Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବାପରେ ପୁଣିଥରେ ବିବାହ କରିବେ ବଲିଉଡ ଅଭିନେତା ଋତିକ ରୋଶନ

ମୁମ୍ବାଇ୧୪|୧୦: ବଲିଉଡରେ କେତେବେଳେ କଣ ଯେ ହେବ ତାହା କେହି କହିପାରିବେ ନାହିଁ। ଏହି ଇଣ୍ଡଷ୍ଟ୍ରିରେ ସାଧାରଣତଃ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଚାଲିଥାଏ। ଏବେ ସମ୍ପର୍କରେ ଯୋଡିଥିବା ବ୍ୟକ୍ତି ଯେ ପରବର୍ତ୍ତି ସମୟରେ ପାଖରେ ଥିବ ତାହାର ବିଶ୍ବାସ ନଥାଏ।

ଏଠାରେ ସମ୍ପର୍କ ଯେତେ ଶୀଘ୍ର ଯୋଡିହୋଇଥାଏ ସେତିକି ଶୀଘ୍ର ଭାଙ୍ଗିବାର ମଧ୍ୟ ସମ୍ଭାବନା ଥାଏ। ବିଗତ ଦିନରେ ବଲିଉଡର ଅନେକ ଯୋଡି ପରସ୍ପରଙ୍କଠାରୁ ଅଲଗା ହୋଇଛନ୍ତି। ଏହି କିଛି ଦମ୍ପତ୍ତିଙ୍କ ବିବାହ ବିଚ୍ଛେଦ ହେବ ତାହା କେହି ଭାବିନଥିଲେ। ପରସ୍ପରଙ୍କ ପାଇଁ ଏତେ ଭଲ ପାଇବା ଥାଇ ମଧ୍ୟ ସେମାନଙ୍କ ସମ୍ପର୍କ ଆଗକୁ ବଢିପାରେ ନାହିଁ।

ଯେଉଁ କଳାକାରଙ୍କ ସମ୍ପର୍କକୁ ନେଇ ଦର୍ଶକ ଉଦହାରଣ ହେଉଥିଲେ ସେହିମାନେ ଆଜି ଏକାସହ ନାହାନ୍ତି। ଦେଖୁ ଦେଖୁ ବଲିଉଡରେ ଏମିତି ଅନେକ ସମ୍ପର୍କ ଭାଙ୍ଗିସାରିଛି। ହେଲେ ସେମାନଙ୍କ ମଧ୍ୟରୁ କିଛି ଏମିତି ଥାନ୍ତି ଯିଏ ଅଲଗା ହେବା ପରେ ମଧ୍ୟ ପରସ୍ପରଙ୍କୁ ଭଲ ପାଇଥାନ୍ତି।  ତେବେ ଏମିତି ଏକ ବଲିଉଡ ଦମ୍ପତ୍ତିଙ୍କ ବିଷୟରେ ଜାଣନ୍ତୁ ଯିଏ ଅଲଗା ହେବା ପରେ ପୁଣିଥରେ ଏକା ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଋତିକ୍‌ ରୋଶନ ପୁଣିଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଋତିକ ତାଙ୍କ ପ୍ରଥମ ପତ୍ନୀ ସୁଜେନଙ୍କୁ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

ଋତିକ ଓ ସୁଜେନ ପ୍ରେମ ବିବାହ କରିଥିଲେ। ହେଲେ ମତଭେଦ ଯୋଗୁଁ ବିବାହର ୧୪ ବର୍ଷ ପରେ ୨୦୧୪ ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହି ଦମ୍ପତ୍ତିଙ୍କର ୨ଟି ସନ୍ତାନ ଅଛନ୍ତି। ବଡ ପୁଅକୁ ୧୧ ବର୍ଷ ଓ ନାଁ ହେଉଛି ରେହାନ। ଦ୍ବିତୀୟ ସନ୍ତାନକୁ ମାତ୍ର ୯ ବର୍ଷ ଯାହାଙ୍କ ନାଁ ହେଉଛି ରିଦାନ।

ଛାଡପତ୍ର ଦେବା ପରେ ଋତିକ ଏକ ସାକ୍ଷାତକାରରେ କହିଥିଲେ ଯେ, ସେମାନଙ୍କ ମଧ୍ୟରେ ଏତେ ଝଗଡା ହେଉଥିଲା ଯେ, ସେହି ସମୟରେ ଉଭୟ ଅଲଗା ହେବା ଠିକ୍‌ ଥିଲା। ଋତିକ ଓ ସୁଜେନ ଏକା ସହ ରୁହନ୍ତି ନାହିଁ ସତ ହେଲେ ଆଜି ମଧ୍ୟ ପୁଅଙ୍କ ବାହାନାରେ ଦୁହେଁ ପରସ୍ପରଙ୍କ ସହ ଦେଖା ହୁଅନ୍ତି।

ଛୁଟି ଦିନରେ ସମୟ ମିଳିଲେ ଋତିକ ସୁଜେନ ଓ ପୁଅଙ୍କ ସହ ସମୟ ବିତାନ୍ତି। ବିବାହ ବିଚ୍ଛେଦ ପରେ ସୁଜେନ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କରେ ନଥିଲେ । ସେହିଭଳି ଋତିକ ମଧ୍ୟ ଅନ୍ୟ କୌଣସି  ଆଫେୟରରେ ନଥିଲେ। ଏମିତି ଲାଗେ ଯେମିତି ସୁଜେନ ଋତିକଙ୍କ ଅପେକ୍ଷାରେ ଥିଲେ।

ହେଲେ ଉଭୟଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସୀର ଖବର ଏହା ଯେ, ଦୁହେଁ ନିଜ ସମ୍ପର୍କକୁ ପୁଣିଥରେ ସୁଯୋଗ ଦେବାକୁ ଚାହୁଁଛନ୍ତି। ଉଭୟଙ୍କ ବିବାହ ନେଇ ପରିବାର ସଦସ୍ୟ କିଛି କହିନାହାନ୍ତି। ହେଲେ ଖବର ଅନୁସାରେ ଦୁହେଁ ପୁଣିଥରେ ଏକା ସହ ଜୀବନ କାଟିବାକୁ ଚାହାନ୍ତି।

 

 

3750 Views

   ସମ୍ବନ୍ଧିତ ଖବର