ବଲିଉଡ୍ ଅଭିନେତାଙ୍କ ମା' କରୋନା ପଜିଟିଭ୍ : ହସ୍ପିଟାଲରେ ମିଳୁନଥିଲା ବେଡ୍, ସାହାଯ୍ୟ କଲେ ସଞ୍ଜୟ ଦତ୍ତ

Published By : Prameya-News7 Bureau | May 17, 2020 IST

ମୁମ୍ବାଇ ୧୭/୦୫ : ସାରା ଦେଶକୁ ବର୍ତ୍ତମାନ କରୋନା କବଳିତ କରିଛି | ଲକଡାଉନ ସତ୍ତ୍ୱେ ସଂକ୍ରମଣ ବଢି ଚାଲିଛି | ପ୍ରତିଦିନ ଶହ ଶହ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସୁଛି | ସଂକ୍ରମଣ ସଂଖ୍ୟା ବଢି ଚାଲିଥିବାବେଳେ ଏବେ ହସ୍ପିଟାଲରେ ବେଡ଼ ମଧ୍ୟ ଅଭାବ ପଡ଼ିଗଲାଣି | ନିକଟରେ ଜଣେ ବଲିଉଡ ଅଭିନେତା ସତ୍ୟଜିତ ଦୁବେଙ୍କ ୫୪ ବର୍ଷ ବୟସ୍କା ମା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି | ସତ୍ୟଜିତ ନିଜ ଇନ୍ସଟାଗ୍ରାମ ପେଜରେ ଏ ସମ୍ପର୍କରେ ସୂଚନା ଦେଇଥିଲେ | ସେ କହିଥିଲେ ଯେ ତାଙ୍କ ମା'ଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଭେଣ୍ଟିଲେଟରରେ ରଖାଯାଇଛି ଏବଂ ଚିକିତ୍ସା କରାଯାଉଛି | ତେବେ ହସ୍ପିଟାଲରେ ବେଡ଼ ପାଇବାକୁ ତାଙ୍କୁ କେତେ ହଇରାଣ ହରକତ ହେବାକୁ ପଡିଥିଲା ତାହା ମଧ୍ୟ ସେ କହିଛନ୍ତି | 

ତାଙ୍କ ମା'ଙ୍କୁ ମାଇଗ୍ରେନ ସମସ୍ୟା ରହିଛି ଏବଂ ସପ୍ତାହେ ପୂର୍ବରୁ ତାଙ୍କୁ ଭୀଷଣ ଜ୍ୱର ହୋଇଥିଲା ବୋଲି ସେ କହିଛନ୍ତି | ଏହାପରେ ଧୀରେ ଧୀରେ ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥିଲା | ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା | ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ହସ୍ପିଟାଲରେ ବେଡ଼ ମିଳିବାକୁ ତାଙ୍କୁ ବହୁତ ପାପଡା ବେଲିବାକୁ ପଡିଥିଲା | କାରଣ ହସ୍ପିଟାଲରେ ବେଡ଼ ନଥିଲା | ଏହାପରେ ସେ ବାଧ୍ୟ ହୋଇ ନିଜର ପରିଚୟ ଦେଇଥିଲେ ଯେ ସେ ଜଣେ ଅଭିନେତା |

{"id":271230,"width":573,"height":321,"sizeSlug":"large"}

କରୋନା ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯେଉଁଥିପାଇଁ ହସ୍ପିଟାଲରେ ବେଡ଼ ଅଭାବ ପଡିଯାଉଛି | ସେଥିପାଇଁ ମା'ଙ୍କ ପାଇଁ ବେଡ଼ ପାଇବାକୁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା | କିନ୍ତୁ ସେ ନିଜର କିଛି କୋ-ଷ୍ଟାରଙ୍କୁ ଯୋଗାଯୋଗ କରିବା ପରେ ତାଙ୍କୁ ବେଡ଼ ମିଳିଯାଇଥିଲା ବୋଲି ସେ କହିଥିଲେ |

ସତ୍ୟଜିତ କହିଛନ୍ତି ଯେ, ସଞ୍ଜୟ ଦତ୍ତ, ଅଲି ଫଜଲ, ଟିସ୍କା ଚୋପ୍ରା ଓ ଅମିତୋଷ ନାଗପାଲ ତାଙ୍କୁ ସାହାଯ୍ୟ କରିଥିଲେ | ବର୍ତ୍ତମାନ ସତ୍ୟଜିତଙ୍କ ମା'ଙ୍କ ଚିକିତ୍ସା ଚାଲିଛି | ସେ ନିଜ ଭଉଣୀ ସହ ଆଇସୋଲେସନରେ ଅଛନ୍ତି | ସେ ନିଜର ସହଯୋଗୀ, ପଡୋଶୀ, ବିଏମସି ଓ  ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.