ଏହି ୪ଟି ଭୁଲ କରି ନଥିଲେ ଆଜି ମଧ୍ୟ ବଲିଉଡରେ ରାଜ କରିଥାନ୍ତେ ସନି ଦେଓଲ, ଜାଣିଲେ ହେବେ ଆଚମ୍ବିତ

Published By : Prameya-News7 Bureau | October 21, 2019 IST

ମୁମ୍ବାଇ୨୦|୧୦: ବଲିଉଡ ଅଭିନେତା ସନି ଦେଓଲ ଆଜିକାଲି ପରଦାରେ ଦେଖିବାକୁ ମିଳୁନାହାନ୍ତି। ଯଦି କୋଣସି ଫିଲ୍ମ କରୁଛନ୍ତି ତାହେଲେ ସେହି ଫିଲ୍ମ ଏତେ ହିଟ୍‌ ହେଉନାହିଁ। ହେଲେ ସନି ଦେଓଲ ଏହି ୪ଟି ଭୁଲ କରି ନଥିଲେ ଆଜି ସିନେମା ଜଗତରେ ରାଜ କରୁଥାନ୍ତେ। ପୂର୍ବରୁ ସନିଙ୍କ ଫିଲ୍ମ ରିଲିଜ ହେବା ନେଇ ଦର୍ଶକ ଅପେକ୍ଷାରେ ଥାନ୍ତି। କିନ୍ତୁ ଧୀରେ ଧୀରେ ବଲିଉଡରୁ ସନିଙ୍କ ଜଲୱା ସରିଥିଲା। ଏବେ ସନିଙ୍କ ଫିଲ୍ମ ଆସିଲେ ମଧ୍ୟ ସେତିକି ଲୋକପ୍ରିୟ ହୋଇପାରୁନାହିଁ ଯେମିତି ପ୍ରଥମେ ହେଉଥିଲା। 

{"id":172520,"width":570,"height":400}

୧- ରୋମାଣ୍ଟିକ ଅଭିନେତା ହେବାର ଚେଷ୍ଟା: ପ୍ରଥମେ ଦର୍ଶକ ସନିଙ୍କୁ ଆକ୍ସନ ଫିଲ୍ମ ପାଇଁ ପସନ୍ଦ କରୁଥିଲେ। ସେ ଫିଲ୍ମରେ ଖଳନାୟକକୁ ମାଡ ମାରିଲେ ଦର୍ଶକ ବେଶ ଖୁସି ହୁଅନ୍ତି ।ତାଙ୍କ ଆକ୍ସନର କିଛି ଅଲଗା ଅନ୍ଦାଜ ଥାଏ। ହେଲେ ମଝିରେ ସନି ରୋମାଣ୍ଟିକ ଫିଲ୍ମ ସାଇନ କରିବାକୁ ଲାଗିଲେ ଯାହା ଦର୍ଶକ ଖାସ ପସନ୍ଦ କରି ନଥିଲେ। ସନିଙ୍କ ରୋମାଣ୍ଟିକ ଅନ୍ଦାଜ ପାଇଁ ତାଙ୍କ ପପୁଲାରିଟି କମିଥିଲା। ସେ ଆକ୍ସନ ହିରୋ ଭାବେ ଚର୍ଚ୍ଚାରେ ଥିଲେ। କାରଣ ରୋମାଣ୍ଟିକ ଫିଲ୍ମ ସାଇନ କରିବା ପରେ ସେହି ସିନେମା ଫ୍ଲପ୍‌ ହେଉଥିଲା।

{"id":172514}

୨- ପାର୍ଟିରେ ନଯିବାର ଅଭ୍ୟାସ: ସନି ଦେଓଲ ପାର୍ଟିରେ ଯିବା ପସନ୍ଦ କରନ୍ତି ନାହିଁ। ଅଧିକାଂଶ ଲୋକେ ଜାଣିଥିବା ଯେ, ଗ୍ଲାମର ଦୁନିଆର କୌଣସି ପାର୍ଟିରେ ସନି ସାମିଲ ହୁଅନ୍ତି ନାହିଁ। ସେଥିପାଇଁ ସମୟ ବଦଳିବା ସହ ସେ ବଦଳୁଥିବା ନିର୍ଦ୍ଦେଶକ ଓ ନିର୍ମାତାଙ୍କ ସହ ଅଧିକ ଦେଖା ହେଉ ନଥିଲେ। ଫଳରେ ତାଙ୍କର ବହୁତ କମ ଲୋକଙ୍କ ସହ ବନ୍ଧୁତା ହୋଇଥିଲା।

{"id":172515}

୩- ଫିଲ୍ମର ପ୍ରମୋଶନ ନକରିବା: ପ୍ରଥମେ ପ୍ରଥମେ ସନି ଦେଓଲ ନିଜ ଫିଲ୍ମର ପ୍ରମୋଶନ କରୁ ନଥିଲେ। କିନ୍ତୁ ଏବେ ସେ ତାଙ୍କର ଫିଲ୍ମର ପ୍ରମୋଶନ କରୁଛନ୍ତି। ନିକଟରେ ସନିଙ୍କ ପୁଅ କରନ ଦେଓଲଙ୍କ ଫିଲ୍ମ ରିଲିଜ ହେବା ପୂର୍ବରୁ ସନି ବହୁତ ପ୍ରମୋଶନ କରିଥିଲେ। ହେଲେ ତଥାପି ଏହି ଫିଲ୍ମ କିଛି ଖାସ ପ୍ରଦର୍ଶନ କରିପାରି ନଥିଲା।

{"id":172516}

୪- ପ୍ରଶଂସକଙ୍କଠୁ ଦୂରାଇ ରହିବା: ଆଜିକାଲି ସୋସିଆଲ ମିଡିଆ ମାଧ୍ୟମରେ ଅଧିକାଂଶ ଷ୍ଟାର ନିଜ ପ୍ରଶଂସକ ସହ ସମ୍ପର୍କରେ ରହୁଛନ୍ତି। କିନ୍ତୁ ସନି ଦେଓଲ ପୂର୍ବରୁ ସୋସିଆଲ ମିଡିଆରେ ବହୁତ କମ ଆକ୍ଟିଭ ରହୁଥିଲେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.