Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହ୍ରିତିକ୍‌ ରୋଶନଙ୍କୁ ମିଳିଲା ତାଙ୍କର ନୂଆ ଲେଡି ଲଭ୍, ଜାଣନ୍ତୁ କିଏ

ମୁମ୍ବାଇ ୨୧|୫: ବଲିଉଡ ଅଭିନେତା ହ୍ରିତିକ୍‌ ରୋସନଙ୍କୁ ଆଗାମୀ ଫିଲ୍ମ “ଫାଇଟର୍ସ ୨”ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ହ୍ରିତିକ୍‌ଙ୍କ ସହ ଅଭିନେତା ଟାଇଗର ଶ୍ରଫ ମଧ୍ୟ ଅଭିନୟ କରିବେ। ଫିଲ୍ମ ନିର୍ମାତା ସିଦ୍ଧାର୍ଥ ଆନନ୍ଦ ଏହି ପ୍ରଯେକ୍ଟକୁ ନେଇ ବେଶ ଉତ୍ସାହିତ।
ପ୍ରଥମ ଥର ପାଇଁ ପରଦାରେ ଟାଇଗର ଓ ହ୍ରିତିକ୍‌ଙ୍କୁ ଏକା ସହ ଦେଖିବାକୁ ମିଳିବ। ବାନି କପୁର ଟାଇଗରଙ୍କ ବିପକ୍ଷରେ ଅଭିନୟ କରିବେ। ଏହା ସହ ହ୍ରିତିକ୍‌ ମଧ୍ୟ ଜଣେ ଅଭିନେତ୍ରୀଙ୍କ ସହ ପରଦାରେ ରୋମାନ୍ସ କରିବେ।
ସୂଚନାଯୋଗ୍ୟ ଯେ, ଫିଲ୍ମ ସିଟିରେ ଶୁଟ୍‌ କରାଯାଇଥିବା ଶେଷ ସିନ୍‌ରେ ହ୍ରିତିକ ଓ ଅଭିନେତ୍ରୀଙ୍କର ଏକ ଅନ୍ତରଂଗ ମୂହୁର୍ତ୍ତ ଅଛି। ଏହି ସିନ୍‌ରେ ହ୍ରିତିକ ଜଣେ ଡେବ୍ୟୁ ଅଭିନେତ୍ରୀଙ୍କ ସହ ନଜର ଆସିବେ।
ଏହି ଡେବ୍ୟୁ ଅଭିନେତ୍ରୀଙ୍କ ନାଁ ବିଷୟରେ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ। ହ୍ରିତିକ ତାଙ୍କ ପ୍ରଥମ ବିବାହ ଓ କଂଗନା ରନାୱତକୁ ନେଇ ବିଗତ ଦିନରେ ବେଶ ଚର୍ଚ୍ଚାରେ ଥିଲେ। ରିପୋର୍ଟ ଅନୁସାରେ ହ୍ରିତିକ ଏହି ନୂଆ ଅଭିନେତ୍ରୀଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି। ତେଣୁ ଦର୍ଶକ ଏହି ପିଲ୍ମ ରିଲିଜର ଅପେକ୍ଷାରେ ଅଛନ୍ତି।

 

236 Views

   ସମ୍ବନ୍ଧିତ ଖବର