Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବଲିଉଡ୍ ଅଭିନେତା ହର୍ଷବର୍ଦ୍ଧନ ରାଣେ କରୋନା ପଜିଟିଭ୍, ନିଜକୁ କଲେ ହୋମ୍ କ୍ଵାରେଣ୍ଟାଇନ୍

6/10/2020 at 6:25 PM

ମୁମ୍ବାଇ ୦୬/୧୦ : ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି। ୩୬ ବର୍ଷ ବୟସ୍କ ଅଭିନେତା ସୋମବାର ରାତିରେ ଟ୍ୱିଟ କରି କରୋନା ସଂକ୍ରମଣରେ ଶିକାର ହୋଇଥିବା ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, ତାଙ୍କୁ ଜ୍ୱର ଓ ପେଟରେ ଯନ୍ତ୍ରଣା ହୋଇଥିଲା।

ଏହାପରେ ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲେ ମଧ୍ୟ ଡାକ୍ତର ତାଙ୍କୁ କରୋନା ଯାଞ୍ଚ କରିବାକୁ କହିଥିଲେ। ଆରୋଗ୍ୟ ସେତୁ ଆପ ଅନୁସାରେ ବର୍ତ୍ତମାନ ସେ କରୋନା ସଂକ୍ରମିତ ବୋଲି କହିଛନ୍ତି। ବର୍ତ୍ତମାନ ୧୦ ଦିନ ସେ କ୍ଵାରେଣ୍ଟାଇନରେ ରହିବେ।

ସେ ନିଜ ପ୍ରଶଂସକଙ୍କ ସହ ଏକ ଭଲ ଖବର ସେୟାର କରିବାକୁ ଚାହୁଁଥିଲେ କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖିଛନ୍ତି ବୋଲି କହିଛନ୍ତି। ଆଗକୁ ଭଲ ଖବର ଦେବେ ଓ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି।

   Related Posts