ଅଭିନେତା ଜ୍ୟାକି ଶ୍ରଫ କିଣିଲେ ସବୁଠୁ ଦାମି ବାଇକ୍‌, ଜାଣନ୍ତୁ

Published By : Prameya-News7 Bureau | November 27, 2019 IST

ରୟାଲ ଏନ୍‌ଫିଲ୍ଡ କଣ୍ଟିନେଣ୍ଟାଲ ଜିଟି- ୬୫୦ ବାଇକ କିଣିଛନ୍ତି ବଲିଉଡ ଅଭିନେତା ଜ୍ୟାକି ଶ୍ରଫ। ଏହି  ବାଇକ୍‌  ତା ଫିଚର୍ସ ଲାଗି ସାରା ଦୁନିଆରେ ପ୍ରସିଦ୍ଧ। ତେବେ ଅଭିନେତା ଜାକି ଶ୍ରଫ Royal Enfield Continetntal GT 650 ବାଇକ କିଣିବା ଏବେ ଦେଶରେ ଏହାକୁ ଅଧିକ ଚର୍ଚ୍ଚିତ କରିଛି।

{"id":190696,"sizeSlug":"large"}

ରୟାଲ ଏନଫିଲ୍ଡର ଏହି ବାଇକରେ ସବୁଠୁ ଅଧିକ ଓଜନର ଇଞ୍ଜିନ ରହିଛି। କମ୍ପାନୀର ପୋର୍ଟଫଲିଓ ରେ ସବୁଠୁ ଦାମୀ ଗାଡି ହେଉଛି Royal Enfield Continetntal GT 650। ଏହି ଗାଡିର ଦାମ ହେଉଛି ୩.୫ ଲକ୍ଷ। ଏହି ଗାଡିରେ ଟ୍ବିନ୍ ସିଲିଣ୍ଡର ରହିଛି। ଏହା ସହ ବାଇକ୍‌ରେ ୬୪୮ ସିସି ଷ୍ଟ୍ରୋକ ଟୁଇନ ସିଲିଣ୍ଡର ଇଞ୍ଜିନ ବି ରହିଛି। ଜ୍ୟାକି ଏବେ ଫିଲ୍ମରେ ବୟସ୍କ ଚରିତ୍ରରେ ଅଭିନୟ କରୁଛନ୍ତି। କେବେ କେବେ ସେ ନେଗେଟିଭ ଭୂମିକାରେ ମଧ୍ୟ ଦେଖିବାକୁ ମିଳୁଛନ୍ତି। ଶେଷ ଥର ଜ୍ୟାକିଙ୍କୁ  ଚଳିତ ବର୍ଷ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ପ୍ରସ୍ଥାନମ’ରେ  ଦେଖାଯାଇଥିଲା।

{"id":190697,"sizeSlug":"large"}

ଜ୍ୟାକିଙ୍କ ଭଳି ଏବେ ତାଙ୍କ ପୁଅ ଟାଇଗର ଶ୍ରଫଙ୍କ ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ ଆସୁଛି। କିନ୍ତୁ ଜାକିଙ୍କ ଝିଅ କୃଷ୍ଣା ଶ୍ରଫ କ୍ୟାମେରା ପଛରେ ରହିବାକୁ ପସନ୍ଦ କରୁଛନ୍ତି। କୃଷ୍ଣାଙ୍କୁ ଅନେକ ଥର ଟାଇଗର ଶ୍ରଫଙ୍କ ସହ ସ୍ପଟ୍‌ କରାଯାଇଛି। କୃଷ୍ଣା ନିଜେ ଥରେ କହିଥିଲେ ଯେ, ତାଙ୍କୁ ଅଭିନୟରେ କୌଣସି ଆଗ୍ରହ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.