ଯାଏଁ ଚାଲିଥିଲା ଏବଂ ୨୦୧୩ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ।

   Related Posts