Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ପ୍ରଥମ ପତ୍ନୀଙ୍କୁ ଛାଡି ଦ୍ବତୀୟ ଥର ପାଇଁ ବିବାହ କରିଥିଲେ ବଲିଉଡର ଏହି ସବୁ ଅଭିନେତା…

22/12/2019 at 2:37 PM

ମୁମ୍ବାଇ୨୨|୧୨:  ବଲିଉଡରେ ବିବାହ ଓ ବିଚ୍ଛେଦ ଏକ ସାଧାରଣ କଥା। ଏଠାରେ ସମ୍ପର୍କ ଯେତେ ଶୀଘ୍ର ଯୋଡିହୋଇଥାଏ ସେତିକି ଶୀଘ୍ର ଭାଙ୍ଗିବାର ମଧ୍ୟ ସମ୍ଭାବନା ଥାଏ। ବଲିଉଡରେ ଅନେକ ଯୋଡି ବିବାହ ବନ୍ଧନରେ ବାନ୍ଧିହେବା ସହ ଅନେକ ପରସ୍ପରଙ୍କଠାରୁ ଅଲଗା ମଧ୍ୟ ହୋଇଛନ୍ତି। ତେବେ ଆଜି ଏମିତି କିଛି ଅଭିନେତାଙ୍କ ବିଷୟରେ ଜାଣନ୍ତୁ ଯେଉଁମାନଙ୍କର ପ୍ରଥମ ପତ୍ନୀ ସୁନ୍ଦର ହେବା ସତ୍ତ୍ବେ ସେମାନେ ଦ୍ବୀତିୟ ଥର ବିବାହ କରିଥିଲେ।

ସଞ୍ଜୟ ଦତ୍ତ- ବଲିଉଡର ପ୍ରତିଷ୍ଠିତ କଳାକାର ସଞ୍ଜୟ ଦତ୍ତ ଅଧିକାଂଶ ସମୟରେ ନିଜ ବ୍ୟକ୍ତିଗତ ଜୀବନ ନେଇ ଚର୍ଚ୍ଚାରେ ରୁହନ୍ତି। ସଞ୍ଜୟଙ୍କର ତୃତୀୟ ପତ୍ନୀ ହେଉଛନ୍ତି ମାନ୍ୟତା ।

ସଞ୍ଜୟ ଓ ମାନ୍ୟତା ଅଧିକାଂଶ ସମୟ ନିଜ ସମ୍ପର୍କକୁ ନେଇ ଲାଇମ୍‌ଲାଇଟ୍‌ରେ ରୁହନ୍ତି। ସଞ୍ଜୟଙ୍କ ପ୍ରଥମ ପତ୍ନୀ ରୀଚା ଶର୍ମା ବହୁତ ସୁନ୍ଦର ଥିଲେ। ଉଭୟଙ୍କ ବିବାହର କିଛି ବର୍ଷ ପରେ ରୋଗରେ ଆକ୍ରାନ୍ତ ହୋଇ ରୀଚାଙ୍କ ମୃତ୍ୟୁ ହୋଇଥିଲା।

ଫରହାନ ଅଖତର- ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘଦିନ ହେଲା ଲିଭ୍‌-ଇନ୍‌ ରିଲେସନଶିପରେ ଅଛନ୍ତି। ଏହି କାରଣ ଯୋଗୁଁ ଉଭୟ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। ଫରହାନଙ୍କ ପ୍ରଥମ ପତ୍ନୀ ଅଧୂନା ଜଣେ ହେୟାର ଷ୍ଟାଇଲିଷ୍ଟ । ଅଧୂନା ଦେଖିବାକୁ ବହୁତ ସୁନ୍ଦର। ହେଲେ ଏବେ ଅଧୂନା ଓ ଫରହାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ଏବେ ଫରହାନ ପ୍ରେମିକା ଶିବାନୀଙ୍କ ସହ ନୂଆ ଜୀବନ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି।

ଆମୀର ଖାନ- ବଲିଉଡର ମିଷ୍ଟର ପର୍ଫେକ୍‌ସନିଷ୍ଟ ଆମୀର ଖାନ ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଲଭ ମ୍ୟାରେଜ୍‌ ହେବା ସତ୍ତ୍ବେ ଏବେ ଦୁହେଁ ଏକା ସହ ନାହାନ୍ତି।

ମିଥୁନ ଚକ୍ରବର୍ତ୍ତୀ- ମିଥୁନଙ୍କ ପ୍ରଥମ ପତ୍ନୀ ଶ୍ରୀଦେବୀ ଥିଲେ। ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀଦେବୀ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା।

 

 

   Related Posts