ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର!

Published By : Prameya-News7 Bureau | November 12, 2019 IST

ମୁମ୍ବାଇ୧୨|୧୧: ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘଦିନ ହେଲା ରିଲେସନଶିପରେ ଅଛନ୍ତି। ଏହି କାରଣ ଯୋଗୁଁ ଉଭୟ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। ଫରହାନ ଓ ଶିବାନୀଙ୍କୁ ସବୁ ପାର୍ଟି ଓ ଇଭେଣ୍ଟରେ ଏକା ସହ ଦେଖିବାକୁ ମିଳୁଛି। ନିକଟରେ ଉଭୟ ଛୁଟି ବିତାଇ ଭାରତ ଫେରିଛନ୍ତି।

{"id":182938}

ସୂଚନାଯୋଗ୍ୟ ଯେ, ଫରହାନ ଓ ଶିବାନୀ ଏହି ସମ୍ପର୍କକୁ ଆଗକୁ ବଢାଇବାକୁ ଚାହାନ୍ତି ଓ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଅବଶ୍ୟ ଏନେଇ ଉଭୟ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।

{"id":182939}

ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ଫରହାନ ଓ ଶିବାନୀ ବିବାହ କରିବେ। ଦର୍ଶକ ମଧ୍ୟ ଏହି ଯୋଡିକୁ ଖୁବ ପସନ୍ଦ କରୁଛନ୍ତି। ଫରହାନ ଆଜିକାଲି ନିଜ ଅପକମିଂ ଫିଲ୍ମ ତୁଫାନ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାକେଶ ଓମପ୍ରକାଶ ମେହେରା। ଫରହାନ ୬ ବର୍ଷ ପରେ ମେହେରାଙ୍କ ସହ କାମ କରୁଛନ୍ତି। ଶେଷ ଥର ଫରହାନ ଫିଲ୍ମ ଭାଗ ମିଲଖା ଭାଗରେ ରାକେଶଙ୍କ ସହ କାମ କରିଥିଲେ।

{"id":182940}

ଫିଲ୍ମ ତୁଫାନରେ ଫରହାନ ଜଣେ ବକ୍ସରଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ ଫରହାନଙ୍କ ଫିଲ୍ମ ସ୍କାଏ ଇଜ୍‌ ପିଙ୍କ ରିଲିଜ ହୋଇଥିଲା।

{"id":182941}

ଫିଲ୍ମ ସ୍କାଏ ଇଜ୍‌ ପିଙ୍କରେ ଫରହାନଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ କିଛି ଧମାଲ କରିନଥିଲା। ତେଣୁ ଦର୍ଶକ ଏବେ ଫରହାନଙ୍କ ଆଗାମୀ ଫିଲ୍ମ ରିଲିଜ ନେଇ ଅପେକ୍ଷାରେ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.