Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ବଲିଉଡ୍ ହିରୋ ଡିନୋ ମୋରିଆ ଏବେ ଅଛନ୍ତି ଏହି ଅବସ୍ଥାରେ

9/12/2019 at 4:01 PM

ମୁମ୍ବାଇ୯|୧୨: ଫିଲ୍ମ ରାଜରେ ଅଭିନୟ କରି ଅଭିନେତା ଡିନୋ ମୋରିଆ ବଲିଉଡରେ  ନିଜର ପରିଚୟ ସୃଷ୍ଟି କରିଥିଲେ ।  ଡିନୋ ଏବେ ସ୍କ୍ରିନରୁ ଦୂରାଇଯାଇଛନ୍ତି ସତ ହେଲେ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଖବର ବାରବର ଆସୁଥାଏ। ରାଜ ଫିଲ୍ମ ଶୁଟିଂ ସମୟରେ ଡିନୋ ଓ ବିପାଶା ପରସ୍ପରଙ୍କ ସହ ଭେଟ ହୋଇଥିଲେ। ଗୋଟେ ସମୟରେ ଡିନୋ ଅନେକ ଝିଅଙ୍କ ହୃଦୟରେ ରାଜ କରୁଥିଲେ। ଫିଲ୍ମ ରାଜ ରିଲିଜ ହେବା ପରେ ଡିନୋ ଓ ବିପାଶାଙ୍କ ରିଲେସନଶିପ୍‌ର ଚର୍ଚ୍ଚା ଜୋର ଧରିଥିଲା। ଆଜି ଡିନୋଙ୍କର ଜନ୍ମଦିନ। ୧୯୭୫ ମସିହା ଡିସେମ୍ବର ମାସ ୯ ତାରିଖରେ ଡିନୋ ବେଙ୍ଗଲୁରୁରେ ଜନ୍ମ ହୋଇଥିଲେ।

ବଲିଉଡ ଫିଲ୍ମ ପ୍ୟାର ମେଁ କଭି କଭିରେ ଅଭିନୟ କରି ଡିନୋ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ମଡେଲିଂ କରୁଥିଲେ। ରାଜ ପରେ ଡିନୋ ଅନେକ ଫିଲ୍ମରେ ଅଭିନୟ କରିଲେ ସତ ହେଲେ ତାଙ୍କୁ ସଫଳତା ମିଳିନଥିଲା। ପରେ ସେ ଟେଲିଭିଜନ ଜଗତରେ ରିୟାଲିଟି ଶୋ କରିବା ଆରମ୍ଭ କରିଥିଲେ। ୨୦୧୦ ମସିହାରେ ଡିନୋ ଖତରୋଁ କି ଖିଲାଡିର ୱିନର ହୋଇଥିଲେ। ବଲିଉଡରେ ଡିନୋଙ୍କ ଫିଲ୍ମ ଲଗାତାର ଫ୍ଲପ୍‌ ହେବା ପରେ ତାଙ୍କୁ ଫିଲ୍ମ ଅଫର ହେବା ବନ୍ଦ ହୋଇଥିଲା। ଏଥିପାଇଁ ସେ ବ୍ୟବସାୟ କରିବା ଆରମ୍ଭ କରିଥିଲେ।      

,ସେ ଡିଏମ୍‌ ଜିମସ୍‌ ନାମକ ଏକ ଫିଟ୍‌ନେସ୍‌ ସେଣ୍ଟର ଖୋଲିଥିଲେ ।  ଏଥିରେ ଆଦିତ୍ୟ ଠାକରେଙ୍କର ଅଂଶଧନ ବି ଥିଲା । ୨୦୧୬ରେ ଆଦିତ୍ୟଙ୍କ ସହ ବିବାଦ ହେବାରୁ ଏହି ଜିମ୍‌ ବନ୍ଦ ହୋଇଯାଇଥିଲା । ଏହାପରେ ସେ ନିଜର କେଫ୍  କରିଛନ୍ତି । ଖୁବ ଶୀଘ୍ର ସେ ଡିଜିଟାଲ୍ ସିରିଜ୍‌ରେ ନଜର ଆସେବି ବୋଲି ଚର୍ଚ୍ଚା ହେଉଛି ।    

   Related Posts