Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବଲିଉଡରେ ପୁଣି ଫେରିଲା #me too : ଏଥର ଅଭିନେତ୍ରୀ ନୁହେଁ ଶିକାର ହେଲେ ଅଭିନେତା

12/04/2020 at 12:28 PM

ମୁମ୍ବାଇ ୧୨/୪: ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଘଟଣା ଏକ ଅକୁହା ସତ୍ୟ। ଇଣ୍ଡଷ୍ଟ୍ରିରେ ମିଠୁ ମୁଭମେଣ୍ଟ ଭଳି ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଭୟାବହ ଘଟଣାର ଖୁଲାସା କରିଥିଲେ। ଏହି ଖୁଲାସାରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ କଳାକାରଙ୍କ କାରନାମା ସାମନାକୁ ଆସିଥିଲା। କେବଳ ଅଭିନେତ୍ରୀ ନୁହେଁ ବରଂ କେତେକ ଅଭିନେତାଙ୍କୁ ମଧ୍ୟ ଏପରି ଘଟଣାର ସମ୍ମୁଖିନ ହେବାକୁ ପଡ଼ିଛି। ନିକଟରେ ଏକ ଅଭିନେତା ନିଜ ସହ ହୋଇଥିବା ମିଠୁ ଏକ୍ସପିରିୟନ୍ସ ସେୟାର କରିଛନ୍ତି। ସେ ଆଉ କେହି ନୁହଁନ୍ତି ବରଂ ନିଜ ଟ୍ୟାଲେଣ୍ଟ ଯୋଗୁଁ ଇଣ୍ଡଷ୍ଟ୍ରିରେ ନିଜର ଏକ ଖାସ୍ ସ୍ଥାନ ସୃଷ୍ଟି କରିଥିବା ଅଭିନେତା ରାଜୀବ ଖଣ୍ଡେଲଓ୍ବାଲ୍।

ରାଜୀବ କହିଛନ୍ତି ଯେ ତାଙ୍କୁ କିପରି ଲାଗିଥିଲା ଯେତେବେଳେ ଜଣେ ଡାଇରେକ୍ଟର ଖୋଲାଖୋଲି ତାଙ୍କୁ ଅଫର ଦେଇଥିଲେ। ପୁରୁଷଙ୍କୁ ମଧ୍ୟ ନିଜ ଏକ୍ସପିରିୟନ୍ସ ବିଷୟରେ କହିବାକୁ ଡର ଲାଗିଥାଏ। ତାଙ୍କ ସହ ଏପରି ଘଟଣା ଘଟିଥିବାବେଳେ ସେ ଖୁବ୍ ନର୍ଭସ୍ ହୋଇଯାଇଥିଲେ।

ସେ କହିଥିଲେ ଯେ ଯେତେବେଳେ ସେ କାମ କରିବା ଆରମ୍ଭ କରିନଥିଲେ ସେତେବେଳେ ଜଣେ ଡାଇରେକ୍ଟର ତାଙ୍କୁ ଫିଲ୍ମ ଅଫର କରିଥିଲେ। ଡାଇରେକ୍ଟର ଫିଲ୍ମ ସାଇନ୍ କରିବା ପାଇଁ ଅଫିସ୍ ଡକାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ତାଙ୍କ ରୁମକୁ ଡକାଇଥିଲେ। ଦ୍ବିତୀୟ ସାକ୍ଷାତବେଳେ ତାଙ୍କୁ ଲାଗିଥିଲା ଯେ ତାଙ୍କ ସହ କିଛି ଭୁଲ୍ ହେଉଛି।


ସେ ଆଗକୁ କହିଥିଲେ ଯେ ଡାଇରେକ୍ଟର ତାଙ୍କୁ ରୁମରେ ଯିବାକୁ କହିବାରୁ ସେ ମନା କରି ଦେଇଥିଲେ। ରାଜୀବ ତାଙ୍କୁ କହିଥିଲେ ଯେ ତାଙ୍କ ଗାର୍ଲଫ୍ରେଣ୍ଡ ଅପେକ୍ଷା କରିଛନ୍ତି। ଏହା ଶୁଣି ଡାଇରେକ୍ଟର ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଡାଇରେକ୍ଟର କହିଥିଲେ- ତୁମେ ଟିଭିରେ ନୂଆ କାମ କରୁଛ ଏବଂ ମୋତେ ମନା କରୁଛ? ଏହା ପରେ ମଧ୍ୟ ଡାଇରେକ୍ଟର ତାଙ୍କୁ ଦୁଇଟି ଫିଲ୍ମ ଅଫର କରିଥିଲେ କିନ୍ତୁ ରାଜୀବ ତାଙ୍କ ସହ କାମ କରିବାକୁ ସିଧାସଳଖ ମନା କରିଦେଇଥିଲେ।





   Related Posts