କ୍ଷେତ ଯୋଚିଲେ ନାନା ପାଟେକର, ଓଁଟା ଗାଁରେ କଲେ ହଳ

Published By : Prameya-News7 Bureau | June 28, 2020 IST

ପାଟନା ୨୮।୬: ବଲିଉଡ ଅଭିନେତା ନାନା ପାଟେକର କ୍ଷେତ ଯୋଚିଚନ୍ତି। ହଳ କରି ବିଲରେ ଧାନ ବୁଣି ଚଳିତକୃଷି ଋତୁକୁ ଶୁଭାରମ୍ଭ କରିଛନ୍ତି। ବିହାର ମୋକାମା ନିକଟସ୍ଥ ଓଁଟା ଗାଁରେ ନାନା ଅନୁଷ୍ଠିତ କୃଷି ଉଦଘାଟନ ପର୍ବରେ ଅଂଶ ଗ୍ରହଣ କରିଛନ୍ତି। ଏଥିଲାଗି ରବିବାର ନାନା ପାଟେକର ପାଟନା ଏୟାରପୋର୍ଟରେ ଓହ୍ଲାଇ ମୋକାମାସ୍ଥିତ ସିଆରପିଏଫ ଗ୍ରୁପସେଣ୍ଟରକୁ ଯାଇଥିଲେ। ଏଠାରେ ଡିଆଇଜି ଦାୟିତ୍ୱରେ ଥିବା ଅନିଲ କୁମାର ମିଞ୍ଜ ନାନାଙ୍କୁ ସ୍ୱାଗତକରିବା ପରେ ସେ ଓଁଟା ଗାଁକୁ ଯାଇଥିଲେ।

{"id":292779,"sizeSlug":"large"}

ଚାଷ ଅନୁକୂଳ କରିବା ପରେ ନାନା ଗାଁରେ ଥିବା ଅତ୍ୟାଧୁନିକ ଖଦି ଭଣ୍ଡାର ପରିଦର୍ଶନ ମଧ୍ୟ  କରିଛନ୍ତି। ଏଠାରେ ଥିବା କଳ ଅରଟକୁ ନାନା ଚଳାଇ ଦେଖିଥିବା ବେଲେ ତାଙ୍କୁ ଦେଖିବାକୁ  ଗାଁରେ ବେଶ ଭିଡ ଜମିଛି।   ଓଁଟାରେ ସଂକ୍ଷିପ୍ତ କାର୍ଯ୍ୟକ୍ରମ ପରେ ନାନା ପୁଣି ସିଆରପିଏଫ ଗ୍ରୁପ ସେଣ୍ଟରକୁ ଫେରିଯାଇଛନ୍ତି। ଏଠାରେ ସିଆରପିଏଫ ଜବାନଙ୍କ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ନାନା ପୁଣି ପାଟନା ରାସ୍ତାରେ ମୁମ୍ବାଇ ଫେରିଯିବେ ବୋଲି ଜଣାପଡିଛି।

{"id":292780,"width":579,"height":434,"sizeSlug":"large"}

ଭାରତ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ବିହାର ଗସ୍ତରେ ଆସିଥିବାର ଜଣାପଡିଛି। ଏହି ଗସ୍ତକାର୍ଯ୍ୟକ୍ରମ ଅବସରରେ ଏଠାରେ ସେ ବୃକ୍ଷାରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଏକ ଏନଜିଏ ଏଠାରେ ନାନାଙ୍କ ଲାଗି ଏହି ସବୁ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.