ଏବେ ଚାନ୍ଦ ରାଇଜରେ ‘ଚାନ୍ଦନୀ’ର ହିରୋ,ହିରୋଇନ ଏବଂ ନିର୍ଦ୍ଦେଶକ : ସେମାନଙ୍କୁ ଝୁରୁଛି ପୂରା ବଲିଉଡ

Published By : Prameya-News7 Bureau | May 01, 2020 IST

ମୁମ୍ବାଇ ୧/୫: ବଲିଉଡ ଅଭିନେତା ଋଷି କପୁର ଏବେ ଆଉ ଏହି ସଂସାରରେ ନାହାନ୍ତି। ତାଙ୍କ ପରଲୋକରେ ‘ଚାନ୍ଦନୀ’ର କାହାଣୀ ସମାପ୍ତ ହୋଇଯାଇଛି। ଆମେ କଥା ହେଉଛୁ ‘ଚାନ୍ଦନୀ’ ଫିଲ୍ମ ବିଷୟରେ। ଆପଣଙ୍କୁ ମନେ ଥିବ ‘ଚାନ୍ଦନୀ’ ଫିଲ୍ମରେ ଋଷି କପୁର ମୁଖ୍ୟ ଭୂମିକାରେ ଥିଲେ।

{"id":263018,"sizeSlug":"large"}

ଏହି ଫିଲ୍ମରେ ଶ୍ରୀଦେବୀ ଏବଂ ବିନୋଦ ଖାନ୍ନା ମଧ୍ୟ ଥିଲେ। ୧୯୮୯ମସିହାରେ ରିଲିଜ ହୋଇଥିବା ‘ଚାନ୍ଦନୀ’ ଫିଲ୍ମରେ ସମସ୍ତ ଷ୍ଟାର ଆମ ଗହଣରେ ଆଉ ନାହାନ୍ତି। ଡାଇରେକ୍ଟର ୟଶ ଚୋପ୍ରାଙ୍କ ଫିଲ୍ମ ‘ଚାନ୍ଦନୀ’ର ସମସ୍ତ ମୁଖ୍ୟ କଳାକାର ଏବେ ସଂସାରରେ ନାହାନ୍ତି। ଆପଣଙ୍କୁ ମନେ ଥିବ ଏହି ଫିଲ୍ମର ଗୀତ,କାହାଣୀ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ୟଶ ଚୋପ୍ରା,ବିନୋଦ ଖାନ୍ନା,ଶ୍ରୀଦେବୀ ଏବଂ ଋ​‌ଷି କପୁର ଏମାନେ କେହି ଆଉ ବଞ୍ଚି ନାହାନ୍ତି।

{"id":263020,"sizeSlug":"large"}

୧. ୟଶ ଚୋପ୍ରା : ବଲିଉଡ ଡାଇରେକ୍ଟର ୟଶ ଚୋପ୍ରାଙ୍କ ୨୦୧୨ମସିହା ଅକ୍ଟୋବର ୨୧ତାରିଖରେ ଡେଙ୍ଗୁରେ ପରଲୋକ ହୋଇଥିଲା।

{"id":263021,"sizeSlug":"large"}

୨. ବିନୋଦ ଖାନ୍ନା : ବଲିଉଡରେ ନିଜ ଦମଦାର ଅଭିନୟ ପାଇଁ ପ୍ରସିଦ୍ଧ ହୋଇଥିବା ଅଭିନେତା ବିନୋଦ ଖାନ୍ନା ଫିଲ୍ମ ‘ଚାନ୍ଦନୀ’ରେ ଲଲିତ ଖାନ୍ନାଙ୍କ ଭୂମିକାରେ ଅଭିନୟ କରିଥିଲେ। ବିନୋଦ ଖାନ୍ନା ଏହା ପୂର୍ବରୁ ଆହୁରି ଅନେକ ହିଟ୍ ଫିଲ୍ମ ଦେଇ ସାରିଥିଲେ,କିନ୍ତୁ ‘ଚାନ୍ଦନୀ’ ତାଙ୍କ କ୍ୟାରିୟରକୁ ଆଉ ଏକ ମୋଡ଼ରେ ପହଞ୍ଚାଇଥିଲା। ବିନୋଦ ଖାନ୍ନା ୨୦୧୭ମସିହା ଅପ୍ରେଲ୍ ୧୭ତାରିଖରେ ବ୍ଲାଡର କ୍ୟାନସରରେ ପ୍ରାଣ ହରାଇଥିଲେ।

{"id":263022,"sizeSlug":"large"}

୩. ଶ୍ରୀଦେବୀ : ବଲିଉଡରେ ଶ୍ରୀଦେବୀଙ୍କୁ କିଏ ବା ନ ଜାଣେ। ଶ୍ରୀଦେବୀ ‘ଚାନ୍ଦନୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଶ୍ରୀଦେବୀ ଦୁବାଇରେ ୨୦୧୮ମସିହା ଫେବୃୟାରୀ ୨୪ତାରିଖରେ ବାଥଟବରେ ବୁଡ଼ିଯିବାରୁ ମୃତ୍ୟୁବରଣ କରିଥିଲେ।

{"id":263023,"sizeSlug":"large"}

୪. ଋଷି କପୁର : ଫିଲ୍ମ ‘ଚାନ୍ଦନୀ’ରେ ଋଷି କପୁର ରୋହିତ ଗୁପ୍ତା ଭୂମିକାରେ ନଜର ଆସିଥିଲେ ଏବଂ ଋଷି କପୁର ଗତକାଲି ଏହି ସଂସାରକୁ ଛାଡ଼ି ଚାଲି ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.